ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଉରକେଲା ରେ ହାତୀ,ନେଲା ଜଣଙ୍କ ଜୀବନ 

ରାଉରକେଲା ରେ ହାତୀ,ନେଲା ଜଣଙ୍କ ଜୀବନ 

ରାଉରକେଲା: ଜିଲ୍ଲାରେ ହାତୀଙ୍କ ପାଦୃଭାବ ବଢିଥିବା ବେଳେ ଆଜି ଭୋରରୁ ଜଣେ ବୃଦ୍ଧା ଙ୍କୁ ହାତୀ ଦଳିଦେବାରୁ ତାଙ୍କର ପ୍ରାଣହାନୀ ଘଟିଛି। ଯାହା ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଛି। ସୂଚନାଯୋଗ୍ୟଯେ କୋଏଲ ନଗର ସି ବ୍ଲକ୍ ୮୩ ନମ୍ବର ଘରେ ରହୁଥିବା ପୁର୍ଣ୍ଣିମା ଦସ୍ତିଦାର (୭୬) ଭୋର ୫ ଟା ସମୟରେ ମଣିଂ ୱାକ୍ କୁ ଯାଇଥିଲେ। ସେହି ସମୟରେ ସେ ଏକ ଗଛରୁ ଫୁଲ ତୋଳୁଥିବା ବେଳେ ହଠାତ୍ ଏକ ହାତୀ ତାଙ୍କୁ ଉଠାଇ କଚାଡି ଓ ଦଳିଦେବାରୁ ଘଟଣା ସ୍ଥଳରେ ତାଙ୍କର ପ୍ରାଣବାୟୁ ଉଡି ଯାଇଥିଲା। ଖବର ପାଇ ସ୍ଥାନୀୟ ପୋଲିସ ଓ ପରିବାର ବର୍ଗ ତାଙ୍କୁ ଡାକ୍ତରଖାନା ନେଇଥିଲେ ହେଁ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ସ୍ବର୍ଗତା ଦସ୍ତିଦାର ଜଣେ ମେଳାପି ଓ ଧର୍ମ ପରାୟଣ ବ୍ୟକ୍ତି ହୋଇଥିବାରୁ ତାଙ୍କ ବିୟୋଗରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। କିଛିଦିନ ହେବ ରାଉରକେଲା ସହରର ଆଖପାଖରେ ହାତୀ ପଲ ଆତଙ୍କ ଖେଳାଇବା ଓ ଚାଷବାସ ନଷ୍ଟ କରୁଥିବାରୁ ଲୋକମାନେ ଆଶଙ୍କା ମଧ୍ୟରେ କାଳାତିପାତ କରୁଥିବା ଜଣାପଡିଛି। 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ସମ୍ବଲପୁରୀ କଳା ଓ ସଂସ୍କୃତିର ମାଦଳ ତାଳ

Sunil Chandra Nayak

ଚରାମୂଳା ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ବୃକ୍ଷ ରୋପଣ

Sunil Chandra Nayak

ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି ଙ୍କ ତିନି ଦିନିଆ ଆସାମ ଗସ୍ତ

Sunil Chandra Nayak

Leave a Comment

error: Content is protected !!