କର୍ଲାମୁଣ୍ଡା: କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ କୁସୁର୍ଲା ଯୋରାଡବରା ଛକ ଠାରୁ ମ.ରାମପୁର କୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାପାର୍ଶ୍ୱ ପରିସର ଠାରେ କୁସୁର୍ଲା ଗ୍ରାମ ପକ୍ଷରୁ ବୃକ୍ଷ ରୋପଣ କରାଯାଇଛି l କୁସୁର୍ଲା ସ୍ଥାନୀୟ ଗ୍ରାମ୍ୟ ଜଙ୍ଗଳ ଠାରେ ପ୍ରାୟ ଏକ ହେକ୍ଟର ଜାଗାରେ ୩୦୦ରୁ ଉର୍ଦ୍ଧ ବୃକ୍ଷ ରୋପଣ କରାଯାଇଛି l ଏହି କାର୍ଯ୍ୟକ୍ରମରେ କୁସୁର୍ଲା ଗ୍ରାମର ସମସ୍ତ ଭଦ୍ରବ୍ୟକ୍ତି ମନେ ଉପସ୍ଥିତ ଥିବାବେଳେ ଗ୍ରାମର ବିଭିନ୍ନ ସ୍ୱୟଂ ସହାୟକ ଗୋଷ୍ଠି ଓ ହରଗୌରୀ ଯୁବକ ସଂଘ ର ସମସ୍ତ କର୍ମକର୍ତ୍ତା ମାନେ ମିଶି ବୃକ୍ଷ ରୋପଣ କରି ବୃକ୍ଷ ଆମ ପୃଥିବୀ ପୃଷ୍ଠରେ ବସବାସ କରୁଥିବା ମଣିଷ ସମାଜ ଓ ସମସ୍ତ ଜୀବଜଗତ ପାଇଁ କେତେ ଯେ ମୂଲ୍ୟବାନ ତାହା କହିଲେ ନସରେ କିନ୍ତୁ ମଣିଷ ସମାଜ ନିସ୍ଵାର୍ଥ ପର ଭାବରେ ଗଛ କାଟି ଚାଲିଛି l ସେହି ଅଭାବରୁ ଜଳ ବାୟୁ ପରିବର୍ତ୍ତନ ଘଟିବା ସହ ବିଭିନ୍ନ ସମସ୍ୟର ସମ୍ମୁଖୀନର ସାମ୍ମନା କରିବାକୁ ପଢୁଛି l ତାହାକୁ ଦୃଷ୍ଟିରେ ରଖି ଏହି କାର୍ଯ୍ୟକ୍ରମ ମାନ କରିବା ସହ ଆଗକୁ ସମସ୍ତେ ବୃକ୍ଷ ରୋପଣ କରିବାପାଇଁ ଶପଥ ପାଠ କରିଥିଲେ l