ପାପଡାହାଣ୍ଡି,4/6, ମନିସ — ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ସ୍ଥିତ ଶ୍ରୀ ଜଗନ୍ନାଥ ମନ୍ଦିରରେ ରବିବାର ମହା ଆଢମ୍ବରରେ ରିତିନୀତି ସହ ଦେବସ୍ନାନ ପୂର୍ଣ୍ଣିମା ଓ ଗଜାନନ ବେଶ ପାଳିତ ହୋଇଯାଇଛି। ମୁଖ୍ଯ ପୁରୋହିତ ଶ୍ରୀ ବାଞ୍ଛାନିଧି ନନ୍ଦଙ୍କ ତତ୍ବାବଧାନରେ ସକାଳ ୧୦ ଘଣ୍ଟା ସମୟରେ ଚତୁର୍ଦ୍ଧା ମୂର୍ତ୍ତିଙ୍କ ଗୋଟି ପହଣ୍ଡି କରାଯାଇ ସ୍ନାନମଣ୍ଡପ କୁ ନିଆଯାଇଥିଲା। ପରେ ୧୦୮ ଗରା ସୁବାସିତ ଜଳରେ ଅଭିମନ୍ତ୍ରିତ ହୋଇ ସ୍ନାନ କରାଯାଇଥିଲା। ଏହି ଅବସରରେ ଲକ୍ଷ୍ମଣ ରଥ ଛେରାପହଁରା କରିଥିଲେ। ପରେ ଗଜାନନ ବେଶ ରେ ମହାପ୍ରଭୁ ଭକ୍ତମାନଙ୍କୁ ଦର୍ଶନ ଦେଇଥିଲେ। ସନ୍ଧ୍ଯା ଆଳତୀ ପରେ ୮ ଘଣ୍ଟା ସମୟରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଅଣସର ଘରକୁ ନିଆଯାଇଥିଲା। ଏହି ଅବସର ବାପି ତ୍ରୀପାଠୀ, ବାବୁ ନନ୍ଦ, ସୁବାଷ ଘଣ୍ଟ, ପ୍ରଶାନ୍ତ ପାତ୍ର, ଟିମି ଘଣ୍ଟ, ସିବୁନ୍ ସାବତ, ଦିପୁ ଦାଶ, ସୁବାଷ ପାଢୀ, ତପନ ରଥ, ଦେବ ପତି, ସିଲୁ ପାତ୍ର, ଆପନା ପାଢୀ ସହଯୋଗ କରିଥିଲେ। ମନ୍ଦିରରେ ପ୍ରବଳ ଭକ୍ତଙ୍କ ସମାଗମ ହୋଇଥିଲା |
previous post