ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ଗଡ଼ପୋଖରିରେ ମା ବାସନ୍ତୀ ଦୁର୍ଗାଙ୍କ ମହାଷ୍ଟମୀ ପୂଜା

ଗଡ଼ପୋଖରିରେ ମା ବାସନ୍ତୀ ଦୁର୍ଗାଙ୍କ ମହାଷ୍ଟମୀ ପୂଜା

ଖଇରା,୦୫/୪/୨୫ – ବାଲେଶ୍ବର ଜିଲ୍ଲା ଖଇରା ବ୍ଲକ ଗଡ଼ପୋଖରି ପଞ୍ଚାୟତ ଗଡ଼ପୋଖରି ଗ୍ରାମରେ ଦୀର୍ଘ ୪୬ ବର୍ଷ ଧରି ମା ବାସନ୍ତୀ ଦୁର୍ଗାଙ୍କ ପୂଜା ମହା ଆଡ଼ମ୍ବର ସହକାରେ ପାଳିତ ହୋଇ ଆସୁଅଛି । ଏ ବର୍ଷ ମଧ୍ୟ ବାସନ୍ତୀ ପୂଜା କମିଟି ଓ ଗ୍ରାମବାସୀଙ୍କ ମିଳିତ ସହଯୋଗରେ ଶାନ୍ତି ଶୃଙ୍ଖଳାର ସହିତ ପବିତ୍ର ମହାଷ୍ଟମୀ ପୂଜା ସମାପନ ହୋଇଛି । କମିଟିର ସଭାପତି ଭରତ ଚନ୍ଦ୍ର ଦାସ, ସମ୍ପାଦକ ତପନ କୁମାର ବେହେରା, ଉପଦେଷ୍ଟା ଶତୃଘ୍ନ ଦାସ ପ୍ରମୁଖ ଭୂମିକା ନିର୍ବାହ କରିଥିବା ବେଳେ ମା’ଙ୍କ ପୂଜା କଳସ ଆଣିଥିଲେ ମହେନ୍ଦ୍ର ପ୍ରସାଦ ଵେହେରା, ନିତ୍ଯାନନ୍ଦ ଦଳେଇ, ନବକିଶୋର ସାହୁ, ଶୁକଦେବ ସାହୁ, ଅଭୟ କୁମାର ମହାନ୍ତି ଓ ତପୁନୁ ଦଳେଇ । ପୂଜକ ରାଧାକାନ୍ତ ମିଶ୍ର, ତ୍ରିଲୋକେଶ ମିଶ୍ର ଓ ଧନଞ୍ଜୟ ମିଶ୍ର ପୂଜା କାର୍ଯ୍ୟରେ ନିୟୋଜିତ ଥିଲେ । ଉକ୍ତ ପୂଜା କାର୍ଯ୍ୟରେ ପୂର୍ଣ୍ଣ ସହଯୋଗ କରିଥିଲେ ରବିନାରାୟଣ ଜେନା, ବାପୁନ ମହାନ୍ତି, ଜିତେନ୍ଦ୍ର ବେହେରା, ବୁଦ୍ଧିରାମ ମହାକୁଡ଼, କାର୍ତ୍ତିକ ପରିଡ଼ାଙ୍କ ସମେତ ସମସ୍ତ ଗ୍ରାମବାସୀ । ସମ୍ପୃକ୍ତ ଅଞ୍ଚଳ ସମେତ ବିଭିନ୍ନ ଅଞ୍ଚଳରୁ ବହୁ ଭକ୍ତ ଓ ବ୍ରତଧାରୀ ମାନେ ଶାନ୍ତି ଶୃଙ୍ଖଳାର ମା’ଙ୍କ ନିକଟରେ ପୂଜାର୍ଚ୍ଚନା ଭୋଗ ଲାଗି କରି ଫେରିଥିଲେ । ପରେ ପରେ ପିଲା ମାନଙ୍କ ଦ୍ବାରା ସାଂସ୍କୃତି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ଉକ୍ତ କାର୍ଯ୍ୟକ୍ରମ ଦେଖିବା ନିମନ୍ତେ ଦର୍ଶକ ମାନଙ୍କ ଗହଳି ପୂଜା ସ୍ଥଳୀର ଶୋଭା ବର୍ଦ୍ଧନ କରିଥିଲା । ଏଭଳି କାର୍ଯ୍ୟକ୍ରମକୁ ଅଞ୍ଚଳବାସୀ ଖୁବ୍ ପ୍ରଶଂସା କରିଛନ୍ତି ।।

ବାଲେଶ୍ବରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ବ୍ରହ୍ମlକୁମାରୀ ଗୀତା ପାଠଶାଳା ରେ ତ୍ରିମୁର୍ତ୍ତି ଶିବ ଜୟନ୍ତୀ ପାଳିତ

Sunil Chandra Nayak

କଣ୍ଟାପାଳ ପଞ୍ଚାୟତ ପ୍ରସିଦ୍ଧ ମା ଚର୍ଚ୍ଚିକାଙ୍କ ଯାତ୍ରା

Sunil Chandra Nayak

ଜାଗେଜପଦର ଗ୍ରାମରେ ଶ୍ରୀଶ୍ରୀ ସପ୍ତଶାଖା ଠାକୁରାଣୀଙ୍କ ଯାତ୍ରା ବା ଚନ୍ଦନ ଯାତ୍ରା

Leave a Comment

error: Content is protected !!