ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅଟୋ ବାଇକ ମୁହାଁ ମୁହିଁ ଧକ୍କା ଜଣେ ଆହତ , ୨ ଗୁରୁତର,୧ ଆହତ 

ଅଟୋ ବାଇକ ମୁହାଁ ମୁହିଁ ଧକ୍କା ଜଣେ ଆହତ , ୨ ଗୁରୁତର,୧ ଆହତ 

ଡାବୁଗାଁ, ୭/୧୧ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ସଦରମହକୂମା ଜଗନ୍ନାଥ ଗୁଡା ନିକଟରେ ଅଟୋ ଓ ବାଇକ ମୁହାଁ ମୁହିଁ ଧକ୍କା ହେବା ଫଳରେ ୧ ଆହତ ହୋଇଥିବା ବେଳେ ୨ ଜଣ ଗୁରୁତର ହୋଇଛନ୍ତି । ସୂଚନାଯୋଗ୍ୟ :- ଡାବୁଗାଁ ବ୍ଲକ ଅଧୀନ ବାଇଗାଁ ଗ୍ରାମର ଲାଇବନ କଲାର (୨୨) ଓ ଇଶ୍ଵର କଲାର (୩୫) ମୋଟରସାଇକେଲ ନଂ ଓ ଡି ୨୪ଏମ ୪୪୬୨ ଯୋଗେ ବାଇଗାଁ ଠାରୁ ଡାବୁଗାଁ ଆସୁଥିବା ସମୟରେ ବିପରୀତ ଦିଗରୁ ଏକ ଅଟୋ ନଂ ଓଡି ୨୪ ୯୮୫୦ ଉମରାହାଣ୍ଡି ଯାଉଥିବା ସମୟରେ ମୁହାଁ ମୁହିଁ ଧକ୍କା ହୋଇଥିଲା । ଫଳରେ ଲାଇବନ ଓ ଇଶ୍ଵର ଛିଟିକି ପଡ଼ିଥିବା ବେଳେ ଲାଇବନର ଗୋଡ଼ରେ, ଇଶ୍ୱରର ମୁଣ୍ଡରେ ଗଭୀର ଆଘାତ ଲାଗିଛି । ଅଟୋ ଡ୍ରାଇଭର ବଳି ଭତ୍ରl (୩୦) ଙ୍କ ମୁଣ୍ଡରେ ଆଘାତ ହୋଇ ଆହତ ହୋଇଛନ୍ତି l ଘଟଣା ସ୍ଥଳରେ ଡାବୁଗାଁ ଅଗ୍ନିସମ ଙ୍କ ସହଯୋଗରେ ୩ ଜଣଙ୍କୁ ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରେ ଭର୍ତ୍ତି କରିଥିଲେ । ସେଠାରେ ଉଭୟ ଲାଇବନ ଓ ଇଶ୍ଵର ଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ନବରଙ୍ଗପୁର ଜିଲା ମୁଖ୍ୟ ଚିକିତ୍ସାଳୟ କୁ ସ୍ଥାନାନ୍ତରିତ କରାଯାଇଛି । ଘଟଣା ସ୍ଥଳରେ ଡାବୁଗାଁ ଥାନା ଏଏସଆଇ ଶସ୍ମିତା ଦାଶ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି । ପୋଲିସ ଦୁର୍ଘଟଣା ଗ୍ରସ୍ତ ୨ ଟି ଗାଡିକୁ ଜବତ କରି ଥାନାକୁ ଆଣିଛି |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ବସ୍ତାରେ ନିବେଦିତା ଇଂଲିଶ ମିଡିୟମ ପ୍ଲେ ସ୍କୁଲ ଉଦଘାଟିତ 

Sunil Chandra Nayak

ଆନ୍ତର୍ଜାତିକ ବ୍ୟାଘ୍ର ଦିବସ ପାଳନ

Sunil Chandra Nayak

ଧର୍ମଗଡ ତାଲୁକ ଆଇନ୍ ସେବା ସମିତି ପକ୍ଷରୁ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!