ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବାଲିଗୁଡା ବନାଞ୍ଚଳର ବିଭିନ୍ନ ସ୍ଥାନରେ ନିଆଁ: ଗରମ ଓ ଗୁଳୁଗୁଳି ଦ୍ବିଗୁଣିତ ହୋଇଗଲାଣି 

ବାଲିଗୁଡା ବନାଞ୍ଚଳର ବିଭିନ୍ନ ସ୍ଥାନରେ ନିଆଁ: ଗରମ ଓ ଗୁଳୁଗୁଳି ଦ୍ବିଗୁଣିତ ହୋଇଗଲାଣି 

କନ୍ଧମାଳ:ତା,୨୦/୦୪/୨୪: (ମନିସ): ବର୍ତ୍ତମାନ ସାରା ରାଜ୍ୟର ବିଭିନ୍ନ ଜିଲାରେ ତାପମାତ୍ରା ୪୪ ଡିଗ୍ରୀ ଛୁଇଁଲାଣି। ଏହି ପରିପ୍ରେକ୍ଷୀରେ କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡର ବିଭିନ୍ନ ଅଞ୍ଚଳରେ ମଧ୍ୟ ତାପମାତ୍ରା ୩୬ରୁ ୪୦ ଡିଗ୍ରୀ ଉପରେ ରହୁଛି। ଗୋଟିଏ ପଟେ ରୌଦ୍ର ତାପରେ ଲୋକେ ଆଉଟୁ ପାଉଟୁ ହେଉଥିବା ବେଳେ ଅନ୍ୟପଟେ ବଣ, ଜଙ୍ଗଲରେ ନିଆଁ ଲାଗି ଗରମ ଓ ଗୁଳୁଗୁଳିକୁ ଦ୍ବିଗୁଣିତ କରି ପକାଉଛି । ତେବେ ଜନସଚେତନ ଓ ବନ ବିଭାଗର ଅକ୍ଲାନ୍ତ ପରିଶ୍ରମ ଯୋଗୁଁ ପୂର୍ବାପେକ୍ଷା ଏବେ ପୋଡୁ ଚାଷ ପାଇଁ କିଛି ଅଞ୍ଚଳରେ ନିଆଁ ଲଗାଯାଉଥିବା ଜଣାପଡିଛି। ତେବେ ପାହାଡ଼ରେ ଚଲା ରାସ୍ତା ପାଇଁ ସୁବିଧା ଓ ସଲପ ରସ ପିଇବାକୁ ଯାତାୟତରେ ସୁବିଧା ହେବ ବୋଲି ଦୁର୍ବୁତ୍ତମାନେ ପାହାଡ଼ରେ ନିଆଁ ଲଗାଇଦେଉଥିବା ବେଳେ କିଛି ଶିକାରୀ ଜଙ୍ଗଲର ଜୀବଜନ୍ତୁଙ୍କୁ ଧରିବା ବା ତାଙ୍କ ପ୍ରାଣ ହାନୀ କରିବା ଉଦ୍ଦେଶ୍ୟରେ ଜଙ୍ଗଲରେ ନିଆଁ ଲଗାଇ ଫାଇଦା ନେଉଥିବା ବନ ବିଭାଗ ଜାଣିସାରିଛି। ସେମାନଙ୍କୁ ଧରିବା ପାଇଁ ବନ ବିଭାଗର ଟିମ ଚେଷ୍ଟା ଚଳାଇଥିବା ବାଲିଗୁଡା ଏସ୍‌ସିଏଫ ସତିଶ କୁମାର ଧାରୁଆ ପ୍ରକାଶ କରିଛନ୍ତି। ବାଲିଗୁଡ଼ା ବନଖଣ୍ଡ ଅଧିକାରୀ ବିଶ୍ୱରାଜ ପଣ୍ଡା ଏବଂ ଏସ୍‌ସି୍‌ଏଫ ସତୀଶ କୁମାର ଧାରୁଆଙ୍କ ସମେତ ବନ କର୍ମଚାରୀଙ୍କ ବୁଡ଼ାଗୁଡା ସେକ୍ସନ ପକାରୀ ବନାଞ୍ଚଳରେ ନିଆଁ ଲିଭାଇବାରେ ଡିଫଓ ସାମିଲ ହୋଇ ନିଆଁ ଲିଭାଇବାରେ ସାହାଯ୍ୟ କରିଥିଲେ। ସଂରକ୍ଷିତ ଜଙ୍ଗଲ ସମେତ ରାଜସ୍ବ ଜଙ୍ଗଲ ଓ ପ୍ରସ୍ତାବିତ ସରଂକ୍ଷିତ ଜଙ୍ଗଲରେ ଦୁର୍ବୁତ୍ତମାନେ ନିଆଁ ଲଗାଇ ଦେଉଥିବାରୁ ଦାରିଙ୍ଗବାଡି ଓ ବ୍ରାହ୍ମଣୀଗାଁ ବନାଞ୍ଚଳରେ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ ଖୋଲାଯିବା ସହ ଦାରିଙ୍ଗବାଡି ବନାଞ୍ଚଳରେ ୩୦ ଜଣ ନିଆଁ ଜଗୁଆଳିଙ୍କୁ ୭ଟି ଦଳରେ ବିଭକ୍ତ କରାଯାଇ ବିଭିନ୍ନ ଜଙ୍ଗଲକୁ ସୁରକ୍ଷା ଯୋଗାଇବା କାର୍ଯ୍ୟ କରୁଛନ୍ତି। ସେହିପରି ଦାରିଙ୍ଗବାଡି ବନାଞ୍ଚଳରେ ୨୮ଟି ବନ ସଂରକ୍ଷଣ ସମିତି ସମେତ ବିଭିନ୍ନ ବିଦ୍ୟାଳୟ ଓ ଗ୍ରାମ ମିଶି ମୋଟ ୧୯୩ ଟି ଗ୍ରାମରେ ସଚେତନତା ବୈଠକ ଓ ପଥପ୍ରାନ୍ତ ନାଟକ ମାଧ୍ୟମରେ ସଚେତନ କରାଯାଇଥିବା ବେଳେ ବ୍ରାହ୍ମଣୀଗାଁ ବନାଞ୍ଚଳ ଅଧିକାରୀ ହରିହର ବେହେରା, ଭାରପ୍ରାପ୍ତ ବନପାଳ ଦୀପକ ପଟ୍ଟନାୟକଙ୍କ ନେତୃତ୍ୱରେ ମୋଟ ୫୭ଟି ବନ ସଂରକ୍ଷଣ ସମିତି ସମେତ ୧୪୩ଟି ବୈଠକ ଓ ପଥପ୍ରାନ୍ତ ନାଟକ ମାଧ୍ୟମରେ ଜନସଚେତନତା କରାଯାଇଛି। ଏଥିସହ ୧୦ଜଣ ଅଗ୍ନି ନିରାପତ୍ତା ବାହିନୀ,୧୫ଜଣ ପ୍ରୋଟେକ୍ସନ ସ୍କ୍ବାର୍ଡ ଏବଂ ୧୫ଜଣ ନିଆଁ ଜଗୁଆଳି, ୮ ଜଣ ଅଫିସର ଓ ଅନ୍ୟ କର୍ମଚାରୀ ଜଙ୍ଗଲ ସୁରକ୍ଷାରେ ଦାୟିତ୍ୱରେ ରହିଥିବା ବିଷୟ ଡିଏଫଓ ଶ୍ରୀ ପଣ୍ଡା ପ୍ରକାଶ କରିଛନ୍ତି ।

କନ୍ଧମାଳ ଜିଲ୍ଲାରୁ ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ

Related posts

ରାଇଘର ଲ୍ୟାମ୍ପ ଏମଡି ନିରାକାର ରାଉତ ନିଲମ୍ବିତ  ମଣ୍ଡିରେ ଧାନ ଦେଇ ଚାଷୀ ଟଙ୍କା ନପାଇବା ଘଟଣା

masiha

ଆଦର୍ଶ ପାଠାଗାରର ନବମ ସଂଧ୍ୟା

Sunil Chandra Nayak

Youth Icon of India:Ashirbad Mahapatra(Anup).

Sunil Chandra Nayak

Leave a Comment

error: Content is protected !!