ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆମ ଓଡ଼ିଶା

ପ୍ରକାଶ ପାଇଲା ମାଟ୍ରିକ ରେଜଲ୍ଟ ,ଚଳିତ ବର୍ଷ ପାସ୍‌ ହାର ୯୬.୪୦%…

ପ୍ରକାଶ ପାଇଲା ମାଟ୍ରିକ ରେଜଲ୍ଟ । ସକାଳ ୧୦ଟାରେ କଟକ ବୋର୍ଡ କାର୍ଯ୍ୟାଳୟରେ ଆନୁଷ୍ଠାନିକ ଭାବେ ରେଜଲ୍ଟ ପୁସ୍ତିକା ଉନ୍ମୋଚନ କରାଯାଇଛି। ମନ୍ତ୍ରୀ ପ୍ରମିଳା ମଲ୍ଲିକ ରେଜଲ୍ଟ ପୁସ୍ତିକା ଉନ୍ମୋଚନ କରିଛନ୍ତି। ଚଳିତ ବର୍ଷ ପାସ୍‌ ହାର ୯୬.୪୦% ରହିଛି। ଗତବର୍ଷ ତୁଳନାରେ ଚଳିତ ବର୍ଷ ପରୀକ୍ଷା ଫଳ ଭଲ ରହିଛି।

ଚଳିତବର୍ଷ ପୁଅଙ୍କୁ ପଛରେ ପକାଇଛନ୍ତି ଝିଅ। ପୁଅମାନଙ୍କର ପାସ୍ ହାର ୯୫.୭୫% ରହିଥିବା ବେଳେ ଝିଅମାନଙ୍କର ପାସ୍ ହାର ୯୭.୦୫% ରହିଛି। ସେହିଭଳି ଚଳିତବର୍ଷ ୯୭.୯୯% ସହିତ କଟକ ଓ ଜଗତସିଂହପୁର ଜିଲ୍ଲାରେ ସର୍ବାଧିକ ପାସ୍ ହାର ରହିଛି। ସେହିପରି ମାଲକାନଗିରି ଜିଲ୍ଲାରେ ସର୍ବନିମ୍ନ ୯୨.୬୮% ପାସ ହାର ରହିଛି। ସେହିପରି ଗ୍ରେଡ ଅନୁସାରେ ଦେଖିବାକୁ ଗଲେ A1 ରେ ୪,୧୫୮, A2 ରେ ୨୯,୮୩୮, B1ରେ ୭୭,୫୬୭, B1ରେ ୧,୧୮,୭୫୦ଛାତ୍ରଛାତ୍ରୀ ପାସ୍‌ କରିଛନ୍ତି । ସେହିପରି ୧୯୦୪ ଜଣ ପୁଅ ୯୦% ରୁ ଅଧିକ ମାର୍କ ରଖିଥିବା ବେଳେ ୨୨୫୪ ଜଣ ଝିଅ ୯୦% ରୁ ଅଧିକ ମାର୍କ ରଖିଛନ୍ତି।

କେମିତି ଜାଣିବେ ରେଜଲ୍ଟ ?

ଦିନ ୧୨ ଟା ସୁଦ୍ଧା ବୋର୍ଡ ୱେବ୍ ସାଇଟରେ ରେଜଲ୍ଟ ଉପଲବ୍ଧ ହେବ। www. bseodisha.ac.in ୱେବ୍‌ସାଇଟ୍‌ରେ ଛାତ୍ରଛାତ୍ରୀ ରେଜଲ୍ଟ ଚେକ୍‌ କରିପାରିବେ। SMS ମାଧ୍ୟମରେ ମଧ୍ୟ ପରୀକ୍ଷାର୍ଥୀମାନେ ଫଳାଫଳ ଜାଣିପାରିବେ।OR10 ଲେଖି ସ୍ପେଶ୍‌ ଦେବା ପରେ ନିଜ ରୋଲ୍ ନମ୍ବରକୁ ଟାଇପ୍‌ କରି 5676750 ନମ୍ବରକୁ ପଠାଇ ଜାଣିପାରିବେ। ପରୀକ୍ଷା ଫଳକୁ ନେଇ ଯଦି କୌଣସି ପରୀକ୍ଷାର୍ଥୀଙ୍କର କିଛି ଆପତ୍ତି ଅଭିଯୋଗ ଥାଏ ତେବେ ଗୋଟିଏ ମାସ ମଧ୍ୟରେ ସେମାନେ ବୋର୍ଡ କର୍ତ୍ତୃପକ୍ଷଙ୍କୁ ଜଣାଇପାରିବେ। ସେଥିପାଇଁ ବୋର୍ଡ ପକ୍ଷରୁ ଏକ କଣ୍ଟ୍ରୋଲ ରୁମ୍ ନମ୍ବର ଜାରି କରାଯାଇଛି। ନମ୍ବରଟି ହେଲା ୦୬୭୧-୨୪୧୫୪୬୦।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

ମନେପଡ଼ନ୍ତି ମଧୁବାବୁ; ଉତ୍କଳ ଗୌରବଙ୍କୁ ଝୁରୁଛି ଓଡ଼ିଆ ଜାତି

masiha

ବଦଳିଲା ଦଶମ ବୋର୍ଡ ପରୀକ୍ଷା ଢାଞ୍ଚା: ଆଉ ହେବନି ସମ୍ମେଟିଭ ପରୀକ୍ଷା, ବର୍ଷ ଶେଷରେ ହେବ ଗୋଟିଏ ବୋର୍ଡ ପରୀକ୍ଷା

ଜାତୀୟ କ୍ରୀଡ଼ା ଦିବସ ପାଳିତ, ଯୋଗଦେଲେ ମୁଖ୍ୟମନ୍ତ୍ରୀ ‘୨୦୨୫ ବର୍ଷ ପାଇଁ ବିଜୁ ପଟ୍ଟନାୟକ କ୍ରୀଡ଼ା ଓ ସାହସିକତା ପୁରସ୍କାର’ ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ

Sunil Chandra Nayak

Leave a Comment

error: Content is protected !!