ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଡାବୁଗାଁ ଜଗନ୍ନାଥ ମନ୍ଦିରରେ ସ୍ନାନ ପୂର୍ଣ୍ଣିମା ପାଳିତ 

ଡାବୁଗାଁ ଜଗନ୍ନାଥ ମନ୍ଦିରରେ ସ୍ନାନ ପୂର୍ଣ୍ଣିମା ପାଳିତ 

ଡାବୁଗାଁ, 22/6(ମ. ନି. ସ.) – ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ସଦର ମହକୁମା ସ୍ଥିତ ଶ୍ରୀ ଜଗନ୍ନାଥ ମନ୍ଦିର ରେ ସ୍ନାନ ପୂର୍ଣ୍ଣିମା ଶନିବାର ପାଳିତ ହୋଇ ଯାଇଛି। ଭଗବାନ ଙ୍କ ର ଚତୁର୍ଦ୍ଧା ମୂର୍ତ୍ତି ଙ୍କୁ ସ୍ନାନ ମଣ୍ଡପକୁ ପହଣ୍ଡି କରି ଆଣିବା ପରେ ପାରମ୍ପରିକ ରୀତିନୀତି ଅନୁସାରେ ପୂଜାର୍ଚ୍ଚନା କରାଯାଇଥିଲା । ଏହି ଅବସରରେ ସ୍ଥାନୀୟ ବିଡ଼ିଓ ଶରତ ମାଝୀ, ଡାବୁଗାଁ ତହସିଲଦାର ତଥା ଜଗନ୍ନାଥ ମନ୍ଦିର ପରିଚାଳନା କମିଟି ସଭାପତି ହରିଓମ ଭୋଇ, ବିଧାୟକ ପ୍ରତିନିଧି ଏମ୍ ବୁଲୁ ରାଓ, ଦେବରାଜ ପାତ୍ର, ବିଜେଡି ବ୍ଲକ ସଭାପତି ସୁରେନ୍ଦ୍ର କୁମାର ମିଶ୍ର, ପ୍ରକାଶ ଚନ୍ଦ୍ର ପଣ୍ଡା, ବାବି ଜେନା, ଭଗବାନ ଖୁଣ୍ଟିଆ, ଜଗନ୍ନାଥ ମନ୍ଦିର ପୂଜକ ନବୀନ ପାଢ଼ୀ , ଡାହୁକ କୁନୁ ପାତ୍ର, ଦଇତା ପତି ସେବାୟତ ପ୍ରଦୀପ ସାହୁ, ଗୋବିନ୍ଦ ଚନ୍ଦ୍ର ପଣ୍ଡା, କୃଷ୍ଣ ଚନ୍ଦ୍ର ପଣ୍ଡା ଅନ୍ୟମାନେ ଉପସ୍ଥିତ ଥିଲେ। ଏମ୍ ରମେଶ ରାଓ ଙ୍କ ଦ୍ଵାରା ପ୍ରସାଦ ସେବନର ସୁବ୍ୟବସ୍ଥା କରାଯାଇଥିଲା।

ଡାବୁଗାଁ ରୁ ପ୍ରଜ୍ଞା ରଞ୍ଜନ ପରିଡା ଙ୍କ ରିପୋର୍ଟ

Related posts

କୁଷ୍ଠ ରୋଗ ଚିହ୍ନଟ ଏବଂ ଆରୋଗ୍ୟ ନେଇ କର୍ମଶାଳା ଅନୁଷ୍ଠିତ

masiha

ଭଟାଙ୍ଗପଦର ଆଞ୍ଚଳିକ ସାଧନ କେନ୍ଦ୍ର ସ୍ତରୀୟ ନିପୂଣ ଓଡ଼ିଶା ମେଳା

masiha

କଳାହାଣ୍ଡି ଉତ୍ସବ ଅବସର ରେ ଦୃତ ସାଇକେଲ ଚାଳନା ପ୍ରତଯୋଗୀତା 

masiha

Leave a Comment

error: Content is protected !!