ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସେବା ସଂକଳ୍ପ ଅଭିଯାନରେ ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ସଡ଼କ ଦୁର୍ଘଟଣାଗ୍ରସ୍ତଙ୍କୁ ପିଏମ୍-ରାହତ ଯୋଜନାରେ ପ୍ରଥମ ୭ ଦିନ ଦେଢ଼ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ସହାୟତା

ସେବା ସଂକଳ୍ପ ଅଭିଯାନରେ ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

ସଡ଼କ ଦୁର୍ଘଟଣାଗ୍ରସ୍ତଙ୍କୁ ପିଏମ୍-ରାହତ ଯୋଜନାରେ ପ୍ରଥମ ୭ ଦିନ ଦେଢ଼ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ସହାୟତା

ରାଇରଙ୍ଗପୁର -(୦୨/୧୦):            ସେବା ସଂକଳ୍ପ ଅଭିଯାନ ଅବସରରେ ବାରିପଦାସ୍ଥିତ ଅନନ୍ତ ସାରଳା ନର୍ସିଂ ସ୍କୁଲଠାରେ ସଡ଼କ ଦୁର୍ଘଟଣାଗ୍ରସ୍ତଙ୍କ ତ୍ୱରିତ ଚିକିତ୍ସା ସୁନିଶ୍ଚିତ କରିବା ଉଦ୍ଦେଶ୍ୟରେ ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ କନିଷ୍ଠ ମୋଟର ଯାଞ୍ଚ ଅଧିକାରିଣୀ ସୁପ୍ରିୟା ପ୍ରିୟଦର୍ଶିନୀ ଏବଂ ଟ୍ରାଫିକ୍ ସବ୍-ଇନ୍ସପେକ୍ଟର ପ୍ରଜ୍ଞା ରମିତା ବଳ ଯୋଗଦେଇ ପିଏମ୍-ରାହତ ଯୋଜନା ସହିତ ସଡ଼କ ସୁରକ୍ଷା ଓ ଦୁର୍ଘଟଣା ପରବର୍ତ୍ତୀ ତ୍ୱରିତ ଚିକିତ୍ସା ସମ୍ପର୍କରେ ଉପସ୍ଥିତ ଛାତ୍ରଛାତ୍ରୀ ଓ ଅଧ୍ୟାପକ-ଅଧ୍ୟାପିକାମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରିଥିଲେ ।     ଏହି ଅବସରରେ ପିଏମ୍-ରାହତ ଯୋଜନା ଅଧୀନରେ ସଡ଼କ ଦୁର୍ଘଟଣାଗ୍ରସ୍ତଙ୍କୁ ଅନୁବନ୍ଧିତ ଘରୋଇ ଡାକ୍ତରଖାନାରେ ଦୁର୍ଘଟଣା ପରବର୍ତ୍ତୀ ପ୍ରଥମ ୭ ଦିନ ପର୍ଯ୍ୟନ୍ତ ଦେଢ଼ ଲକ୍ଷ ଟଙ୍କା ଯାଏଁ ଚିକିତ୍ସା ସହାୟତା ଉପଲବ୍ଧ ହେବା ସମ୍ପର୍କରେ ସୂଚନା ଦିଆଯାଇଥିଲା । ଆୟୁଷ୍ମାନ ଭାରତ ଯୋଜନାରେ ଅନୁବନ୍ଧିତ ଘରୋଇ ଡାକ୍ତରଖାନାଗୁଡ଼ିକରେ ମଧ୍ୟ ପିଏମ୍-ରାହତ ସେବା ଉପଲବ୍ଧ ଥିବା ନେଇ ଅବଗତ କରାଯାଇଥିଲା ।

     ସେହିପରି, ସରକାରୀ ଡାକ୍ତରଖାନାରେ ସଡ଼କ ଦୁର୍ଘଟଣାଗ୍ରସ୍ତଙ୍କ ଚିକିତ୍ସା ସମ୍ପୂର୍ଣ୍ଣ ନିଃଶୁଳ୍କ ଭାବେ କରାଯାଉଥିବା ନେଇ ସୂଚନା ପ୍ରଦାନ କରାଯାଇଥିଲା । ରାଜ୍ୟର ୭୮୯ଟି ଘରୋଇ ହସ୍ପିଟାଲ ପିଏମ୍-ରାହତ ଯୋଜନାରେ ପଞ୍ଜିକୃତ ହୋଇଥିବା ସମ୍ପର୍କରେ ମଧ୍ୟ ଅବଗତ କରାଯାଇଥିଲା । ସଡ଼କ ଦୁର୍ଘଟଣା ପରେ ଆହତଙ୍କୁ ତୁରନ୍ତ ଚିକିତ୍ସା ସୁବିଧା ଯୋଗାଇବା ଏବଂ ଉପଲବ୍ଧ ଚିକିତ୍ସା ସହାୟତା ସମ୍ପର୍କରେ ସାଧାରଣ ଲୋକଙ୍କୁ ଅବଗତ କରାଇବା ଦିଗରେ ଯୋଜନାର ଗୁରୁତ୍ୱ ଉପରେ ଆଲୋକପାତ କରାଯାଇଥିଲା ।

    ଏଥିରେ ନର୍ସିଂ ଛାତ୍ରୀ, ଅଧ୍ୟାପକ-ଅଧ୍ୟାପିକା ଏବଂ ସ୍ଥାନୀୟ ଅମ୍ବିକା ବିହାର କଲୋନୀ ସୋସାଇଟିର କର୍ମକର୍ତ୍ତାମାନେ ଯୋଗଦେଇ ଜନସଚେତନତା କାର୍ଯ୍ୟରେ ସହଯୋଗ କରିଥିଲେ । କାର୍ଯ୍ୟକ୍ରମ ସୁପରିଚାଳନାରେ ଜିଲ୍ଲା ପରିବହନ ପ୍ରାଧିକରଣ କାର୍ଯ୍ୟାଳୟ ଏବଂ ଅନନ୍ତ ସାରଳା ନର୍ସିଂ ସ୍କୁଲର କର୍ମଚାରୀମାନେ ସକ୍ରିୟ ଅଂଶଗ୍ରହଣ କରି ଆବଶ୍ୟକ ସହଯୋଗ ପ୍ରଦାନ କରିଥିଲେ ।

   ରାଇରଙ୍ଗପୁର ରୁ ଅକ୍ଷୟ ବିଶ୍ୱାଳ 

Related posts

ବ୍ଲକ୍ ସ୍ତରୀୟ ଗାଆଁ ସାଥୀ ଓ ଜି ଆର୍ ଏସ ମାନଙ୍କର ମନରେଗା ସମର୍କିତ ଏକ ଦିବସୀୟ ତାଲିମ ଶିବିର ଅନୁଷ୍ଠିତ

ସାନ୍ତାଳୀ ଲିପି ‘ଅଲ୍ ଚିକି ‘ସ୍ରଷ୍ଟା ପଣ୍ଡିତ ରଘୁନାଥ ମୁର୍ମୁଙ୍କ ଜନ୍ମ ଓ ସମାଧି ପୀଠରେ ହଜାର ହଜାର ଶ୍ରଦ୍ଧାଳୁମାନଙ୍କର ଶ୍ରଦ୍ଧାଞ୍ଜଳି 

Sunil Chandra Nayak

ଲାଠିକଟା ବ୍ଲକ ପରିସର ରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ

masiha

Leave a Comment

error: Content is protected !!