ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଓ ଶ୍ରୀ ଜଗନ୍ନାଥ ମନ୍ଦିର ପରିକ୍ରମା ପରିପ୍ରେକ୍ଷୀରେ ଆୟୋଜିତ ସାହିତ୍ୟ ପ୍ରତିଯୋଗିତା କାର୍ଯ୍ୟକ୍ରମ

ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଓ ଶ୍ରୀ ଜଗନ୍ନାଥ ମନ୍ଦିର ପରିକ୍ରମା ପରିପ୍ରେକ୍ଷୀରେ ଆୟୋଜିତ ସାହିତ୍ୟ ପ୍ରତିଯୋଗିତା କାର୍ଯ୍ୟକ୍ରମ

ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଓ ଶ୍ରୀ ଜଗନ୍ନାଥ ମନ୍ଦିର ପରିକ୍ରମା ପରିପ୍ରେକ୍ଷୀରେ ଆୟୋଜିତ ସାହିତ୍ୟ ପ୍ରତିଯୋଗିତା କାର୍ଯ୍ୟକ୍ରମ ର ଆଜି ସ୍ଥାନୀୟ ମା ମାଣିକେଶ୍ୱରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ଉଦଯାପିତ ହୋଇ ଯାଇଛି । ଏହି ଅବସର ରେ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଓଡ଼ିଆ ଭାଷାରେ ବକ୍ତୃତା, ପ୍ରବନ୍ଧ ଲିଖନ, କବିତା ଆବୃତ୍ତି, ଗଳ୍ପ ଲିଖନ, ସଂଳାପ, ଭଜନ/ଜଣାଣ, ଚିତ୍ରାଙ୍କନ, କ୍ୱିଜ,ଲୋକନୃତ୍ୟ, ଲକ୍ଷ୍ମୀ ପୁରାଣ ଓ ଭାଗବତ ପାଠ ,କବିତା ଲିଖନ, ଓଡ଼ିଆ ହସ୍ତାକ୍ଷର ଲିଖନ ପ୍ରତିଯୋଗିତା ଓ ଓଡ଼ିଆ ଭାଷା ସାହିତ୍ୟ ଏବଂ ଶ୍ରୀ ଜଗନ୍ନାଥ ସଂସ୍କୃତି ସମ୍ପର୍କରେ ଆଲୋଚନା ଚକ୍ର ଆୟୋଜିତ ହୋଇଯାଇଛି । ଉଦଯାପନୀ ଅବସରରେ ଦୁଇ ଜଣ ବିଶିଷ୍ଟ ସାରସ୍ୱତ ସାଧକ ଯୋଗଦେଇ ଭାଷା ସାହିତ୍ୟ ଓ ଶ୍ରୀ ଜଗନ୍ନାଥ ସଂସ୍କୃତି ସମ୍ପର୍କରେ ଆଲୋଚନା କରିଥିଲେ । ନିକଟରେ କେନ୍ଦ୍ର ସାହିତ୍ୟ ଏକାଡେମୀ ଯୁବ ପୁରସ୍କାର ପ୍ରାପ୍ତ ଗାଳ୍ପିକ ଡିଲେଶ୍ବର ରଣା ଯୋଗଦେଇ ଓଡ଼ିଆ ଭାଷା ସାହିତ୍ୟର ବିକାଶ ପାଇଁ ବହୁ ପରିମାଣରେ ଓଡ଼ିଆ ପୁସ୍ତକ ଅଧ୍ୟୟନ ଓ ଓଡ଼ିଆ ଭାଷାର ବହୁଳ ବ୍ୟବହାର ସମ୍ପର୍କରେ ଆଲୋଚନା କରିଥିଲେ। ସେହିପରି ବିଶିଷ୍ଟ ଗବେଷକ ପୂର୍ବତନ ଓଡ଼ିଶା ସାହିତ୍ୟ ଏକାଡେମୀ ସଦସ୍ୟ ଶ୍ରୀ ସତ୍ୟନାରାୟଣ ମହାପାତ୍ର ଯୋଗଦେଇ ଶ୍ରୀ ଜଗନ୍ନାଥ ସଂସ୍କୃତି ର ବିବିଧ ଦିଗ ଉପରେ ଆଲୋକପାତ କରିଥିଲେ । ଏହି ସଭାରେ ଅନୁଷ୍ଠାନ ର ଅଧ୍ୟକ୍ଷ ଶ୍ରୀ ସତ୍ୟନାରାୟଣ ମୁଣ୍ଡଛିନା ସଭାପତିତ୍ୱ କରିଥିବା ବେଳେ ଅଧ୍ୟାପକ ବବୃ ବାହାନ ବୁଦ୍ଧିଆ ସଭା ପରିଚାଳନା କରିଥିଲେ ଓ ଅଧ୍ୟାପକ ସରୋଜ କୁମାର ପଟ୍ଟଯୋଷୀ ଧନ୍ୟବାଦ ଅର୍ପଣ କରିଥିଲେ। ବିଭିନ୍ନ ପ୍ରତିଯୋଗିତାକୁ କ୍ରୀଡା ଶିକ୍ଷକ ଶ୍ରୀ ବନବିହାରୀ ପରିଡା ସଞ୍ଚାଳନ କରିଥିଲେ । ବିଜୟୀ ଛାତ୍ରଛାତ୍ରୀ ଙ୍କୁ ଏହି ଅବସର ରେ ପୁରସ୍କୃତ କରାଯାଇଥିଲା।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

ଅବସରପ୍ରାପ୍ତ କର୍ମଚାରୀ ସଂଘର କାର୍ଯ୍ୟକାରୀ ବୈଠକ 

ଦଧିବାମନପୁର ଡାକଘରେ କର୍ମଚାରୀ ଅଭାବ 

masiha

ବର୍ଷା ହେଲେ ସ୍କୁଲ ଗେଟରେ ଜମୁଛି ପାଣି

Sunil Chandra Nayak

Leave a Comment

error: Content is protected !!