ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଦ୍ୟା ମନ୍ଦିରରେ ନେତାଜୀ ଓ ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ ଅବସରରେ ପୂର୍ବ ଛାତ୍ର ଏକତ୍ରୀକରଣ

ବିଦ୍ୟା ମନ୍ଦିରରେ ନେତାଜୀ ଓ ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ ଅବସରରେ ପୂର୍ବ ଛାତ୍ର ଏକତ୍ରୀକରଣ

ରାଉରକେଲା: ସ୍ଥାନୀୟ ସେକ୍ଟର -୬ ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ବିଶ୍ବ ପରାକ୍ରମ ଦିବସ ଅବସରରେ ନେତାଜୀ ସୁବାଷ ଚନ୍ଦ୍ର ବୋଷ ଓ ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ ବିଦ୍ୟାଳୟର ପ୍ରାକ୍ତନ ଛାତ୍ର-ଛାତ୍ରୀମାନଙ୍କ ଦ୍ଵାରା ପାଳିତ ହୋଇଯାଇଛି। ପ୍ରଧାନ ଆଚାର୍ଯ୍ୟ ସୁରେନ୍ଦ୍ର କୁମାର ଶତପଥୀଙ୍କ ଆବାହକତ୍ବରେ ପ୍ରତିବର୍ଷ ପରି ପୂର୍ବ ଛାତ୍ର ଏକତ୍ରୀକରଣ କାର୍ଯ୍ୟକ୍ରମ ବିଶ୍ବ ପରାକ୍ରମ ଦିବସ ଅବସରରେ ଆୟୋଜିତ ହୋଇଥିଲା। ପୂର୍ବ ଛାତ୍ର ପରିଷଦର ସଂପାଦକ ଆକାଶ ପାତ୍ରଙ୍କ ମଞ୍ଚ ପରିଚାଳନାରେ ଆୟୋଜିତ ଏହି ଏକତ୍ରୀକରଣରେ ମୁଖ୍ୟ ଅତିଥି ଭାବେ ବିଦ୍ୟାଳୟର ପରିଚାଳନା ମଣ୍ଡଳୀର ସମ୍ପାଦକ ଅଧ୍ୟାପକ କରୁଣାକର ପାଟ୍ଟଶାଣୀ, ସମ୍ମାନିତ ଅତିଥି ଭାବେ ସହ ସମ୍ପାଦକ ଦୀନବନ୍ଧୁ ରଥ ଏବଂ ପରିଚାଳନା ମଣ୍ଡଳୀ ସଦସ୍ଯା ଦିଲ୍ଲେଶ୍ବରୀ ମହାନ୍ତ ଉପସ୍ଥିତ ରହି ନେତାଜୀ ଏବଂ ବୀର ସୁରେନ୍ଦ୍ର ସାଏଙ୍କ ଫୋଟୋ ଚିତ୍ରରେ ମାଲ୍ୟାର୍ପଣ କରିଥିଲେ। ତତ୍ପରେ ପ୍ରଧାନ ଆଚାର୍ଯ୍ୟ ଶ୍ରୀ ଶତପଥୀଙ୍କ ପ୍ରାରମ୍ଭିକ ଅଭିଭାଷଣରେ ଏକତ୍ରୀକରଣର ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେବା ସହ ବିଦ୍ୟାଳୟର ମୌଳିକ ଲକ୍ଷ୍ୟ ଯଥା: ବସ୍ତି ଅଞ୍ଚଳରେ ମାଗଣା ଶିକ୍ଷାଦାନ, ରକ୍ତଦାନ ଶିବିର ଆୟୋଜନ, ସଚେତନତାମୂଳକ ଅଭିଯାନ, ସମାଜର ଆବଶ୍ୟକତା ସମୟରେ ସହଯୋଗର ହାତ ବଢ଼ାଇବା, ସ୍ବଚ୍ଛତା, ନାଗରିକ କର୍ତ୍ତବ୍ୟ ପ୍ରଭୃତି ବିଷୟରେ ପ୍ରାକ୍ତନ ଛାତ୍ର-ଛାତ୍ରୀମାନଙ୍କୁ ଆହ୍ବାନ କରିଥିଲେ। ମୁଖ୍ୟ ଅତିଥି ଶ୍ରୀ ପାଟ୍ଟଶାଣୀ ବିଦ୍ୟାଳୟର ସଂସ୍କାରର ସୁଗନ୍ଧକୁ ସମାଜରେ ବାଣ୍ଟିବା ସହ ଏକ ସ୍ବାଭିମାନୀ, ସଶକ୍ତ, ନିରାମୟ, ସୁରକ୍ଷିତ, ଶ୍ୟାମଳ, ସମୃଦ୍ଧ ଭାରତ ଗଠନରେ ସହଯୋଗୀ ଓ ସହଭାଗୀ ହେବା ନିମିତ୍ତ ଉପସ୍ଥିତ ଛାତ୍ର-ଛାତ୍ରୀମାନଙ୍କୁ ପ୍ରଚୋଦିତ କରିଥିଲେ। ସ୍ବାବଲମ୍ବୀ ହେବା ସହ ଅନ୍ୟକୁ ରୋଜଗାରକ୍ଷମ କରାଇବାରେ ସହାୟକ ହେବା ପାଇଁ ଶ୍ରୀ ରଥ ପ୍ରେରିତ କରିଥିଲେ। ପୂର୍ବ ଛାତ୍ର ସଂସଦର ସଭାପତି ଦୁର୍ଗା ପ୍ରସାଦ ସେନାପତି ନେତୃତ୍ବରେ ଆଗାମୀ ବସନ୍ତ ପଞ୍ଚମୀ ଅବସରରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ପୂର୍ବ ଛାତ୍ର-ଛାତ୍ରୀମାନଙ୍କ ଦ୍ଵାରା ଆୟୋଜନ ନିମିତ୍ତ ସହମତି ପ୍ରକାଶ ପାଇଥିଲା। ଏତଦବ୍ୟତୀତ ପୂର୍ବ ଛାତ୍ର ସଂସଦ ନାମରେ ଏକ ବ୍ୟାଙ୍କ ଆକାଉଣ୍ଟ ଖୋଲା ଯିବା ସହ ବିଦ୍ୟାଳୟର ଦିବଙ୍ଗତ ଆଚାର୍ଯ୍ୟ -ଆଚାର୍ଯ୍ଯାଙ୍କ ନିମିତ୍ତ ଏକ ସ୍ମୃତି ପ୍ରକୋଷ୍ଠର ଆବଶ୍ୟକତା ସମ୍ପର୍କରେ ପ୍ରସ୍ତାବ ରଖାଯାଇଥିଲା।

ପ୍ରାକ୍ତନ ଛାତ୍ର-ଛାତ୍ରୀମାନଙ୍କ ମଧ୍ୟରେ ସର୍ବଶ୍ରୀ ଗଣେଶ ଜୟସିଂହ, କର୍ପୂର କେଶରୀ ନନ୍ଦ, ରୋହିତ ପଣ୍ଡା, ହିମାଂଶୁ ଶେଖର, ତପନ ମିଶ୍ର, ରଶ୍ମିତା ଚୌଧୁରୀ ସମେତ ଶତାଧିକ ପୂର୍ବ ଛାତ୍ର-ଛାତ୍ରୀ ଏକତ୍ରୀକରଣର ଅଂଶ ହୋଇ ନେତାଜୀ ସୁବାଷ ଚନ୍ଦ୍ର ବୋଷ ଓ ବୀର ସୁରେନ୍ଦ୍ର ସାଏଙ୍କ ପରି ମାଟି ମନସ୍କ ହେବା ସହ ଜାତି ଗଠନରେ ବ୍ରତୀ ହେବାକୁ ସଂକଳ୍ପବଦ୍ଧ ହୋଇଥିଲେ । ସହ ପ୍ରଧାନ ଆଚାର୍ଯ୍ୟ ଜନ୍ମେଜୟ ସୁଆର ତଥା ପୂର୍ବ ଛାତ୍ର ପରିଷଦ ଦାୟିତ୍ୱରେ ଥିବା ଆଚାର୍ଯ୍ୟା ରେଖା ମହାନ୍ତିଙ୍କ ମାର୍ଗଦର୍ଶନ ଏବଂ ଆଚାର୍ଯ୍ୟା ସୁମିତ୍ରା ମିଶ୍ର, ପ୍ରତିଭା ସାହୁ, ଅପର୍ଣ୍ଣା ପଣ୍ଡା, ପୁଷ୍ପାଞ୍ଜଳି ନାୟକ, ଲକ୍ଷ୍ମୀ ବେହେରା, ବିଜୟ ଲକ୍ଷ୍ମୀ ବାରିକ, ପୁଷ୍ପଲତା ବିଶ୍ବାଳ, ଆଚାର୍ଯ୍ୟ ରାଧାମୋହନ ଦାଶ, ସେବକବନ୍ଧୁ ନାୟକଙ୍କ ସହଯୋଗରେ କାର୍ଯ୍ୟକ୍ରମ ସଫଳୀକୃତ ହୋଇଥିଲା। 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଶିଳ୍ପୋଦ୍ୟୋଗୀ ବିକାଶ ତାଲିମ ଶିବିର ଉଦଯାପିତ

Sunil Chandra Nayak

ନବରଙ୍ଗପୁର କଲେଜକୁ ସରକାରୀ ଘୋଷଣା ପାଇଁ ଦାବି ଦୋହରାଇଲା ଆଲୁମିନାଇ କମିଟି

Sunil Chandra Nayak

ଔପନ୍ୟାସିକ ଗୋପିନାଥ ମହାନ୍ତିଙ୍କ ତିରୋଧାନ ଦିବସ ପାଳନ

Sunil Chandra Nayak

Leave a Comment

error: Content is protected !!