ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଉତ୍କଳ ଆଲୁମିନା ପକ୍ଷରୁ ଥୁଆମୂଳ ରାମପୁର ଠାରେ ବିବିଧ ଗୋଷ୍ଠୀ ବିକାଶ ପ୍ରକଳ୍ପସମୂହ ଉନ୍ମୋଚନ

ଥୁଆମୂଳ ରାମପୁର:୪/୦୬ – ଥୁଆମୂଳ ରାମପୁର ଠାରେ ଆଦିତ୍ୟ ବିର୍ଲା ଗ୍ରୃପର ହିଣ୍ତାଲକୋ ଇଣ୍ତଷ୍ଟ୍ରିଜ୍ ଲିମିଟେଡ଼ର ଏକ ସହଯୋଗୀ କମ୍ପାନୀ ଉତ୍କଳ ଆଲୁମିନା ଇଣ୍ଟରନ୍ଯାସନାଲ୍ ଲିମିଟେଡ଼ ଏହାର ପାରିପାର୍ଶ୍ବିକ ଗ୍ରାମଗୁଡିକରେ ବାସକରୁଥିବା ଜନସାଧାରଣଙ୍କର ସ୍ବାସ୍ଥ୍ୟ, ଶିକ୍ଷା,ଜୀବିକା ଉପାର୍ଜନ ଏବଂ ସାମାଜିକ ପ୍ରସଙ୍ଗ ଗୁଡିକର ସାମଗ୍ରିକ ବିକାଶ ଦିଗରେ ପ୍ରତିବଦ୍ଧ ରହିଛି। ଏହି ସମସ୍ତ କ୍ଷେତ୍ରରେ ପ୍ରଭାବକୁ ଶୀର୍ଷସ୍ତରେ ପହଞ୍ଚାଇବାକୁ ଉତ୍କଳ ଆଲୁମିନା କଳାହାଣ୍ଡି ଜିଲ୍ଲାର ଥୁଆମୂଳ ରାମପୁର ବ୍ଳକରେ ଚଳିତବର୍ଷ ଜୁନ ମାସ ୧ ତାରିଖରେ ବହୁବିଧ ବିକାଶମୂଳକ ପ୍ରକଳ୍ପ ଉନ୍ମୋଚନ କରାଯାଇଛି। ଏହି ପ୍ରକଳ୍ପ ଗୁଡିକ ମଧ୍ୟରେ ରହିଛି ଲେମନ୍ ଗ୍ରାମ୍ ତୈଳ ନିଷ୍କାସନ ୟୁନିଟ୍ ର ଉଦଘାଟନ, ନିରୋଗଶାଳା ନାମରେ ଏକ ଗ୍ରାମ ସ୍ବାସ୍ଥ୍ୟ ଦାତବ୍ୟ ଚିକିତ୍ସାଳୟର ଶୁଭାରମ୍ଭ ଏବଂ ଏକ ଉତ୍ସର୍ଗୀକୃତ ଆମ୍ବୁଲାନ୍ସ ସେବା। ଏଥିସହିତ ହାଲୁକା ମୋଟର ଯାନ ଡ୍ରାଇଭିଂ ତାଲିମ କାର୍ଯ୍ୟକ୍ରମର ସମାପନ ଉତ୍ସବ ମଧ୍ୟ ଅନୁଷ୍ଠିତ ହୋଇଥିଲା।

             ଶ୍ରୀ ମଜହର ବେଗ, ୟୁନିଟ୍ ହେଡ୍ ଓ ପ୍ରେସିଡେଣ୍ଟ, ଉତ୍କଳ ଆଲୁମିନା ଏହି ପ୍ରକଳ୍ପ ଗୁଡିକକୁ ଉଦଘାଟନ ଓ ଶୁଭାରମ୍ଭ କରିଥିବା ବେଳେ ତାଙ୍କ ସହିତ ବିଶିଷ୍ଟ ବ୍ଯକ୍ତିଗଣ ଓ ସ୍ଥାନୀୟ ଅଞ୍ଚଳର ବିଶିଷ୍ଟ ବ୍ଯକ୍ତି ଏବଂ ଚିନ୍ତାଶୀଳ ଜନନେତା ପ୍ରମୁଖ ଉପସ୍ଥିତ ରହିଥିଲେ।

   ଗୁଜାମାଳିପଡା ଗ୍ରାମରେ ଉଦଘାଟିତ ଲେମନ୍ ଗ୍ରାସ ତୈଳ ନିଷ୍କାସନ ୟୁନିଟ୍ ୬୦ରୁ ଉର୍ଦ୍ଧ୍ବ ପରିବାରକୁ ବଜାର ସଂଯୋଗୀକରଣ ସମାଧାନ ଯୋଗାଇଦେବ, ଯେଉଁମାନେ ସମ୍ପ୍ରତି ପ୍ରକଳ୍ପ ସୁଗନ୍ଧାରେ ତାଲିକାଭୁକ୍ତ ହୋଇ ୧୦୦ ଏକର ଜମିରେ ଲେମନ୍ ଗ୍ରାସ ଚାଷ କରୁଛନ୍ତି।

        ଗୋପୀନାଥପୁର ଠାରେ ‘ ନିରୋଗଶାଳା ‘ ନାମରେ ଗ୍ରାମ ସ୍ବାସ୍ଥ୍ୟ ଦାତବ୍ୟ ଚିକିତ୍ସା ପ୍ରତିଷ୍ଠାନ ଗ୍ରାମ ଏବଂ ତାହାର ନିକଟବର୍ତ୍ତୀ ଅଞ୍ଚଳ ଗୁଡିକରେ ବାସ କରୁଥିବା ଜନସାଧାରଣଙ୍କୁ ମୌଳିକ ସ୍ବାସ୍ଥ୍ୟସେବା ଯୋଗାଇ ଦେବା।ଏଥିସହିତ ଆବଶ୍ୟକ ସମୟରେ ଜଟିଳ ସ୍ବାସ୍ଥ୍ୟ ସେବା ସହାୟତା ଯୋଗାଇବା ତଥା ଉଚ୍ଚତର ସ୍ଵାସ୍ଥ୍ୟ ସେବା ପ୍ରତିଷ୍ଠାନକୁ ରୋଗୀଙ୍କୁ ସ୍ଥାନାନ୍ତର କରିବାକୁ ଏକ ଉତ୍ସର୍ଗୀକୃତ ଆମ୍ବୁଲାନ୍ସ ସେବା ମଧ୍ୟ ଉଦଘାଟିତ ହୋଇଥିଲା। ପ୍ରୋଜେକ୍ଟ ଦୃଷ୍ଟି ଅଧିନରେ କମ୍ ଦୃଷ୍ଟିଶକ୍ତି ଥିବା ୨୦ ଜଣ ବ୍ଯକ୍ତିଙ୍କୁ ଚଷମା ବଣ୍ଟନ କରାଯାଇଥିଲା। ଏହାଦ୍ବାରା ସେମାନେ ଅଧିକ ପରିପୂର୍ଣ୍ଣ ଜୀବନ କଟାଇ ପାରିବେ। ଏସବୁ ସହିତ ସମ୍ପ୍ରତି ପ୍ରୋଜେକ୍ଟ କୁଶଳୀ ଅଧିନରେ ଗୋପୀନାଥପୁର ଠାରେ ଚାଲିଥିବା ହାଲୁକା ମୋଟର ଯାନ ଡ୍ରାଇଭିଂ ତାଲିମ୍ କାର୍ଯ୍ୟକ୍ରମର ସମାପନ ଉତ୍ସବ ମଧ୍ୟ ଆୟୋଜିତ ହୋଇଥିଲା। ସଫଳତାର ସହିତ ଡ୍ରାଇଭିଂ ତାଲିମ ସମ୍ପୂର୍ଣ୍ଣ କରିଥିବା ୩୦ ଜଣ ଉତ୍ସାହୀ ଯୁବବର୍ଗଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା। ଏହି ସମସ୍ତ ରୂପାନ୍ତରଣକାରୀ ପ୍ରୟାସ ଗୁଡିକର ସଫଳରୂପାୟନକୁ ନେଇ ଶ୍ରୀ ମଜହର ବେଗ୍ ଗଭୀର ଆନନ୍ଦ ପ୍ରକାଶ କରିଥିଲେ। ସେ ଉହ୍ଲେଖ କରିଥିଲେ ଯେ, “ଏହି ସମସ୍ତ ପ୍ରୟାସ ଜରିଆରେ ଆମେ ଥୁଆମୂଳ ରାମପୁର ଅଞ୍ଚଳରେ ସ୍ଥାନୀୟ ଜନସାଧାରଣ ଙ୍କୁ ସଶକ୍ତ କରିବା, ସ୍ବାସ୍ଥ୍ୟସେବା ସୁବିଧାରେ ବୃଦ୍ଧି ଘଟାଇବା ଏବଂ ଦୀର୍ଘସ୍ଥାୟୀ ଜୀବିକା ଉପାର୍ଜନ ନିମନ୍ତେ ସୁଯୋଗ ସୃଷ୍ଟି ଦିଗରେ ପ୍ରୟାସ ଜାରି ରଖିଛୁ।କଳାହାଣ୍ଡି ଜିଲ୍ଲାରେ ପୂର୍ବରୁ ସ୍ବାସ୍ଥ୍ୟ, ଶିକ୍ଷା ଏବଂ ଜୀବିକା ଉପାର୍ଜନରେ ବିକାଶ କ୍ଷେତ୍ରରେ ଆମର ପ୍ରୟାସଗୁଡିକର ସକାରାତ୍ମକ ପ୍ରଭାବ ସ୍ପଷ୍ଟ ପରିଲକ୍ଷିତ ହେଉଛି ଏବଂ ଏହି ଉଦ୍ଦେଶ୍ୟ ନିମନ୍ତେ ଉତ୍ସର୍ଗୀକୃତ ରହିଛୁ। ସ୍ଥାନୀୟ ଜନସମୁଦାୟଙ୍କ ସମର୍ଥନରେ ଆମ ପାରିପାର୍ଶ୍ବିକ ଅଞ୍ଚଳକୁ ଅଧିକ ପ୍ରକଳ୍ପ ଆଣିବା ଆଶା କରୁଛୁ, ଯାହା ଅଭିବୃଦ୍ଧି ଓ ସମୃଦ୍ଧିକୁ ତ୍ବରାନ୍ବିତ କରିବ। ଦିର୍ଘାବଧି ପରିବର୍ତ୍ତନ ସୃଷ୍ଟିକରିବା ଏବଂ ଆମର ସମସ୍ତ ସହଭାଗୀଙ୍କ ଜୀବନରେ ସକାରାତ୍ମକ ପ୍ରଭାବ ଆଣିବା ନିମନ୍ତେ ଆମେ ପ୍ରତିବଦ୍ଧ ରହିଛୁ।” ବୋଲି ଶ୍ରୀ ବେଗ ତାଙ୍କ ବକ୍ତବ୍ୟରେ ପ୍ରକାଶ କରିଥିଲେ। ସମୁଦାୟ କାର୍ଯ୍ୟକ୍ରମ ଶ୍ରୀ ମନୋଜ ଦାସ,ଏଜିଏମ୍ ସିଏସଆର ମାଇନ୍ସ ଉତ୍କଳ ଆଲୁମିନାଙ୍କ ନେତୃତ୍ୱରେ ଖଣି ସିଏସଆର୍ ଟିମ୍ ଦ୍ବାରା ଆୟୋଜିତ ହୋଇଥିଲା।

ଥୁଆମୂଳ ରାମପୁର ବ୍ଳକରୁ ବଳଭଦ୍ର ବାଗଙ୍କ ରିପୋର୍ଟ

Related posts

ଜିଲ୍ଲା ବିଶ୍ୱାବସୁ ଶବର ସମାଜର ସ୍ୱାଗତ ସମ୍ପଦ୍ଧନା

masiha

ଫାଇଲେରିଆ ଔଷଧ ସେବନ ଓ ସଚେତନତା ଶିବିର ଉଦଘାଟନ

masiha

ଗଣ୍ଡାମେର ଗ୍ରାମ ବାସୀ ମିଳିତଭାବେ ଦୁଇଟି ବିଦ୍ୟାଳୟ ରେ ତାଲାବନ୍ଦ ଆନ୍ଦୋଳନ

Sunil Chandra Nayak

Leave a Comment

error: Content is protected !!