ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜିଲ୍ଲା ଆଇନ ସେବା ପ୍ରାଧିକରଣ ଦ୍ଵାରା ଦିବ୍ୟାଙ୍ଗଙ୍କ ମାନଙ୍କ ପାଇଁ ସ୍ଵତନ୍ତ୍ର ଅଭିଯାନ

ନବରଙ୍ଗପୁର, ୧୮/୦୫( ମସିହା ) ଓଡିଶା ରାଜ୍ୟ ଆଈନ ସେବା ପ୍ରାଧିକରଣ ଆଦେଶ କ୍ରମେ ଜିଲ୍ଲା ଆଈନ ସେବା ପ୍ରାଧିକରଣ, ନବରଙ୍ଗପୁର ତରଫରୁ ଦିବ୍ୟାଙ୍ଗଙ୍କ ମାନଙ୍କ ପାଇଁ ଏକ ସ୍ଵତନ୍ତ୍ର ଅଭିଯାନ ୨୨।୦୫।୨୦୨୩ ରୁ ୨୯।୦୫।୨୦୨୩ ମଧ୍ୟରେ ଅନୁଷ୍ଠିତ ହୋବାକୁ ଯାଉଛି । ଏହି ଅଭିଯାନ ପାଇଁ ଜିଲ୍ଲା ଦୌରାଜର୍ଜ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣ, ନବରଙ୍ଗପୁର ର ଅଧ୍ୟକ୍ଷ ଶ୍ରୀଯୁକ୍ତ ସଂଜୀବ ଦୁବେଙ୍କ ଅଧ୍ୟକ୍ଷତାରେ ନୂତନ ଜିଲ୍ଲା କୋର୍ଟ ପରିସରରେ ଜିଲ୍ଲା ସ୍ତରୀୟ ଅଧିକାରୀ ମାନଙ୍କୁ ନେଇ ୧୭।୦୫।୨୦୨୩ ଦିନ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକ ରେ ଦିବ୍ୟାଙ୍ଗ ମାନେ କିପରି ସେମାନଙ୍କର ନ୍ୟାର୍ଜ୍ୟ ଅଧିକାରରୁ ବଞ୍ଚିତ ନ ହେବେ ସେ ନେଇ ବିଶେଷଭାବେ ଧ୍ୟାନଦେବାକୁ ଜିଲ୍ଲା ଦୌରାଜର୍ଜ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣ, ନବରଙ୍ଗପୁର ର ଅଧ୍ୟକ୍ଷ ଶ୍ରୀଯୁକ୍ତ ସଂଜୀବ ଦୁବେ ମତ ରଖିଥିଲେ । ଏହି ପ୍ରସ୍ତୁତି ବୈଠକରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ନବରଙ୍ଗପୁର ସଚିବ ଶ୍ରୀଯୁକ୍ତ ଜନକ ରାଉତ, ଡାକ୍ତର ନବକୀଶୋର ବେହେରା, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ , ନବରଙ୍ଗପୁର ଶ୍ରୀଯୁକ୍ତ ସୁଧାଂଶୁ କୁମାର ପାତ୍ର, ଜିଲ୍ଲା ଶ୍ରମ ଅଧିକାରୀ, ନବରଙ୍ଗପୁର ଶ୍ରୀଯୁକ୍ତ ରଞ୍ଜନ କିଶୋର ବେହେରା, ଜିଲ୍ଲା ଶିଶୁସୁରକ୍ଷା ଅଧିକାରୀ, ନବରଙ୍ଗପୁର, ଆଶା କିରଣର ଅଧ୍ୟକ୍ଷ ଶ୍ରୀଯୁକ୍ତ ଜଗନ୍ନାଥ ବେହେରା ଓ ଅନ୍ୟାନ୍ୟ ଜିଲ୍ଲା ସ୍ତରୀୟ ଅଧିକାରୀ ମାନେ ଯୋଗ ଦେଇଥିଲେ । ଜିଲ୍ଲା ଆଇନ ସେବା ପ୍ରାଧିକରଣ, ନବରଙ୍ଗପୁର ତରଫରୁ ଏଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ନବରଙ୍ଗପୁର ଜିଲ୍ଲାର ଦିବ୍ୟାଙ୍ଗ ମାନେ ଏହି ଅଭିଯାନର ସୁଯୋଗ ନେବାପାଇଁ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ନବରଙ୍ଗପୁର, ଡ଼ି.ଡ଼ି.ଆର.ଓ., ନବରଙ୍ଗପୁର (ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ), ଜିଲ୍ଲା ସାମାଜିକ ସୁରକ୍ଷା ବିଭାଗ, ନବରଙ୍ଗପୁର ଓ ପାରାଲିଗାଲ ସ୍ଵେଚ୍ଛାସେବୀ ମାନଙ୍କ ସହ ଯୋଗାଯୋଗ କରିପାରିବେ ବୋଲି ଜିଲ୍ଲା ଆଇନ ସେବା ପ୍ରାଧିକରଣ, ନବରଙ୍ଗପୁର ସଚିବ ଶ୍ରୀଯୁକ୍ତ ଜନକ ରାଉତ କହିଛନ୍ତି । ସବିଶେଷ ବିବରଣୀ ପାଇଁ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ନବରଙ୍ଗପୁର ସହ ତୁରନ୍ତ ଯୋଗାଯୋଗ କରନ୍ତୁ। ଯୋଗାଯୋଗ ନମ୍ବର. ୦୬୮୫୮-୨୨୨୪୪୫.

ନବରଙ୍ଗପୁର ଜିଲ୍ଲା ରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ସାଇବର ଠକେଇର ଅତ୍ୟଧିକ ତଦନ୍ତ ଜାରି ରଖିବା ଓ ଉତ୍କୃଷ୍ଟ ପ୍ରଦର୍ଶନ କରିଥିବା ହିଞ୍ଜିଳି ଥାନା ଅଧିକାରୀ ସମ୍ମାନିତ 

Sunil Chandra Nayak

ବାମନଘାଟୀ ପ୍ରଶାସନ ତରଫରୁ ରାଇରଙ୍ଗପୁର ଠାରେ ୧୪ତମ ଜାତୀୟ ଭୋଟର ଦିବସ-୨୦୨୪ ପାଳିତ

masiha

କକାହାଣ୍ଡି ପାଇଁ -ରବିଶଙ୍କର ସୁନାନୀ ଙ୍କୁ ସଭାପତି ଏବଂ ପଟୱାନ୍ତ ସିଂ ଙ୍କୁ ଜର୍ଯ୍ୟକାରୀ ସଭାପତି ଭାବେ ମନୋନୀତ

masiha

Leave a Comment

error: Content is protected !!