ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପ୍ରକାଶ ପାଇଲା କବିତା ପ୍ରତିଯୋଗିତା ଫଳାଫଳ

ପ୍ରକାଶ ପାଇଲା କବିତା ପ୍ରତିଯୋଗିତା ଫଳାଫଳ 

ବାଲେଶ୍ଵର, ୨୬/୦୧/୨୪- କବିତା ପ୍ରତିଯୋଗିତାର ଫଳାଫଳ ପ୍ରକାଶ ପାଇଛି । ପ୍ରଥମ, ଦ୍ବିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଛି କେନ୍ଦ୍ରାପଡା, ଭଦ୍ରକ ଓ ଖୋର୍ଦ୍ଧା ଜିଲ୍ଲା । ପ୍ରକାଶ ଥାଉକି ପ୍ରତ୍ୟେକ ରବିବାର “ମୋ ଅନୁଷ୍ଠାନ ” ସମସ୍ତଙ୍କ ପାଇଁ ଗଦ୍ଯ ଓ ପଦ୍ଯ ପ୍ରତିଯୋଗିତାର ସୁଯୋଗ ଆଣିଥାଏ । ଗତ ତା ୨୧/୦୧/୨୪ ରିଖ ରବିବାର ମୋ ଅନୁଷ୍ଠାନ ହ୍ଵାଟ୍ସଆପ୍ ଗୃପରେ କବିତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଯାହାର ଶୀର୍ଷକ ଥିଲା ” ଅଲୋଡ଼ା ଜୀବନ ” । ଜଣେ ରକ୍ତ ମାଂସଧାରୀ ମଣିଷର ଜୀବନ କାହିଁକି ଅଲୋଡ଼ା ସେ ବିଷୟରେ ଅଶ ଅଂଶ ଗ୍ରହଣ କରିଥିବା କବି କବୟିତ୍ରୀ ମାନେ ସେମାନଙ୍କ କଲମ ମୁନରେ ଖୁବ୍ ସୁନ୍ଦର ଭାବରେ ଚିତ୍ରଣ କରିଥିଲେ । ଯେଉଁଥିରେ (୧) ଜ୍ଯୋତ୍ସ୍ନାରାଣୀ ମହାନ୍ତି, ଜଳେଶ୍ବର, ବାଲେଶ୍ଵର (୨) ଡ. ଚପଳା ପଣ୍ଡା, ଖୋର୍ଦ୍ଧା (୩) ବୀଣାପାଣି ଦେବୀ, ବାଣପୁର, ଖୋର୍ଦ୍ଧା (୪) ଗୀତା ମଞ୍ଜରୀ ଦାସ, ବରପଦା, ଭଦ୍ରକ (୫) ବିନୋଦିନୀ ନାୟକ, ଛତ୍ରପୁର, ଗଞ୍ଜାମ (୬) ତାନଶ୍ରୀ ପାଣିଗ୍ରାହୀ, ବାଲିଆ, ବାଲେଶ୍ଵର (୭) ପ୍ରିୟଦର୍ଶିନୀ ମିଶ୍ର, ମଣ୍ଡଳ, ବଲାଙ୍ଗୀର (୮) ରଞ୍ଜୁଲତା ପାଢ଼ୀ, ରାଉରକେଲା, ସୁନ୍ଦରଗଡ (୯) ଦିଲିପ୍ କୁମାର ନାୟକ, ନରଣପଡା, କେନ୍ଦ୍ରାପଡା ପ୍ରମୁଖ ଅଂଶ ଗ୍ରହଣ କରିଥିଲେ । ସମସ୍ତଙ୍କ କବିତା ଗୁଡିକୁ ସମୀକ୍ଷା କରିଥିଲେ ଅନୁଷ୍ଠାନର ସଭାପତି ଡଃ ନାରାୟଣ ଚନ୍ଦ୍ର ସେନାପତି । ସୁଦକ୍ଷ ସମୀକ୍ଷକଙ୍କ ସମୀକ୍ଷାରୁ ସମୀକ୍ଷାରୁ ଦିଲିପ୍ କୁମାର ନାୟକ ପ୍ରଥମ ସ୍ଥାନ, ଗୀତା ମଞ୍ଜରୀ ଦାସ ଦ୍ୱିତୀୟ ସ୍ଥାନ ଓ ବୀଣାପାଣି ଦେବୀଙ୍କୁ ତୃତୀୟ ସ୍ଥାନ ମିଳିଛି । ସମସ୍ତ ପ୍ରତିଯୋଗୀ ମାନଙ୍କୁ ଅନୁଷ୍ଠାନ ତରଫରୁ ଅଶେଷ ଧନ୍ୟବାଦ ଜଣାଇଛନ୍ତି ସମ୍ପାଦକ ନରେନ୍ଦ୍ର ପ୍ରସାଦ ବେହେରା । ସମସ୍ତଙ୍କ ସାରସ୍ୱତ ସାଧନାର ଗନ୍ତବ୍ଯ ପଥ କୁସୁମିତ ହେଉ, ସାରସ୍ୱତ ସାହିତ୍ୟ ଆକାଶରେ ଜଣେ ଜଣେ ଉଜ୍ଜ୍ୱଳ ତାରକା ସଦୃଶ୍ୟ ଆଲୋକ ପ୍ରଦାନ କରନ୍ତୁ ଏବଂ ପାଠକ ମାନଙ୍କ ହୃଦୟ ମଣ୍ଡନ କରନ୍ତୁ ବୋଲି ସମ୍ପାଦକ ଈଶ୍ବରଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ରାଇରଙ୍ଗପୁର ପୌରପାଳିକା ତରଫରୁ ‘ ସୁରକ୍ଷିତ ସଫେଇ ଏବଂ ଆଇନଗତ ସଫେଇ ନେଇ ସଚେତନତା ଶୋଭାଯାତ୍ରା

Sunil Chandra Nayak

ଓଡ଼ିଶା ଲେବର କୋ-ଅପରେଟିଭ ସୋସାଇଟି ଆରମ୍ଭ କଲା ନୂଆ ସେବାକେନ୍ଦ୍ର 

masiha

କଳେଇପୋଷ ଧର୍ମ କଣ୍ଟା ଦୁଇ ଶହ ମିଟର ରାସ୍ତା ପାଲଟିଛି ମରଣାନ୍ତକ 

Sunil Chandra Nayak

Leave a Comment

error: Content is protected !!