ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପାଚିକା ସହାୟିକା ମଜଦୁର ସଂଘ ମ, ରାମପୁର ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବୀପତ୍ର ପ୍ରଦାନ

ମ,ରାମପୁର,୦୧/୦୭( ମସୀହା) କଳାହାଣ୍ଡି ଜିଲ୍ଲା ମ, ରାମପୁର ବ୍ଲକ ର ୧୯ ଗୋଟି ପଞ୍ଚାୟତ ରେ। କାର୍ଯ୍ୟରତ ପାଚିକା ସହାୟିକା ମଜଦୁର ସଂଘ ମ,ରାମପୁର ପକ୍ଷରୁ ପାଚିକା ସଂଘ ସଭାନେତ୍ରୀ ସାବିତ୍ରୀ ମୁଣ୍ଡା ଙ୍କ ନେତୃତ୍ବରେ ମ,ରାମପୁର ବସଷ୍ଟାଣ୍ଡ ଠାରୁ ଶୋଭାଯାତ୍ରା ବାହାରି ବ୍ଲକ କାର୍ଯ୍ୟାଳୟ ପହଞ୍ଚି ଥିଲେ ଏବଂ ୬ ଦଫା ଦାବି ଯଥା, ପାଚିକା ଓ ସହାୟୀକା ମାନଙ୍କୁ ସର୍ବନିମ୍ନ ମଜୁରୀ ପ୍ରଦାନ କରାଯିବା, ପାଚିକା ସହାୟିକା ମାନଙଙ୍କୁ ଇପିଏଫ,ଇସିଆଇସି ଲାଗୁ କରିବା ସହିତ ସାମାଜିକ ସୁରକ୍ଷା ପ୍ରଦାନ କରାଯିବା, ବର୍ଷ କୁ ୧୦ ମାସ ପରିବର୍ତ୍ତେ ୧୨ ମାସର ଦରମା ପ୍ରଦାନ କରାଯିବା, କାର୍ଯ୍ୟରତ ସମୟରେ ମୃତ୍ୟୁ ବରଣ କଲେ ପରିବାର ବର୍ଗ ଙ୍କୁ ପଚାଶ ହଜାର ଟଙ୍କା ସହାୟତା ରାଶି ପ୍ରଦାନ କରାଯଯିବା, ସମସ୍ତ ପାଚିକା ଓ ସହାୟିକା ମାନଙ୍କ ପାଇଁ ବୀମାଭୁକ୍ତ କରାଯିବା, ଅବସରକାଳୀନ ଭତ୍ତା ପ୍ରଦାନ କରାଯିବା ପାଇଁ ଦାବି ଉପସ୍ଥାପିତ କରାଯାଇଛି l ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଏକ ପ୍ରତିବାଦ ସଭା ପରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଙ୍କ ଜରିଆରେ ୬ ଦଫା ଦାବି ପତ୍ର ପ୍ରଦାନ କରିଥିଲେ । ଏଥିରେ ସମ୍ପାଦିକା ଉଲାସ ଭୋଇ , ବିରଞ୍ଚି ନାରାୟଣ ପଣ୍ଡା ପ୍ରଭାରୀ ଭାରତୀୟ ମଜଦୁର ସଂଘ କଳାହାଣ୍ଡି ଓ ନୂଆପଡା ଜିଲ୍ଲା, ସୁରେନ୍ଦ୍ର ମୋହନ କର ସଂଗଠନ ସମ୍ପାଦକ, ନବିନ ଛତ୍ରୀଆ କାର୍ଯ୍ୟ କାରୀ ସଭାପତି,ସନ୍ଯାସ ପ୍ରଧାନ, କୈାଷିକ କପାଟ, କମ୍ଭୁପାଣି ସାହୁ, ଉମାକାନ୍ତ ବାଗ, ଚନ୍ଦ୍ରିକା ରଣା, ସୁଷମା ପୁଝାରୀ, ପ୍ରତିମା ମାଝୀ, ବଳିତା ମହାକୁଡ଼, ସୈାଦାମିନି ମାଝୀ, ରଶ୍ମୀତା ବରିହା ପ୍ରମୁଖ ଯୋଗ ଦେଇଥିଲେ l

ମ.ରାମପୁର ରୁ ପରମାନନ୍ଦ ବିଶି ଙ୍କ ରିପୋର୍ଟ 

Related posts

କାହା ସ୍ବାର୍ଥ ରେ ମେଗା ଜଳ ଯୋଗାଣ ଓ ମେଗା ଜଳ ସେଚନ ପ୍ରକଳ୍ପ ?

masiha

ବନ୍ଧୁଗାଁ ବ୍ଲକରେ ସାଂସଦ ଓ ବିଧାୟକ ଙ୍କ ମିଳିତ ଗସ୍ତ 

Sunil Chandra Nayak

ଲକ୍ଷ୍ମୀ ବିକାଶ ଗ୍ରୁପ ଅଫ ଇନଷ୍ଟିଚ୍ୟୁସନ୍ ପକ୍ଷରୁ ଡିଗ୍ରୀ କ୍ୟାମ୍ପସ ପରିସରରେ ଜାତୀୟ ମତଦାତା ଦିବସ ପାଳିତ

masiha

Leave a Comment

error: Content is protected !!