ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବାସନ୍ତୀ ପାଠାଗାରର ମାସିକ ସାହିତ୍ୟ ଆସର ଓ କବିତା ପାଠୋତ୍ସବ 

ବାସନ୍ତୀ ପାଠାଗାରର ମାସିକ ସାହିତ୍ୟ ଆସର ଓ କବିତା ପାଠୋତ୍ସବ 

ରାଉରକେଲା: ସହରର ଅନ୍ୟତମ ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ବାସନ୍ତୀ ପାଠାଗାର ର ମାସିକ ସାହିତ୍ୟ ଆସର ଓ କବିତା ପାଠୋତ୍ସବ କାର୍ଯ୍ୟକ୍ରମ ପାଠାଗାର ପରିସରରେ ଅନୁଷ୍ଠିତ ହୋଇଯାଇଛି। ପାଠାଗାରର ସଭାପତି ପ୍ରସନ୍ନ କୁମାର ସାବତଙ୍କ ସଭାପତିତ୍ବ, ସାଧାରଣ ସମ୍ପାଦକ ବିକ୍ରମ ଚନ୍ଦ୍ର ଆଚାର୍ଯ୍ୟଙ୍କ ଆବାହକତ୍ୱ ଓ ସାଂସ୍କୃତିକ ସମ୍ପାଦିକା କବିତା ଦାସଙ୍କ ସଂଯୋଜନାରେ ଆୟୋଜିତ ଏହି ଆସରରେ ଶିକ୍ଷାବିତ ବ୍ରଜେନ୍ଦ୍ର ଦାଶ ମୁଖ୍ୟ ଅତିଥି, ବିଷୟ ବିଶେଷଜ୍ଞ ଭାବେ ରାଉରକେଲା କଲେଜର ଅଧ୍ୟକ୍ଷ ଡ ରବୀନ୍ଦ୍ର କୁମାର ଜେନା ଯୋଗଦେଇ ଆଲୋଚ୍ୟ ପ୍ରସଙ୍ଗ ସାମାଜିକ ଭିତ୍ତିଭୂମି ଶିକ୍ଷା, ସ୍ବାସ୍ଥ୍ୟ ଓ ବାସଗୃହ ସମ୍ପର୍କରେ ଆଲୋଚନା କରିଥିଲେ। ଏହି ଅବସରରେ ଡ ଜେନା ତାଙ୍କ ବକ୍ତବ୍ୟରେ କହିଲେ ଯେ ସମାଜରେ ରହୁଥିବା ପ୍ରତ୍ୟେକ ବ୍ୟକ୍ତିର ମୌଳିକ ଅଧିକାର ହେଉଛି ଶାକ୍ଷା, ସ୍ବାସ୍ଥ୍ୟ ଓ ବାସଗୃହ। ଏଥିପାଇଁ ସରକାର ପ୍ରୟାସ କରୁଥିଲେ ହେଁ ସମସ୍ତଙ୍କର ସହଭାଗିତା ରହିବା ଦରକାର। ସରକାର ଓ ଅଭିଭାବକଙ୍କ ସହଭାଗିତା ରେ ଶିକ୍ଷାର ଉନ୍ନତି କରଣ ସମ୍ଭବ। ନିଜେ ଶିକ୍ଷିତ ହେବା ସହ ଅନ୍ୟମାନଙ୍କୁ ଶିକ୍ଷିତ କରିବା ଆମମାନଙ୍କ ଲକ୍ଷ୍ୟ ହେବା ଦରକାର। ସେହିପରି ସ୍ବାସ୍ଥ୍ୟ କ୍ଷେତ୍ରରେ ମଧ୍ୟ ସମାନ ବ୍ୟବସ୍ଥା ରହିବା ଦରକାର ବୋଲି ମତପୋଷଣ କରିଥିଲେ। ମୁଖ୍ୟ ଅତିଥି ଶ୍ରୀ ଦାଶ ତାଙ୍କ ବକ୍ତବ୍ୟରେ ଶିକ୍ଷା, ସ୍ବାସ୍ଥ୍ୟରେ ଗୁଣାତ୍ମକ ମାନ ଓ ସମସ୍ତଙ୍କ ପାଇଁ ବାସଗୃହର ଆବଶ୍ୟକତା ରହିଥିବା ଓ ଏଥିପାଇଁ ଲୋକପ୍ରତିନିଧି ଓ ସରକାରଙ୍କ ଦାୟିତ୍ଵ ସମ୍ପର୍କରେ ଆଲୋଚନା କରିଥିଲେ। ଏହି ଅବସରରେ ବିକ୍ରମ ଚନ୍ଦ୍ର ଆଚାର୍ଯ୍ୟ ଗଳ୍ପ ପାଠ କରିଥିଲେ। ଦ୍ବିତୀୟ ପର୍ଯ୍ୟାୟରେ କବୀ ବିଜୟିନୀ ଜେନା ଓ ସୁଭାଷିନୀ ସାହୁଙ୍କ ସଂଯୋଜନାରେ ସ୍ନେହପ୍ରିୟ ବଳ, ବଳରାମ ଦାସ, ମଞ୍ଜୁଳା କୁମାରୀ ରଥ, ଉର୍ବଶୀ ଦାଶପତି, ସୁଭାଷିନୀ ସାହୁ ଓ ବିଜୟିନୀ ଜେନା ପ୍ରମୁଖ ସ୍ବରଚିତ କବିତା ପାଠ କରିଥିଲେ। ଶେଷରେ ଗୀତାଞ୍ଜଳି ମହାରଣା ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ କମଳ ଆଚାର୍ଯ୍ୟ,ପ୍ରିୟା ପାତ୍ର,ସୈ।ଦାମିନୀ ମିଶ୍ର, କୁଞ୍ଜବିହାରୀ ରାଉତ, ଶାନ୍ତିଲତା ପଣ୍ଡା,କୈ।ଶଲ୍ୟା ମହାରଣା, ରମେଶ ସାହୁ, ଫକୀର ଚରଣ ପଣ୍ଡା, କମଳାକାନ୍ତ ମହାନ୍ତି, କୁଳମଣି ଦାସ,ବିଭୁଦତ୍ତ ବେହେରା, ଗଦାଧର ରଥ,ଡ ଶକ୍ତି ପ୍ରସାଦ ସାମନ୍ତରାୟ, ଅଜୟ ପ୍ରଧାନ,ଶରତ ସ୍ବାଇଁ, ବିଶ୍ବନାଥ ପାଢ଼ୀ, ଶ୍ରୀକାନ୍ତ ପାଣିଗ୍ରାହୀ, ପ୍ରଭାସିନୀ ସାହୁ, ପ୍ରିୟଙ୍କା ନାୟକ, ଭୁବନେଶ୍ୱରୀ ମହାପାତ୍ର,ୟୁସ, ଜୟରାଣୀ ବଡାଇକ, ଅରୁଣିମା ବାରିକ, ସୁପ୍ରିୟା ଜେନା,ପୁତୁଲ ଡୋଗରା, ପୀତବାସ ପ୍ରଧାନ, ଜଗନ୍ନାଥ ରାଉତ ପ୍ରମୁଖ ଉପସ୍ଥିତ ଥିଲେ।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ବିଶୋଇ – ୫୦ ନମ୍ବର ରାଜ୍ୟ ରାଜପଥ କୁନ୍ଦୁଳିଆରେ ନବ ନିର୍ମିତ ପୋଲ ଏବଂ ପାର୍ଶ୍ବ ରାସ୍ତା ନିମ୍ନମାନର ନେଇ ଗ୍ରାମବାସୀଙ୍କ ଅଭିଯୋଗ

ପ୍ରଥମାଷ୍ଟମୀ ରେ ପ୍ରଭୁ ଦଧିବାମନ ହେଲେ ପୋଢୁଆଁ 

Sunil Chandra Nayak

ଦୁର୍ଘଟଣାରେ ବାଇକ ଆରୋହୀ ଗୁରୁତର

Sunil Chandra Nayak

Leave a Comment

error: Content is protected !!