ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଚତୁର୍ଥ ସ୍ତମ୍ଭର ମହାପ୍ରଭାବ : ଖବର ବାଜିଲା ପରେ ପହଁଚିଲା ଭରଷା ପରିବାର 

କାମାକ୍ଷାନଗର (ମ ନି ସ)୧୭/୦୫_ବାଜିଲା ଖବର l ପହଁଚିଲା ଭରସା ପରିବାର l କିନ୍ତୁ ପହଂଚି ପାରିଲାନି କଙ୍କଡ଼ାହାଡ଼ ବ୍ଲକ ପ୍ରଶାସନ l ଯାଜପୁର ଜିଲ୍ଲାର ଭରଷା ପରିବାର ଖବର ଶୁଣି ପହଂଚିଲା ଧକେଇ ମାଉସୀଙ୍କ ଘରେ l କିନ୍ତୁ ଢେଙ୍କାନାଳ ପ୍ରଶାସନ ଏପର୍ଯ୍ୟନ୍ତ ପହଂଚି ପାରିଲାନାହିଁ l କଥାରେ ଅଛି ଲକ୍ଷେ ଶିବ ପୂଜି ପାଇଛି ପୁଅ। ଠିକ୍ ସେମିତି ଜଣେ ବୃଦ୍ଧା ମାଉସୀ ନିଜ ପୁଅ ବୋହୁଙ୍କ ସେବାରେ ଅନୁପ୍ରାଣିତ ହୋଇ ରୋଗ ଶଯ୍ୟାରେ ପଡ଼ି ରହି ମଧ୍ୟ ପାଟିରେ କଥା ବାହାରୁ ନ ଥିଲେ ମଧ୍ୟ ବେଶ୍ ଖୁସି ଅଛନ୍ତି ବୋଲି ଅନୁଭବ ହୁଏ। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ ଅନ୍ତର୍ଗତ କଙ୍କଡ଼ାହାଡ଼ ଗ୍ରାମର ଧକେଇ ପାତ୍ରଙ୍କ କଥା। ଧକେଇ ମାଉସୀଙ୍କ ସ୍ବାମୀ ବୁଦ୍ଧିମନ୍ତ ପାତ୍ର ୨୪ ବର୍ଷ ହେବ ଆର ପାରିକୁ ଚାଲି ଗଲା ପରେ ନିରୁପାୟ ହୋଇ ପିଲା ଛୁଆଙ୍କୁ ଧରି ପରିବାର ଚଳାଉଥିଲେ। ତିନିବର୍ଷ ହେବ ଦଇବ କି ଖେଳ ଖେଳିଦେଲା କେଜାଣି ଧକେଇ ମାଉସୀଙ୍କ ଦେହ ଖରାପ ହୋଇ ପାରାଲିଶିସ୍ ରୋଗରେ ପୀଡିତ ହୋଇ ରୋଗ ଶଯ୍ୟାରେ ପଡ଼ି ରହିଛନ୍ତି। ପାଖରେ ସାହାରା କହିଲେ ପୁଅବୋହୁ। ସଞ୍ଜୟ ନିଜ ମାଆଙ୍କ ଦେହ ଯେତେବେଳେ ସୁସ୍ଥଥିଲା ସେତେବେଳେ ବାହାରକୁ ଯାଇ ବେଶ୍ ଦୁଇ ପଇସା ଆଣି ଖୁସିରେ ଘର ଚଳାଉ ଥିଲେ। କିନ୍ତୁ ଏବେ ଦଇବ କଣ ସାଧିଲା କେଜାଣି ମାଆଙ୍କ ସେବା କରି କରି ନା ଯାଇ ପାରୁଛନ୍ତି ବାହାରକୁ ନା ଆଣି ପାରୁଛନ୍ତି ଦୁଇ ପଇସା ଘରକୁ l

ପୁଅ ବୋହୁ ନିଜ ମାଆଙ୍କ ସେବା କରିବା ସହିତ ନିଜ ପିଲା ସେବା କରି ଦିନ ବିତାଉ ଥିଲେ ମଧ୍ୟ ନିଜ ପାଖରେ କାଣି କଉଡ଼ି ଟିଏ ମଧ୍ୟ ନାହିଁ, ପରିବାର ଚଳାଇବା ପାଇଁ। ନିଜ ମାଆର ସେବା କରି ବାହାରକୁ ଜାଇ ପାରୁ ନାହାଁନ୍ତି ଦାଦନ ଖଟି। ସଞ୍ଜୟ ଦିନେ ଉଳିଏ କାମ ମିଳିଲେ ବାହାରକୁ ଯାଆନ୍ତି କାମ କରିବା ପାଇଁ କାମ ନ ମିଳିଲେ ଘରେ ହାତ ଗୁଞ୍ଜି ବସି ପଡନ୍ତି। ମାଆଙ୍କ ଔଷଧ ବାବଦକୁ ମାସକୁ ମାସ ଦୁଇ ହଜାର ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ପାଖରେ ଟଙ୍କା ଟିଏ ମଧ୍ୟ ନାହିଁ ବୋଲି ସଞ୍ଜୟ ପାତ୍ର କହିଛନ୍ତି। ରାସନ ଚାଉଳ କହିଲେ ୧୦ କେ.ଜି, ମାଆଙ୍କ ଭତ୍ତା ୫00 ଟଙ୍କା,ଘର କହିଲେ ଭଙ୍ଗା କୁଡିଆରେ ପରିବାର ଚାଲେ। ଏ ନେଇ ସଞ୍ଜୟ ଓ ତାଙ୍କ ପତ୍ନୀ ଅବନ୍ତି ନାଏକ ପ୍ରଶାସନକୁ ନିବେଦନ କରିଛନ୍ତି କି କିଛି ଆର୍ଥିକ ସହାୟତା, ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା, ପାଞ୍ଚ ଶହ ଭତ୍ତାକୁ ସାତ ଶହକୁ ବୃଦ୍ଧି କରିବା ସହିତ ଅନ୍ତୋଦୟରେ ସଂଯୋଗ କରିବା ପାଇଁ ସାଧାରଣରେ ଦାବି ହୋଇଛି। ଏବେ ଦେଖିବାକୁ ବାକି ରହିଲା ଗଣ ମାଧ୍ୟମରେ ପ୍ରଚାର ପ୍ରସାର ପରେ ଧକେଇ ମାଉସୀଙ୍କ ପରିବାର ପାଇଁ ପ୍ରଶାସନ କଣ ପଦକ୍ଷେପ ନେଉଛନ୍ତି ତାହାକୁ ହିଁ ଅପେକ୍ଷା l

କାମାକ୍ଷାନଗରରୁ ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ୍

Related posts

ଜୁନାଗଡ଼ ରେ ବେଟ୍ରି ଚାଳିତ ବାଇକ ସୋରୁମ ଉଦଘାଟିତ

Sunil Chandra Nayak

ଆପୋଲ ହଷ୍ପିଟାଲ୍‍ରେ ଶ୍ରମିକ ମାରଣ ନୀତି ଓ ଜନସାଧାରଙ୍କୁ ଶୋଷଣ ବିରୋଧରେ ଚଳିତ ମାସ ୨୫ ତାରିଖରେ ଗଣଧାରଣା

Sunil Chandra Nayak

ପଦ୍ମବଜାର ମାଣ୍ଡବା ସାହିରେ ୨୭ତମ କାର୍ତିକେଶ୍ବର ପୂଜା ଉପଲକ୍ଷେ କଳସଯାତ୍ରା

Sunil Chandra Nayak

Leave a Comment

error: Content is protected !!