ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ଡାବୁଗାଁ ଜଗନ୍ନାଥ ମନ୍ଦିରରେ ଦେବସ୍ନାନ ପୂର୍ଣ୍ଣିମା ପାଳିତ

ଡାବୁଗାଁ ୪/୬ (ମ.ନି.ସ.):- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ସଦରମହକୁମା ଶ୍ରୀ ଜଗନ୍ନାଥ ମନ୍ଦିରରେ ଦେବସ୍ନାନ ପୂର୍ଣ୍ଣିମା ରବିବାର ପାଳିତ ହୋଇଯାଇଛି । ଦଇତାପତି ସେବକ ମାନେ ତିନି ଠାକୁରକୁ ସ୍ନାନବେଦୀକୁ ଆଣିବା ପରେ ମହାପ୍ରଭୁଙ୍କୁ ସ୍ନାନ କରାଯାଇଥିଲା । ପରେ ଠାକୁର ଙ୍କୁ ଗଜାନନ ବେଶରେ ସଜ୍ଜିତ କରାଯାଇଥିଲା | ଭକ୍ତ ମାନେ ମହାପ୍ରଭୁ ଙ୍କୁ ଗଜାନନ ବେଶରେ ଦର୍ଶନ କରିଥିଲେ | ପରେ ତିତନୀ ଠାକୁର ଙ୍କୁ ଅଣସର ଗୃହକୁ ନିଆଯାଇଥିଲା | ଏହି ସମୟରେ ମନ୍ଦିର କମିଟି ସଭାପତି ତହସିଲଦାର କୃଷ୍ଣଚନ୍ଦ୍ର ଦାଶ, ଉପ ସଭାପତି ଜି. ଭେଙ୍କଟଶ୍ଵର ରାଓ, କୋଷାଧକ୍ଷ ଜି. ସାଇ ରାଜୁ, ସଭ୍ୟମାନେ ଯଥା ସୁରେନ୍ଦ୍ର କୁମାର ମିଶ୍ର, ଏମ୍. ଆପା ରାଓ, ବାବି ଜେନା, ଭଗବାନ ଖୁଣ୍ଟିଆ, ଲକ୍ଷ୍ମୀକାନ୍ତ ରଥ, ନବୀନ ପାଢୀ, ପ୍ରଦୀପ ସାହୁ, ସନତ କୁମାର ନାୟକ, ନୀଳକଣ୍ଠ ମହାପାତ୍ର, କୁନୁ ପାତ୍ର, ସମେତ ଗ୍ରାମବାସୀ ମାନେ ଉପସ୍ଥିତ ଥିଲେ । ଚଳିତ ବର୍ଷ ରଥଯାତ୍ରା ପାଇଁ ରଥ ନିର୍ମାଣ କାର୍ଯ୍ୟ ଜୋରସୋରରେ ଚାଲିଛି |

ଡାବୁଗାଁରୁ ପ୍ରଜ୍ଞା ରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ଶୈବ ପୀଠରେ କାଉଡିଆ ଙ୍କ ପ୍ରବଳ ଭିଡ ,୨୫ ବର୍ଷ ପୂର୍ତ୍ତି ପାଳନ ଅବସରରେ ଚିଲିଗୁଡା କାଉଡିଆ ସଂଘ

masiha

ରାଇରଙ୍ଗପୁର ଗୋଶାଳାରେ ୬୬ ତମ ଗୋପାଷ୍ଟମୀ ପୂଜା ଓ ମହୋତ୍ସବ ଧୂମଧାମରେ ପାଳିତ 

masiha

ଡକ୍ଟର ଚିନ୍ମୟ ପାଣ୍ତ୍ଯାଙ୍କ ସିନାପାଲି ଜଗନ୍ନାଥ ମନ୍ଦିର ପରିଦର୍ଶନ

Sunil Chandra Nayak

Leave a Comment

error: Content is protected !!