ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ପ୍ରଭୁ ପଶ୍ଚିମେଶ୍ୱରଙ୍କ ମନ୍ଦିରରେ କାର୍ତ୍ତିକ ପୂର୍ଣ୍ଣିମା ବା ରାସ ପୂର୍ଣ୍ଣିମା ଯାତ୍ରାରେ ୫୦ ହଜାରରୁ ଉର୍ଦ୍ଧ୍ବ ଶ୍ରଦ୍ଧାଳୁ ଭକ୍ତମାନଙ୍କ ସମାଗମ 

ପ୍ରଭୁ ପଶ୍ଚିମେଶ୍ୱରଙ୍କ ମନ୍ଦିରରେ କାର୍ତ୍ତିକ ପୂର୍ଣ୍ଣିମା ବା ରାସ ପୂର୍ଣ୍ଣିମା ଯାତ୍ରାରେ ୫୦ ହଜାରରୁ ଉର୍ଦ୍ଧ୍ବ ଶ୍ରଦ୍ଧାଳୁ ଭକ୍ତମାନଙ୍କ ସମାଗମ 

ଢେ଼ଙ୍କାନାଳ (ମନିସ)5/11/25 — ପବିତ୍ର କାର୍ତ୍ତିକ ମାସ ଶେଷ ହୋଇଯାଇଛି । ବାବା ପଶ୍ଚିମେଶ୍ୱରଙ୍କ ଦର୍ଶନ କରିବା ସହିତ ମାସ ଯାକର ବ୍ରର୍ତ୍ତ ଭାଙ୍ଗିଥିଲେ ଶ୍ରଦ୍ଧାଳୁ । ଢେ଼ଙ୍କାନାଳ ଜିଲ୍ଲା ସଦର ବ୍ଲକ ଛଦେଶ ଅଞ୍ଚଳର ଆରାଧ୍ୟା ଦେବତା ପ୍ରଭୁ ବାବା ପଶ୍ଚିମେଶ୍ୱରଙ୍କର କାର୍ତ୍ତିକ ପୂର୍ଣ୍ଣିମା ବା ରାସ ପୂର୍ଣ୍ଣିମା ଯାତ୍ରା ଅତି ଧୁମ୍ ଧାମରେ ପାଳିତ ହୋଇଯାଇଛି । ପ୍ରଭୁ ମହାଦେବଙ୍କର ବିଭିନ୍ନ ରୀତିନୀତିର ସହିତ ପୂଜାପାଠ ପରେ ଶ୍ରଦ୍ଧାଳୁ ଓ ଭକ୍ତମାନେ ପ୍ରଭୁଙ୍କର ଦର୍ଶନ କରି ପ୍ରଭୁକୃପା ଲାଭ କରିଛନ୍ତି । କାର୍ତ୍ତିକ ପୂର୍ଣ୍ଣିମା ବା ରାସପୂର୍ଣ୍ଣିମା ଯାତ୍ରାରେ ୫୦ ହଜାରରୁ ଉର୍ଦ୍ଧ୍ବ ଭକ୍ତ ଓ ଶ୍ରଦ୍ଧାଳୁମାନେ ଲମ୍ବା ଲାଇନରେ ଠିଆ ହୋଇ ପ୍ରଭୁଙ୍କୁ ଦର୍ଶନ କରିଛନ୍ତି । ଏହି ଅବସରରେ ଏହି ସ୍ଥାନରେ ଏକ ବଡ ଧାରଣର ଯାତ୍ରା ଅନୁଷ୍ଠିତ ହୋଇଥାଏ । ଏଠାରେ ପ୍ରଭୁଙ୍କର ଦର୍ଶନ ସାଙ୍ଗକୁ ମିନାବଜାର,ଦୋଳି,ଆଇସକ୍ରିମ,ବିଭିନ୍ନ ପ୍ରକାର ଘରୋଇ କରଣ ଜିନିଷ କିଣିବା ସାଙ୍ଗକୁ ଚଟପଟା ଖାଦ୍ୟର ମଜ୍ଜାନେଇ ଥାଆନ୍ତି ଆସିଥିବା ଭକ୍ତ ଓ ଶ୍ରଦ୍ଧାଳୁମାନେ ।

ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ଟୋଲବ୍ରାହ୍ମଣୀରେ ବିଶ୍ବ ଶାନ୍ତି ବ୍ରହ୍ମଯଜ୍ଞ 

masiha

ତିରିଂ ବ୍ଳକ!ବଡଡାଳିମା ସରସ୍ଵତୀ ଶିଶୁ ମନ୍ଦିରରେ ପବିତ୍ର ଜନ୍ମାଷ୍ଟମୀ ଧୂମଧାମରେ ପାଳିତ 

masiha

ତୁଳସୀଡୁଙ୍ଗୁରି ଗ୍ରାମରେ କାର୍ତ୍ତିକ ପୂର୍ଣ୍ଣିମା ପାଳିତ 

Sunil Chandra Nayak

Leave a Comment

error: Content is protected !!