ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଲଙ୍ଗଳେଶ୍ବର ପ୍ରେସକ୍ଲବ ଆନୂକୁଲ୍ଯ ରେ 75 ତମ ସାଧାରଣତନ୍ତ୍ର ଦିବସ ପାଳିତ

ଲଙ୍ଗଳେଶ୍ବର ପ୍ରେସକ୍ଲବ ଆନୂକୁଲ୍ଯ ରେ 75 ତମ ସାଧାରଣତନ୍ତ୍ର ଦିବସ ପାଳିତ

ବସ୍ତା,26/01 : ବାଲେଶ୍ବର ଜିଲ୍ଲା ବାଲିଆପାଳ ବ୍ଲକ ଅନ୍ତର୍ଗତ ଲଙ୍ଗଳେଶ୍ବର କାଳିଝାଟି ପଡିଆ ରେ ଲଙ୍ଗଳେଶ୍ବର ପ୍ରେସକ୍ଲବ ଆନୂକୁଲ୍ଯ ରେ 75 ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି , ସମାଜସେବୀ ତଥା ରେବତୀ ପତ୍ରିକା ର ସମ୍ପାଦିକା ସୁବାସିନୀ ଜେନା ମୁଖ୍ଯ ଅତିଥି ଭାବରେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହ ଛାତ୍ର ଛାତ୍ରୀ ମାନଙ୍କ ଉଦ୍ଯେଶରେ ଉଦବୋଧନ ଦେଇଥିଲେ, ଭାରତ ବର୍ଷ କୁ ସ୍ବାଧୀନ କରିବାରେ ସ୍ବାଧୀନତା ସଂଗ୍ରାମୀ ମାନଙ୍କର ଅବଦାନ ଚିରସ୍ମରଣୀୟ ହୋଇ ରହିବ, ତେଣୁ ସେମାନଙ୍କର ଆଦର୍ଶ ରେ ଅନୁପ୍ରାଣିତ ହୋଇ ନିଜକୁ ସୁଗନାଗରିକ ଭାବରେ ଗଢି ତୋଳିବା ପାଂଇ ମୁଖ୍ଯ ଅତିଥି ଛାତ୍ର ଛାତ୍ରୀ ମାନଙ୍କୁ ପରାମର୍ଶ ଦେଇଥିଲେ, ଏହି ଅବସରେ ସ୍ଥାନୀୟ ବିଦ୍ଯାଳୟ ଏବଂ ମହାବିଦ୍ଯାଳୟ ର ଛାତ୍ର ଛାତ୍ରୀ ମାନଙ୍କ ଦ୍ବାରା ପ୍ଯାରେଡ ଅନୁଷ୍ଠିତ ହୋଇ ଥିଲା, ଶେଷରେ କୃତୀ ଛାତ୍ର ଛାତ୍ରୀ ମାନଙ୍କୁ ପ୍ରେସକ୍ଲବ ପକ୍ଷରୁ ପୁରଷ୍କାର ବିତରଣ କରା ଯାଇ ଥିଲା।

ବସ୍ତା ରୁ ଜଗତ କୁମାର ଗିରି ଙ୍କ ରିପୋର୍ଟ୍ 

Related posts

ସରକାରଙ୍କ କ୍ଯୁଆର୍ କୋଡରେ ଚାଷୀ ଅର୍ଥ ପେମେଣ୍ଟ ସାଜିଛି ଚାଷୀଙ୍କ ସାର ସଙ୍କଟ ; ବାମନଘାଟୀ ଉପଖଣ୍ଡ ସାର ନ ପାଇ ଚାଷୀ ହନ୍ତସନ୍ତ

Sunil Chandra Nayak

ଢେଙ୍କାନାଳ ଜିଲ୍ଲାସ୍ତରରେ ୧୨ତମ ଆନ୍ତର୍ଜାତୀୟ ଆର୍ଟ ଅଫ୍ ଗିଭିଂ ଦିବସ-୨୦୨୫ ପାଳିତ 

masiha

ବିଦ୍ୟୁତ୍ ଉପଭୋକ୍ତାଙ୍କୁ ଶୋଷଣ ବିରୁଦ୍ଧରେ କିଶାନ ମଜଦୂର ସଂଗ୍ରାମ ପରିଷଦ ର ରାଜ୍ୟପାଳଙ୍କୁ ୧୪ ଦଫା ଦାବି ପତ୍ର ପ୍ରଦାନ    

Sunil Chandra Nayak

Leave a Comment

error: Content is protected !!