ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଉରକେଲା ମହାନଗର ନିଗମ ନିର୍ବାଚନ ପାଇଁ ସରକାରଙ୍କ ପଦକ୍ଷେପକୁ ବିଜେପିର ସ୍ୱାଗତ; ମୁଖ୍ୟମନ୍ତ୍ରୀଙ୍କ ସମେତ ସମସ୍ତଙ୍କୁ ଧନ୍ୟବାଦ

ରାଉରକେଲା ମହାନଗର ନିଗମ ନିର୍ବାଚନ ପାଇଁ ସରକାରଙ୍କ ପଦକ୍ଷେପକୁ ବିଜେପିର ସ୍ୱାଗତ; ମୁଖ୍ୟମନ୍ତ୍ରୀଙ୍କ ସମେତ ସମସ୍ତଙ୍କୁ ଧନ୍ୟବାଦ

ରାଉରକେଲା: ରାଉରକେଲା ମହାନଗର ନିଗମର ନିର୍ବାଚନ ପ୍ରକ୍ରିୟାକୁ ଆଗେଇ ନେବା ନିମନ୍ତେ ରାଜ୍ୟ ସରକାରଙ୍କ ପକ୍ଷରୁ ନିଆଯାଇଥିବା ପଦକ୍ଷେପକୁ ଭାରତୀୟ ଜନତା ପାର୍ଟି, ରାଉରକେଲା ସାଙ୍ଗଠନିକ ଜିଲ୍ଲା ପକ୍ଷରୁ ସ୍ୱାଗତ କରାଯାଇଛି। ୨୦୧୪ ମସିହା ନଭେମ୍ବର ୧୪ ତାରିଖରେ ରାଉରକେଲା ମହାନଗର ନିଗମ ଗଠନ ସମ୍ପର୍କରେ ବିଜେଡ଼ି ସରକାରଙ୍କ ଦ୍ୱାରା ଘୋଷଣା ହୋଇଥିଲେ ମଧ୍ୟ କେତେକ ୱାର୍ଡର ବିରୋଧ ଯୋଗୁଁ ଏହି ମାମଲା ଓଡ଼ିଶା ଉଚ୍ଚ ନ୍ୟାୟାଳୟରେ ବିଚାରାଧୀନ ରହିଥିଲା। ଫଳରେ ବିଜେଡ଼ି ସରକାରଙ୍କ ନିଷ୍କ୍ରିୟତା ଯୋଗୁଁ ଦୀର୍ଘବର୍ଷ ଧରି ମହାନଗର ନିଗମର ନିର୍ବାଚନ ପ୍ରକ୍ରିୟା ଆଗକୁ ବଢ଼ିପାରିନଥିଲା। ୨୦୨୪ ମସିହାରେ ରାଜ୍ୟରେ ବିଜେପି ସରକାର ଗଠନ ପରେ ଏହି ବିଷୟରେ ସରକାରଙ୍କ ତତ୍ପରତା ଓ ଆନ୍ତରିକ ପ୍ରୟାସ ଯୋଗୁଁ ନିର୍ବାଚନ ପାଇଁ ଆବଶ୍ୟକ ପ୍ରକ୍ରିୟା ଆଗକୁ ବଢ଼ିବାର ପଥ ପ୍ରଶସ୍ତ ହୋଇଛି। ରାଜ୍ୟ ସହର ଉନ୍ନୟନ ବିଭାଗ ପକ୍ଷରୁ ଏ ସମ୍ପର୍କରେ ପ୍ରକ୍ରିୟା ଆରମ୍ଭ କରିବା ନେଇ ସୂଚନା ଜାରି ହେବା ପରେ ରାଉରକେଲାବାସୀଙ୍କ ମଧ୍ୟରେ ଦୀର୍ଘଦିନର ଆଶା ଓ ଆକାଂକ୍ଷା ପୁଣିଥରେ ଉଜ୍ଜୀବିତ ହୋଇଛି। ମହାନଗର ନିଗମ ନିର୍ବାଚନ ଅନୁଷ୍ଠିତ ହେଲେ ନିର୍ବାଚିତ ଲୋକପ୍ରତିନିଧିମାନେ ନିଜ ନିଜ ଅଞ୍ଚଳର ସମସ୍ୟାକୁ ଗୁରୁତ୍ୱର ସହ ଉପସ୍ଥାପନ କରିବା ସହିତ ଅଞ୍ଚଳର ସର୍ବାଙ୍ଗୀଣ ବିକାଶରେ ଅଧିକ ସକ୍ରିୟ ଭୂମିକା ନେଇପାରିବେ। ଏହା ରାଉରକେଲାର ନାଗରିକମାନଙ୍କ ଦୀର୍ଘଦିନର ଆଶା ଓ ଆକାଂକ୍ଷାକୁ ପୂରଣ କରିବାରେ ଏକ ମହତ୍ତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ବିଜେପି ପକ୍ଷରୁ କୁହାଯାଇଛି। ଏହି ପଦକ୍ଷେପ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଗୃହ ଓ ସହର ବିକାଶ ମନ୍ତ୍ରୀ ଡ କୃଷ୍ଣ ଚନ୍ଦ୍ର ମହାପାତ୍ର, ସୁନ୍ଦରଗଡ଼ ସାଂସଦ ତଥା କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ, ରାଜ୍ୟସଭା ସାଂସଦ ଦିଲ୍ଲୀପ ରାୟ ଏବଂ ରଘୁନାଥପାଲ୍ଲୀ ବିଧାୟକ ଦୁର୍ଗା ଚରଣ ତନ୍ତୀଙ୍କୁ ସେମାନଙ୍କର ନିରନ୍ତର ପ୍ରୟାସ ଓ ସହଯୋଗ ପାଇଁ ରାଉରକେଲା ସାଙ୍ଗଠନିକ ଜିଲ୍ଲା ସଭାନେତ୍ରୀ ପୂର୍ଣ୍ଣିମା କେରକେଟା,ପୂର୍ବତନ ବିଧାୟକ ଶଙ୍କର ଓରାମ, ରାଜ୍ୟ ମୁଖପାତ୍ର ଧିରେନ ସେନାପତି, ରାଜ୍ୟ ମହିଳା ମୋର୍ଚ୍ଚା ସାଧାରଣ ସମ୍ପାଦିକା ଲତିକା ପଟ୍ଟନାୟକ, ଜିଲ୍ଲା ପ୍ରଭାରୀ ବଟ କିଶୋର ମିଶ୍ର, ଜିଲ୍ଲା କମିଟି, ସମସ୍ତ ମଣ୍ଡଳ ସଭାପତି ଓ କମିଟି ସଦସ୍ୟ, ବିଭିନ୍ନ ଜିଲ୍ଲା ମୋର୍ଚ୍ଚା ଆଦି ତାଙ୍କ ହୃଦୟରୁ ଧନ୍ୟବାଦ ଓ କୃତଜ୍ଞତା ଜଣାଇଛନ୍ତି। ଏହା ରାଉରକେଲାର ଗଣତାନ୍ତ୍ରିକ ବିକାଶ ଓ ନାଗରିକଙ୍କ ଆଶା-ଆକାଂକ୍ଷା ପୂରଣ ଦିଗରେ ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ ବୋଲି ଜିଲ୍ଲା ମୁଖପାତ୍ର ଗଙ୍ଗାଧର ଦାଶ ଏକ ପ୍ରେସ ବିବୃତିରେ ଜଣାଇଛନ୍ତି ।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

କଳାହାଣ୍ଡି ବିଶ୍ୱବିଦ୍ୟାଳୟ ରେ ମେରି ମାଟି ମେରା ଦେଶ” କାର୍ଯ୍ୟକ୍ରମ

masiha

ପର୍ଲା ଅନନ୍ତ ପ୍ରସାଦ ଦାସ ଉଚ୍ଚ ବିଦ୍ୟାଳୟ ର ବାର୍ଷିକ ଉତ୍ସବ

masiha

ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ ଙ୍କ ୯୮ ତମ ଶ୍ରାଦ୍ଧ ଅବସରରେ ଧର୍ମଗଡ ରକ୍ତ ଭଣ୍ଡାରରେ ରକ୍ତଦାନ ଶିବିର

Sunil Chandra Nayak

Leave a Comment

error: Content is protected !!