ପ୍ରଥମାଷ୍ଟମୀ ରେ ପ୍ରଭୁ ଦଧିବାମନ ହେଲେ ପୋଢୁଆଁ
କାମାକ୍ଷାନଗର (ମନିସ)12/11/25 — ଆଳତୁମା ଗାଁ ର ଆରାଧ୍ୟ ଠାକୁର ପ୍ରଭୁ ଦଧିବାମନଙ୍କ ରିତୀ ନିତୀ ପରମ୍ପରା ବଦଳିନି,କଲାଵିଲା ତଟ ଵାଙ୍ଗୁରା ଗାଁ ମାମୁଁ ଘରୁ ଆସିଲା ପ୍ରଭୁ ଙ୍କ ପାଇଁ ନୁତନ ବସ୍ତ୍ର ସହ ପିଠା ଓ ଫଳ ଭାର , ପ୍ରଥମାଷ୍ଟମୀ ରେ ପ୍ରଭୁ ଦଧିବାମନ ହେଲେ ପୋଢୁଆଁ ।
କାମାକ୍ଷାନଗର ସହର ଅନ୍ତର୍ଗତ ଆଳତୁମା ଗ୍ରାମରେ ବିରାଜିତ ପ୍ରଭୁ ଶ୍ରୀ ଶ୍ରୀ ଦଧିବାମନ ଜୀଉଙ୍କ ମନ୍ଦିର। ଋତୁ ବଦଳି ଥାଏ ଏବଂ ପ୍ରକୃତିର ରୂପ ବଦଳି ଥାଏ କିନ୍ତୁ ପ୍ରଭୁ ଦଧିବାମନଙ୍କ ରିତୀ ନିତୀ ପରମ୍ପରା ସେମିତି ରହିଛି । ଗ୍ରାମର ଆରାଧ୍ୟ ଠାକୁର ହେଉଛନ୍ତି ପ୍ରଭୁ ଦଧିବାମନ , କଲାଵିଲା ତଟ ଵାଙ୍ଗୁରା ଗାଁ ମାମୁଁ ଘରୁ ଆସିଲା ପ୍ରଭୁଙ୍କ ପାଇଁ ନୂତନ ବସ୍ତ୍ର , ପିଠା ଓ ଫଳ ଭାର । ବିଶେଷ ଭାବରେ ପୂଜାର୍ଚ୍ଚନା ସହ ପ୍ରଭୁଙ୍କୁ ନୂତନ ବସ୍ତ୍ର ପରିଧାନ କରାଯାଇ ଏଣ୍ଡୁରି ପିଠା ଭୋଗ ଲଗାଇ ପୋଢୁଆଁ କରାଯାଇଛି । ଆବହମାନ କାଳରୁ ଗ୍ରାମରେ ଏହି ପରମ୍ପରା ରହି ଆସିଛି , ଗ୍ରାମର ମୂଖ୍ୟ ପ୍ରଭୁ ଦଧିବାମନ ପୋଢୁଆଁ ହୋଇସାରିଲେ ଗ୍ରାମବାସୀ ମାନେ ନିଜ ଘରେ ଘରର ବଡ ପୁଅ ଝିଅ ମାନଙ୍କୁ ନୂତନ ବସ୍ତ୍ର ପରିଧାନ କରାଇ ପୋଢୁଆଁ କରିଥାଆନ୍ତି ।
ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

