ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଡାବୁଗାଁ ଜଗନ୍ନାଥ ମନ୍ଦିରରେ ସ୍ନାନ ପୂର୍ଣ୍ଣିମା ପାଳିତ 

ଡାବୁଗାଁ ଜଗନ୍ନାଥ ମନ୍ଦିରରେ ସ୍ନାନ ପୂର୍ଣ୍ଣିମା ପାଳିତ 

ଡାବୁଗାଁ, 22/6(ମ. ନି. ସ.) – ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ସଦର ମହକୁମା ସ୍ଥିତ ଶ୍ରୀ ଜଗନ୍ନାଥ ମନ୍ଦିର ରେ ସ୍ନାନ ପୂର୍ଣ୍ଣିମା ଶନିବାର ପାଳିତ ହୋଇ ଯାଇଛି। ଭଗବାନ ଙ୍କ ର ଚତୁର୍ଦ୍ଧା ମୂର୍ତ୍ତି ଙ୍କୁ ସ୍ନାନ ମଣ୍ଡପକୁ ପହଣ୍ଡି କରି ଆଣିବା ପରେ ପାରମ୍ପରିକ ରୀତିନୀତି ଅନୁସାରେ ପୂଜାର୍ଚ୍ଚନା କରାଯାଇଥିଲା । ଏହି ଅବସରରେ ସ୍ଥାନୀୟ ବିଡ଼ିଓ ଶରତ ମାଝୀ, ଡାବୁଗାଁ ତହସିଲଦାର ତଥା ଜଗନ୍ନାଥ ମନ୍ଦିର ପରିଚାଳନା କମିଟି ସଭାପତି ହରିଓମ ଭୋଇ, ବିଧାୟକ ପ୍ରତିନିଧି ଏମ୍ ବୁଲୁ ରାଓ, ଦେବରାଜ ପାତ୍ର, ବିଜେଡି ବ୍ଲକ ସଭାପତି ସୁରେନ୍ଦ୍ର କୁମାର ମିଶ୍ର, ପ୍ରକାଶ ଚନ୍ଦ୍ର ପଣ୍ଡା, ବାବି ଜେନା, ଭଗବାନ ଖୁଣ୍ଟିଆ, ଜଗନ୍ନାଥ ମନ୍ଦିର ପୂଜକ ନବୀନ ପାଢ଼ୀ , ଡାହୁକ କୁନୁ ପାତ୍ର, ଦଇତା ପତି ସେବାୟତ ପ୍ରଦୀପ ସାହୁ, ଗୋବିନ୍ଦ ଚନ୍ଦ୍ର ପଣ୍ଡା, କୃଷ୍ଣ ଚନ୍ଦ୍ର ପଣ୍ଡା ଅନ୍ୟମାନେ ଉପସ୍ଥିତ ଥିଲେ। ଏମ୍ ରମେଶ ରାଓ ଙ୍କ ଦ୍ଵାରା ପ୍ରସାଦ ସେବନର ସୁବ୍ୟବସ୍ଥା କରାଯାଇଥିଲା।

ଡାବୁଗାଁ ରୁ ପ୍ରଜ୍ଞା ରଞ୍ଜନ ପରିଡା ଙ୍କ ରିପୋର୍ଟ

Related posts

ସଳଙ୍ଗାବାହାଲ ଠାରେ ଲୋକକଳା ମହୋତ୍ସବ ଉଦଘାଟିତ

Sunil Chandra Nayak

‘ସ୍ମୃତି ସାନ୍ତ୍ଵନା ପତ୍ରିକା’ର ସାରସ୍ଵତ ସମାରୋହ ଓ ପ୍ରଫେସର ରମେଶ ଚନ୍ଦ୍ର ବେହେରାଙ୍କ ସ୍ମୃତି ସଭା

Sunil Chandra Nayak

ବାଲିଗୁଡାରେ ଉପଖଣ୍ଡ ସ୍ତରୀୟ ୭୭ ତମ ସ୍ବାଧୀନତା ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ 

Sunil Chandra Nayak

Leave a Comment

error: Content is protected !!