ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଭୁବନେଶ୍ୱର ରୁ ବରିଷ୍ଠ ସାମ୍ବାଦିକ ନିରୁଦ୍ଦିଷ୍ଟ କେଗାଁ ଥାନାରେ ଅଭିଯୋଗ, ସନ୍ଧାନ ପାଇଁ ପରିବାରର ନିବେଦନ

ଭୁବନେଶ୍ୱର ରୁ ବରିଷ୍ଠ ସାମ୍ବାଦିକ ନିରୁଦ୍ଦିଷ୍ଟ

କେଗାଁ ଥାନାରେ ଅଭିଯୋଗ, ସନ୍ଧାନ ପାଇଁ ପରିବାରର ନିବେଦନ

ଗୋଲାମୁଣ୍ଡା, ୫/୧୧ : କଳାହାଣ୍ଡି ଜିଲ୍ଲା କେଗାଁ ଥାନା ଅନ୍ତର୍ଗତ କେଗାଁ ଗ୍ରାମର ବରିଷ୍ଠ ସାମ୍ବାଦିକ ସୁଶାନ୍ତ କୁମାର ଦଳେଇ (୪୨) ଭୁବନେଶ୍ୱର ପହଞ୍ଚିବା ପରେ ନିଖୋଜ ହୋଇଯାଇଛନ୍ତି। ଏନେଇ ତାଙ୍କ ପତ୍ନୀ ଅନୁପମା ଦଳେଇ କେଗାଁ ଥାନାରେ ଅଭିଯୋଗ କରିଛନ୍ତି। ଘଟଣାକୁ ନେଇ ପରିବାର ଲୋକେ ଚିନ୍ତିତ ଥିବାବେଳେ ତାଙ୍କର ସନ୍ଧାନ ପାଇଁ ନିବେଦନ କରିଛନ୍ତି।ପ୍ରାପ୍ତ ସୂଚନା ଅନୁଯାୟୀ, ଗତ ୨ ନଭେମ୍ବର ୨୦୨୬ ସନ୍ଧ୍ୟା ପ୍ରାୟ ୬ଟା ସମୟରେ ସୁଶାନ୍ତ ନିଜ ଗ୍ରାମ କେଗାଁରୁ ଭୁବନେଶ୍ୱର ଯିବା ପାଇଁ ବାହାରିଥିଲେ। ତେବେ ୩ ନଭେମ୍ବର ରାତି ପ୍ରାୟ ୯ଟା ସମୟରେ ପରିବାର ଲୋକେ ତାଙ୍କ ସହ ଯୋଗାଯୋଗ କରିବାକୁ ଉଦ୍ୟମ କରିଥିଲେ। ଏହି ସମୟରେ ତାଙ୍କ ମୋବାଇଲ ଫୋନ୍ ସ୍ୱିଚ୍‌ଅଫ୍ ଥିବା ଜଣାପଡ଼ିଥିଲା। ଏହାପରେ ପରିବାର ଲୋକେ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲେ ମଧ୍ୟ ତାଙ୍କର କୌଣସି ସନ୍ଧାନ ପାଇନଥିଲେ। ଶେଷରେ ସୁଶାନ୍ତଙ୍କ ପତ୍ନୀ ଅନୁପମା ଦଳେଇ କେଗାଁ ଥାନାରେ ନିଖୋଜ ସମ୍ପର୍କରେ ଅଭିଯୋଗ କରିଥିଲେ। ଅଭିଯୋଗ ଆଧାରରେ କେଗାଁ ଥାନା ପକ୍ଷରୁ ୪ ନଭେମ୍ବର ୨୦୨୬ରେ ନିଖୋଜ ବ୍ୟକ୍ତି ପଞ୍ଜିକରଣ ନମ୍ବର ୬୬/୨୦୨୬ରେ ମାମଲା ପଞ୍ଜିକରଣ କରାଯାଇଛି। ପୋଲିସ ପକ୍ଷରୁ ତାଙ୍କ ସନ୍ଧାନ ପାଇଁ ପଦକ୍ଷେପ ନିଆଯାଉଥିବା ଜଣାପଡ଼ିଛି। ନିଖୋଜ ସୁଶାନ୍ତ କୁମାର ଦଳେଇଙ୍କ ବୟସ ୪୨ ବର୍ଷ। ସେ କେଗାଁ ଗ୍ରାମର ବାସିନ୍ଦା ହୋଇଥିବା ସହ ଗୋଲାମୁଣ୍ଡାର ଜଣେ ବରିଷ୍ଠ ସାମ୍ବାଦିକ ଏବଂ ଦୈନିକ ଓଡ଼ିଆ ଖବରକାଗଜ ‘ପ୍ରଗତିବାଦୀ’ର ରିପୋର୍ଟର ଭାବେ କାର୍ଯ୍ୟରତ। ତାଙ୍କ ସମ୍ପର୍କରେ କୌଣସି ସୂଚନା ମିଳିଲେ ନିକଟସ୍ଥ ପୋଲିସ ଥାନା କିମ୍ବା କେଗାଁ ଥାନାକୁ ଜଣାଇବା ପାଇଁ ପରିବାର ପକ୍ଷରୁ ସର୍ବସାଧାରଣଙ୍କୁ ଅନୁରୋଧ କରାଯାଇଛି।

ଦାମୋଦର ଦାସ ଙ୍କ ରିପୋର୍ଟ୍ 

Related posts

ନନ୍ଦାହାଣ୍ଡି ବିଡ଼ିଓ ଙ୍କ ଉଦ୍ୟମରେ ଜିଲ୍ଲା ଶିଶୁ ମଙ୍ଗଳ କମିଟି ଦ୍ୱାରା ଥଇଥାନ ହେଲେ ୨ ଅଵହେଳିତ ଶିଶୁ

ଜନ ମଙ୍ଗଳ ପକ୍ଷରୁ ଗ୍ରୀଷ୍ମ କାଳୀନ ରକ୍ତ ଦାନ ଶିବିର ଅନୁଷ୍ଠିତ: ୫୩ ୟୁନିଟ୍ ରକ୍ତ ସଂଗ୍ରହ

Sunil Chandra Nayak

ଡ଼ମ ସମାଜର ବିଶାଳ ଦିଆଲି ସମାବେଶ

Sunil Chandra Nayak

Leave a Comment

error: Content is protected !!