ଗୋଳାମୁଣ୍ଡା/୪/୬/୨୩/ନିର୍ଭୟ, ନିରପେକ୍ଷ ମସିହା/ଗତକାଲି ସନ୍ଧ୍ୟାରେ ରେଙ୍ଗାସପାଳି ଠାରେ କେଗାଁ ବନବିଭାଗ କାଠ ବୋଝେଇ ଟ୍ରାକ୍ଟର ORO8E 9540ନମ୍ବର ଗାଡି ଜବତ କରିଛି । ସୂଚନାରୁ ପ୍ରକାଶ ଯେ ଜଙ୍ଗଲରୁ ଜାଳେଣି କାଠ ଟ୍ରାକ୍ଟରରେ ଆଣୁଥିବା ବେଳେ କେଗାଁ ବନ ବିଭାଗ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଅତିରିକ୍ତ ରେଞ୍ଜର ଗୌର ଚନ୍ଦ୍ର ସାହୁ, ଦଶପୁର ବନପାଳ ଗୟା ମାଝୀ,ଚହକା ବନପାଳ ରୁଦ୍ରପ୍ରସାଦ ଗହୀର ସମେତ ସମସ୍ତ କର୍ମଚାରୀ ଯାଇ ଟ୍ରାକ୍ଟରଟିକୁ ଜବତ କରି ଦୁଇ ଅଭିଯୁକ୍ତଙ୍କୁ ଅଟକ ରଖାଯାଇଥିଲା । ଆଜି ଟ୍ରାକ୍ଟର ଡ୍ରାଇଭର ଟୁନୁ ରଣା ଓ ଅନ୍ୟ ହେଲଫର ସମେତ ଦୁଇ ଜଣ ଅଭିଯୁକ୍ତ କାରୀଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବନ ବିଭାଗ ପକ୍ଷରୁ କୁହାଯାଇଛି ।ଟ୍ରାକ୍ଟର ମାଲିକ ପୁଟିଆଚୁରା ଗ୍ରାମର ଡିଙ୍ଗର ବୋଡ଼କିଆ ଅଟନ୍ତି,ଟ୍ରାକ୍ଟରରେ ଜାଳେଣି କାଠ ବ୍ୟତିତ ଅନ୍ୟ କୌଣସି ମୂଲ୍ୟବାନ କାଠ ନ ହେଲେ ବି ଗଛ ହାଣି ଟ୍ରାକ୍ଟରରେ ନେବା ଏକ ଅପରାଧ ଏବଂ ଆଇନ ଉଲଘଂନ କରି ଥିବା ବ୍ୟକ୍ତି ପ୍ରତି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ବୁଦ୍ଧି ଯିବି ମହଲରେ କ୍ଷୋଭ ପ୍ରକାଶ କରିଥିବା ବେଳେ, ବନ ବିଭାଗ କର୍ମଚାରୀ ଜଙ୍ଗଲ ପ୍ରତି ତତ୍ପରତା ରହିବା ଦରକାର ବୋଲି କହିଛନ୍ତି।
previous post