ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜନ ମଙ୍ଗଳ ପକ୍ଷରୁ ଗ୍ରୀଷ୍ମ କାଳୀନ ରକ୍ତ ଦାନ ଶିବିର ଅନୁଷ୍ଠିତ: ୫୩ ୟୁନିଟ୍ ରକ୍ତ ସଂଗ୍ରହ

ଢେ଼ଙ୍କାନାଳ/ହିନ୍ଦୋଳ(ମ ସୀ ହା)୧୬/୦୪_ ଗତ କାଲି ହିନ୍ଦୋଳ କଲ୍ୟାଣ ସଂଗଠନ (ଭୁବନେଶ୍ବର) ତଥା ଅନୁବନ୍ଧିତ ଶ୍ରଦ୍ଧା ଶକ୍ତି ସେବା ସଂସ୍ଥାନ ର ମିଳିତ ଆନୁକୂଲ୍ୟରେ ରାସୋଳ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ପରିସର ରେ ଢେଙ୍କାନାଳ ରକ୍ତ ଭଣ୍ଡାର ସହାୟତା ଏକ ସ୍ବତନ୍ତ୍ର ଗ୍ରୀଷ୍ମ କାଳୀନ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଯାଇଛି ।ମୟୂରଭଞ୍ଜ ଫାଷ୍ଟ ଟ୍ରାକ କୋର୍ଟର ଜଜ୍ ଶ୍ରୀଯୁକ୍ତ ଦୁର୍ଗା ଚରଣ ମିଶ୍ର ଙ୍କ ଦ୍ବାରା ଉଦଘାଟିତ ହୋଇଥିବା ବେଳେ ସଂଗଠନ ର ଉପଦେଷ୍ଟା ଶ୍ରୀଯୁକ୍ତ ରତିକାନ୍ତ ଗଡନାୟକ,ଡାକ୍ତର ଦୟାନିଧି ପୃଷ୍ଟି,ଶ୍ରୀମତି ସତ୍ଯଭାମା ମିଶ୍ର,ଯୋଗଗୁରୁ ଦିପ୍ତୀ ରଂଜନ ପଣ୍ଡା ,ହିନ୍ଦୋଳ କଲ୍ୟାଣ ସଂଗଠନ ର ଆଜୀବନ ସଦସ୍ୟ ଶ୍ରୀଯୁକ୍ତ ଶନ୍କର୍ଷଣ ପାଳ,ରାସୋଳ ବିକାଶ ପରିଷଦ ର ସଂପାଦକ ତଥା ସମାଜସେବୀ ଭାସ୍କର ଚନ୍ଦ୍ର ନାୟକ ଆଦି ଉପସ୍ଥିତ ରହି ରକ୍ତଦାତା ମାନଙ୍କୁ ଉସ୍ଛାହିତ କରିଥିବା ବେଳେ 53ୟୁନିଟ୍ ରକ୍ତ ସଂଗୃହୀତ କରାଯାଇଛି ।ଜନ ମଙ୍ଗଳ (ରାସୋଳ) ସଂଗଠନ ର ପ୍ରତିଷ୍ଠାତା ବିଭୁପ୍ରସାଦ ଶତପଥୀ ଉପସ୍ଥିତ ସମସ୍ତ ସହଯୋଗୀ ମାନଙ୍କୁ ତଥା ରକ୍ତଦାତା ମାନଙ୍କୁ ସଂଗଠନ ତରଫରୁ ଆନ୍ତରିକ ସାଧୁବାଦ ତଥା ଅଶେଷ ଧନ୍ୟବାଦ ଜ୍ଞାପନ କରିଥିଲେ ।

ଢେ଼ଙ୍କାନାଳରୁ ନାୟକ ଅକ୍ଷୟ ରାଜହସ୍ତୀଙ୍କ ରିପୋର୍ଟ୍

Related posts

ଧର୍ମଗଡ କଳାହାଣ୍ଡି ଉତ୍ସବ ଘୁମୁରା -୨୦୨୪ ଉଦଯାପିତ 

masiha

କଙ୍କିଳି ଗାଁ ରେ ଅଗ୍ନିକାଣ୍ଡରେ ଦୁଇ ବଖରା ଘର ଜଳି ପୋଡ଼ି ପାଉଁଶ

Sunil Chandra Nayak

ବାଇକ ଦୁର୍ଘଟଣାରେ ଶିକ୍ଷକ ମୃତୁ

masiha

Leave a Comment

error: Content is protected !!