ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ବନ ବିଭାଗ ଦ୍ଵାରା କାଠ ବୋଝେଇ ଟ୍ରାକ୍ଟର ଜବତ ! ଦୁଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ

ଗୋଳାମୁଣ୍ଡା/୪/୬/୨୩/ନିର୍ଭୟ, ନିରପେକ୍ଷ ମସିହା/ଗତକାଲି ସନ୍ଧ୍ୟାରେ ରେଙ୍ଗାସପାଳି ଠାରେ କେଗାଁ ବନବିଭାଗ କାଠ ବୋଝେଇ ଟ୍ରାକ୍ଟର ORO8E 9540ନମ୍ବର ଗାଡି ଜବତ କରିଛି । ସୂଚନାରୁ ପ୍ରକାଶ ଯେ ଜଙ୍ଗଲରୁ ଜାଳେଣି କାଠ ଟ୍ରାକ୍ଟରରେ ଆଣୁଥିବା ବେଳେ କେଗାଁ ବନ ବିଭାଗ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଅତିରିକ୍ତ ରେଞ୍ଜର ଗୌର ଚନ୍ଦ୍ର ସାହୁ, ଦଶପୁର ବନପାଳ ଗୟା ମାଝୀ,ଚହକା ବନପାଳ ରୁଦ୍ରପ୍ରସାଦ ଗହୀର ସମେତ ସମସ୍ତ କର୍ମଚାରୀ ଯାଇ ଟ୍ରାକ୍ଟରଟିକୁ ଜବତ କରି ଦୁଇ ଅଭିଯୁକ୍ତଙ୍କୁ ଅଟକ ରଖାଯାଇଥିଲା । ଆଜି ଟ୍ରାକ୍ଟର ଡ୍ରାଇଭର ଟୁନୁ ରଣା ଓ ଅନ୍ୟ ହେଲଫର ସମେତ ଦୁଇ ଜଣ ଅଭିଯୁକ୍ତ କାରୀଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବନ ବିଭାଗ ପକ୍ଷରୁ କୁହାଯାଇଛି ।ଟ୍ରାକ୍ଟର ମାଲିକ ପୁଟିଆଚୁରା ଗ୍ରାମର ଡିଙ୍ଗର ବୋଡ଼କିଆ ଅଟନ୍ତି,ଟ୍ରାକ୍ଟରରେ ଜାଳେଣି କାଠ ବ୍ୟତିତ ଅନ୍ୟ କୌଣସି ମୂଲ୍ୟବାନ କାଠ ନ ହେଲେ ବି ଗଛ ହାଣି ଟ୍ରାକ୍ଟରରେ ନେବା ଏକ ଅପରାଧ ଏବଂ ଆଇନ ଉଲଘଂନ କରି ଥିବା ବ୍ୟକ୍ତି ପ୍ରତି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ବୁଦ୍ଧି ଯିବି ମହଲରେ କ୍ଷୋଭ ପ୍ରକାଶ କରିଥିବା ବେଳେ, ବନ ବିଭାଗ କର୍ମଚାରୀ ଜଙ୍ଗଲ ପ୍ରତି ତତ୍ପରତା ରହିବା ଦରକାର ବୋଲି କହିଛନ୍ତି।

ଗୋଳାମୁଣ୍ଡା ବ୍ଲକରୁ ରାମକୁମାର ସେନାପତି ଙ୍କ ରିପୋର୍ଟ, ପ୍ରଗତିଶୀଳ ମସିହା

Related posts

ବେଆଇନ ଭାବେ କେନ୍ଦୁପତ୍ର ଚୋରା ଚାଲାଣ , ଚୋରା ଚାଳଣ ବେଳେ ବନପାଳଙ୍କ ଦ୍ଵାରା ଜବତ

Sunil Chandra Nayak

ଦାଦନ ସର୍ଦ୍ଧାର ମାଡ଼ ରେ ଲହୁ ଲୁହାଣ ଶ୍ରମିକ …. ଥାନା ରେ ଲିଖିତ ଅଭିଯୋଗ ପରେ 2 ଦଲାଲ ଅଟକ..ମୁଖ୍ୟ ଅଭିଯୁକ୍ତ ଫେରାର

masiha

ଖରିଆର ରୋଡ୍‌ରେ ରେଷ୍ଟୁରାଣ୍ଟ ଉପରେ ଚଢ଼ାଉ: ୪ଟି ଘରୋଇ ଗ୍ୟାସ ସିଲିଣ୍ଡର ଜବତ

Sunil Chandra Nayak

Leave a Comment

error: Content is protected !!