ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଶ୍ରମଶକ୍ତି ମହାବିଦ୍ୟାଳୟରେ ଆନ୍ତଃ ବିଦ୍ୟାଳୟ ସାଇବର ସୁରକ୍ଷା କାର୍ଯ୍ୟକ୍ରମ 

ଶ୍ରମଶକ୍ତି ମହାବିଦ୍ୟାଳୟରେ ଆନ୍ତଃ ବିଦ୍ୟାଳୟ ସାଇବର ସୁରକ୍ଷା କାର୍ଯ୍ୟକ୍ରମ 

ରାଉରକେଲା: ବିରମିତ୍ରପୁର ସ୍ଥିତ ଶ୍ରମଶକ୍ତି ମହାବିଦ୍ୟାଳୟର ଯୁବ ରେଡକ୍ରସ୍ ଆନୁକୂଲ୍ୟରେ ଭାରତୀୟ ରେଡ଼କ୍ରସ୍ ଓଡ଼ିଶା ଶାଖାର ସହାୟତା ରେ ଏକ ଆନ୍ତଃ ବିଦ୍ୟାଳୟ ସାଇବର ସୁରକ୍ଷା କାର୍ଯ୍ୟକ୍ରମ ଅନୁଷ୍ଠିତ ସୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଯୁବ ରେଡକ୍ରସ୍ ର ସୁନ୍ଦରଗଡ଼ ଜିଲ୍ଲା ସଂଯୋଜକ ସୁମନ୍ତ କୁମାର ଦ୍ୱିବେଦୀ ମୁଖ୍ୟଅତିଥି ଭାବେ ଯୋଗଦେଇଥିଲେ। ସାଇବର ସୁରକ୍ଷା ସମ୍ପର୍କରେ ଅଧିକ ମାର୍ଗଦର୍ଶନ ଦେବା ପାଇଁ ବିଷୟ ବିଶେଷଜ୍ଞ ଭାବେ ଏସଡିପିଓ ପୁଷ୍ପେନ୍ଦୁ ସାଗର, ବିରମିତ୍ରପୁର ଥାନା ପ୍ରଭାରୀ ଦିନେଶ କୁମାର ପଟ୍ଟା, ସବ୍ ଇନ୍ସପେକ୍ଟର ଚକ୍ରଧର ହାଁସଦା,ହାତୀବାରି ଥାନା ପ୍ରଭାରୀ ଗିତାଞ୍ଜଳୀ ମିର୍ଦ୍ଧା, ଭାରତୀୟ ଷ୍ଟେଟ୍ ବ୍ୟାଙ୍କର ସହାୟକ ପ୍ରବନ୍ଧକ ରୋହିତ ଝା ପ୍ରମୁଖ ଯୋଗଦେଇଥିବା ବେଳେ ସୁନ୍ଦରଗଡ ଜିଲ୍ଲାର ବିଭିନ୍ନ ମହାବିଦ୍ୟାଳୟର ଯୁବ ରେଡକ୍ରସ୍ ର ସ୍ବେଛାସେବୀ, ଛାତ୍ର ଛାତ୍ରୀ ତଥା ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଯୋଗଦେଇ ଥିଲେ। ଏହି କାର୍ଯ୍ୟକ୍ରମରେ ଶ୍ରମଶକ୍ତି ମହାବିଦ୍ୟାଳୟର ଅଧ୍ୟକ୍ଷ ସଞ୍ଜୟ କୁମାର ସିଂ ସଭାପତିତ୍ବ କରିଥିଲାବେଳେ ଅଧ୍ୟାପକ ବିନୋଦ ବିହାରୀ ବରାଳ ମଞ୍ଚ ସଂଯୋଜନା ଓ ବରିଷ୍ଠ ସଂଯୋଜକ କୁଲଦୀପ ସୋରେଙ୍ଗ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ଯୁବ ରେଡକ୍ରସ ର ମହିଳା ସଂଯୋଜିକା ଅମିତା ଆଚାର୍ଯ୍ୟ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମରେ ଅନ୍ୟତମ ସଂଯୋଜକ ଅଧ୍ୟାପକ ପ୍ରବୀନ ବାରା, ଅଧ୍ୟାପିକା ସୁପ୍ରଭା ଧଳଙ୍କ ସମେତ ବହୁ ଅଧ୍ୟାପକ ଅଧ୍ୟାପିକା ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମଟି ସଫଳ ରୂପାୟନ ହୋଇଥିବାରୁ ଅଧ୍ୟକ୍ଷ ଶ୍ରୀ ସିଂ ଯୁବ ରେଡକ୍ରସ୍ ର ସମସ୍ତ କର୍ମକର୍ତ୍ତାଙ୍କୁ ସାଧୁବାଦ ଦେଇଥିଲେ।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

୬୦ ନମ୍ବର ଜାତୀୟ ରାଜପଥର ପୁନସୀତା ନିକଟରେ ସଡ଼କ ଦୁର୍ଘଟଣା ୨ ଗୁରୁତର

masiha

ବିପଦସଙ୍କୁଳ ଗୃହରେ ଚାଲିଛି ରାଇରଙ୍ଗପୁର ଉପନିୟୋଜନ କାର୍ଯ୍ୟାଳୟ

Sunil Chandra Nayak

ରାଉରକେଲା ମହାନଗର ନିଗମ ନିର୍ବାଚନ ପାଇଁ ସରକାରଙ୍କ ପଦକ୍ଷେପକୁ ବିଜେପିର ସ୍ୱାଗତ; ମୁଖ୍ୟମନ୍ତ୍ରୀଙ୍କ ସମେତ ସମସ୍ତଙ୍କୁ ଧନ୍ୟବାଦ

Sunil Chandra Nayak

Leave a Comment

error: Content is protected !!