ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଶାନ୍ତି ଶକ୍ତି ଭବନରେ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ 

ଶାନ୍ତି ଶକ୍ତି ଭବନରେ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ 

ଆସିକା, ୨୩/୧/୨୫ //   ଆସିକା ପ୍ରଜାପିତା ବ୍ରହ୍ମାକୁମାରୀ ଇଶ୍ବରୀୟ ବିଶ୍ବବିଦ୍ୟାଳୟ ସ୍ଥାନୀୟ ସେବା କେନ୍ଦ୍ର ଶାନ୍ତି ଶକ୍ତି ଭବନର ରେ ସ୍ଵେଚ୍ଛାକୃତ ରକ୍ତ ଦାନ ଶିବିର ଆୟୋଜିତ ହୋଇଯାଇଛି l ସେବା କେନ୍ଦ୍ର ସଞ୍ଚାଳିକା ରାଜଯୋଗିନୀ ବ୍ରହ୍ମାକୁମାରୀ ପ୍ରଭାତୀ ଭଉଣୀଙ୍କ ସଂଯୋଜନାରେ ଆୟୋଜିତ ଉକ୍ତ ଶିବିରକୁ ପ୍ରଦୀପ ପ୍ରଜ୍ବଳନ କରି ଉଦ୍ଘାଟନ କରିଥିଲେ ଆସିକା ସୁଗାର ଇଣ୍ଡଷ୍ଟ୍ରୀର ପରିଚାଳନା ନିର୍ଦ୍ଦେଶକ ଡା ସୁଶାନ୍ତ ପଣ୍ଡା, ଆସ୍କା ମେଡିକାଲର ସୁପରିଣ୍ଟେଣ୍ଡେଣ୍ଟ ଡା. ବାଳ ଗୋପାଳ ବେହେରା, ବାଲିସିରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ବି ପି ଏମ ସାଗରିକା ମିଶ୍ର ଓ ବ୍ରହ୍ମପୁର ମେଡିକାଲ କଲେଜ ବ୍ଲଡ୍ ବ୍ୟାଙ୍କ୍ ର ଡା.ମନୋଜ ଟୁଡୁ l ବ୍ରହ୍ମପୁର ମେଡିକାଲ କଲେଜ ବ୍ଲଡ୍ ବ୍ୟାଙ୍କ୍ ଦ୍ଵାରା ପରିଚାଳିତ ଏହି କାର୍ଯ୍ୟକ୍ରମ ରେ ଈଶ୍ୱରୀୟ ବିଶ୍ଵ ବିଦ୍ୟାଳୟର ସମସ୍ତ ଭଉଣୀ ଭାଇ ସହଯୋଗ କରିଥିଲେ l ଶିବିରରେ ମୋଟ 52 ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା l

ଆସିକା ରୁ ଶିବ ଶଙ୍କର ମିଶ୍ର ମସିହା ନ୍ୟୁଜ

Related posts

ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା ଆରମ୍ଭ, ଗଞ୍ଜାମ ଜିଲ୍ଲାର ୨୬ ଲକ୍ଷ ୫୪ ହଜାର ୫୮୦ ଜଣ ହିତାଧିକାରୀ ଉପକୃତ ହେବେ 

Sunil Chandra Nayak

ସଂଗ୍ରାମୀ ଗଙ୍ଗାଧର ପାଇକରାୟଙ୍କ ଜୀବନୀ ଆମ ସମୟର ଆଦର୍ଶ : ସମ୍ପାଦକ ନାରାୟଣ ଚଂଦ୍ର ମହାନ୍ତି

masiha

5T କାର୍ଯ୍ୟ ନିମ୍ନ ମାନର ଶିକ୍ଷକ ସାଜିଛନ୍ତି ଠିକାଦାର 

Sunil Chandra Nayak

Leave a Comment

error: Content is protected !!