ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ହିନ୍ଦୋଳରେ ଆର୍ଟ ଅଫ୍ ଗିଭିଂ ଦିବସ ପାଳିତ

ଢେ଼ଙ୍କାନାଳ( ମ ସୀ ହା)୧୭/୦୫_ଆଜି ହିନ୍ଦୋଳ ବ୍ଲକ୍ ଅନ୍ତର୍ଗତ ଚିତଲପୁର ଗ୍ରାମ ପଂଚାୟତ ପଞ୍ଚପଡା ଗ୍ରାମ ତଅଁଳା ସାହି ଗୋଷ୍ଠୀକେନ୍ଦ୍ର ପ୍ରାଙ୍ଗଣରେ ବିଶ୍ଵ ଦାନ କଳା ଦିବସ ପାଳନ ରାସୋଳ ଜନ ମଙ୍ଗଳ ସ୍ଵେଚ୍ଛାସେବୀ ସଂଗଠନ, ରାସୋଳ ମେଡିକାଲ ମିଳିତ ଆନୁକୁଲ୍ୟରେ ଓମ୍ ଟିଭି ପ୍ରତିନିଧି ରତିକାନ୍ତ ଗଡନାୟକ ଙ୍କ ସଂଯୋଜନାରେ ସଭାନେତ୍ରୀ ନିରୁପମା ମିଶ୍ର ଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଠ ସମାଜସେବୀ ଡଃ ଚୈତନ ସାହୁ, ମୁଖ୍ୟ ବକ୍ତାଭାବେ ଗଣେଶ୍ଵର କ୍ଲବ ସଭାପତି ଶ୍ରୀ ଶ୍ରୀନିବାସ ମିଶ୍ର, ସମ୍ମାନିତ ଅତିଥି ଭାବେ ଡଃ ଦୟାନିଧି ପୃଷ୍ଟି, ଜନ ମଙ୍ଗଳ ସଂଗଠନ ର ପ୍ରତିଷ୍ଠାତା ଶ୍ରୀ ବିଭୁ ପ୍ରସାଦ ଶତପଥୀ ଯୋଗଦାନ କରିଥିଲେ।ପ୍ରଥମେ ଜନ ମଙ୍ଗଳ ସଂଗଠନ ପ୍ରତିଷ୍ଠାତା ବିଭୁ ପ୍ରସାଦ ଶତପଥୀ ସଂଗଠନ ଆଭିମୁଖ୍ୟ ଓ ବିଭିନ୍ନ ପ୍ରକାର ସାମାଜିକ କାର୍ଯ୍ୟକ୍ରମ ଉପରେ ଆଲୋକପାତ କରିଥିଲେ। ରାସୋଳ ମେଡିକାଲ ଅଫିସର ଡଃ ପୃଷ୍ଟି ଆଜି ବିଶ୍ଵ ହାଇପରଟେସନ ଦିବସ ପାଳନ, ଅଂଶୁଘାତ ଜନିତ ସତର୍କତା, ସ୍ଵଚ୍ଛ ଭାରତ ପାଇଁ ପ୍ରତ୍ୟେକ ନାଗରିକ ତଥା ଉପସ୍ଥିତ ସମସ୍ତ ଅଂଶଗ୍ରହଣକାରୀ ଙ୍କୁ ସପଥ ପାଠ କରାଇଥିଲେ। ମୁଖ୍ୟବକ୍ତା ଶ୍ରୀ ମିଶ୍ର ସାମାଜିକ ବିକାଶ ଦିଗରେ ଜନ ସାଧାରଣଙ୍କ ସହଯୋଗ ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ। ମୁଖ୍ୟ ଅତିଥି Art of Giving ସଂଗଠନ ପ୍ରତିଷ୍ଠାତା ଡଃ ଅଚ୍ୟୁତ ସାମନ୍ତ ଙ୍କ ଏପରି ଏକ ବିଶ୍ଵ ବ୍ୟାପି ଦାନ କଳା ଦିବସ ପାଳନ କରାଇ ପାରିଥିବାରୁ ଭୂୟସୀ ପ୍ରଶଂସା କରିଥିଲେ। ଗ୍ରାମର ବିଶିଷ୍ଟ ସମାଜସେବୀ ପ୍ରମୋଦ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ। ଜନ ମଙ୍ଗଳ ସଂଗଠନ ର ସମସ୍ତ ସେବକ ସେବିକା ମାନେ କାର୍ଯ୍ୟକ୍ରମରେ ସେବା ପ୍ରଦାନ କରିଥିଲେ।ସ୍ଵେଚ୍ଛାସେବୀ ଅନିରୁଦ୍ଧ ବେହେରା କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ। ଗ୍ରାମର ଆବାଳ ବୃଦ୍ଧ ବନିତା ଏଥିରେ ଯୋଗ ଦେଇଥିଲେ। ସମସ୍ତଙ୍କୁ ଚକୋଲେଟ୍, ବିସ୍କୁଟ, ତରଭୁଜ ବଣ୍ଟନ ହୋଇଥିଲା। 

ଢେ଼ଙ୍କାନାଳରୁ ନାୟକ ଅକ୍ଷୟ ରାଜହସ୍ତୀଙ୍କ ରିପୋର୍ଟ୍

Related posts

୧୦୦ପ୍ରତିଶତ ଶ୍ରବଣଶକ୍ତି ନଥିବା ପ୍ରମାଣପତ୍ରରେ ବର୍ଦ୍ଧିତ ଭତ୍ତାରୁ ବଞ୍ଚିତ ନନ୍ଦିନୀ 

Sunil Chandra Nayak

ପଦୋନ୍ନତି ସଂରକ୍ଷଣ ନିର୍ଦ୍ଦେଶକୁ ଅସିଦ୍ଧ ଘୋଷଣା କଲେ ଓଡ଼ିଶା ହାଇକୋର୍ଟ

Sunil Chandra Nayak

ଟାଟା ଷ୍ଟିଲ୍ ଫାଉଣ୍ଡେସନ ପକ୍ଷରୁ ବିଶ୍ୱ ଋତୁସ୍ରାବ ସ୍ୱଚ୍ଛତା ଦିବସ ପାଳିତ

masiha

Leave a Comment

error: Content is protected !!