ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜଙ୍ଗଲକୁ ନିଆଁ ଦାଉରୁ ସୁରକ୍ଷା ପାଇଁ ଆଲୋଚନା ଚକ୍ର

ଉତ୍କେଲା,୨୩/୦୨,ନିପ୍ର:କଳାହାଣ୍ଡି ଜିଲ୍ଲା କେସିଙ୍ଗା ବନାଞ୍ଚଳ ଅଧିକାରୀ ଶ୍ରୀଯୁକ୍ତ ଦୀନବନ୍ଧୁ ମେହେର ଙ୍କ ପ୍ରତ୍ୟେକ୍ଷ ତତ୍ବାବଧାନ ତଥା ବନପାଳ ଶ୍ରୀଯୁକ୍ତ ଦେବବ୍ରତ ମିଶ୍ର ଙ୍କ ଆହ୍ବାନ କ୍ରମେ ଓ ବନରକ୍ଷୀ ଶ୍ରୀଯୁକ୍ତ ବିଘ୍ନ ରାଜ ପୋଢ ଙ୍କ ଉପସ୍ଥିତିରେ ପଞ୍ଚାୟତ ସ୍ତରୀୟ ଏକ ଆଲୋଚନା ଚକ୍ର ତଥା ସଭା ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ତରଫରୁ ଚାଞ୍ଚେର ପଞ୍ଚାୟତ ସଭାଗୃହରେ ଅନୁଷ୍ଠିତ ହୋଇଥିଲା । ଉକ୍ତ ସଭା ରେ ଜଙ୍ଗଲ ସୁରକ୍ଷା ଓ ଜଙ୍ଗଲ କୁ ନିଆଁ ଦାଉ ରୁ କିଭଳି ରକ୍ଷା କରାଯାଇପାରିବ ତଥା ବନ୍ୟପ୍ରାଣୀ ଙ୍କ ସୁରକ୍ଷା ସମ୍ବନ୍ଧରେ ବିସ୍ତୃତ ଆଲୋଚନା ହୋଇଥିଲା ।ଉକ୍ତ ସଭାରେ ମୁଖ୍ୟ ଅତିଥି ଭାବରେ ଅବସରପ୍ରାପ୍ତ ପୂର୍ବତନ ଆର୍ମି ଅଫିସର ଶ୍ରୀଯୁକ୍ତ ବାସୁଦେବ ମାଝି ସ୍ଥାନୀୟ ବ୍ରାଞ୍ଚ ପୋଷ୍ଟ ମାଷ୍ଟର ଶ୍ରୀଯୁକ୍ତ ଭୋପାଳ ଚନ୍ଦ୍ର ମାଝୀ ଓ ସ୍ଥାନୀୟ ଯୁବସଂଘ ସଭ୍ୟ ଶ୍ରୀ ସୁଦାମ ସାହୁ ତଥା ଚାଞ୍ଚେର ବନ ସୁରକ୍ଷା ସମିତି ସଭାପତି ଶ୍ରୀଯୁକ୍ତ ସୁରେଶେନ୍ ଶବର ସଭାର ସକ୍ରିୟ ଅଂଶଗ୍ରହଣ କରିଥିଲେ । ବୈଠକରେ ପିଏନ୍ଜିଓ ଦଳପତି ଶ୍ରୀ ହେମନ୍ତ ସାହୁ ପରିଚାଳନା କରିଥିଲେ । ଏବଂ ବିକାଶ ଅଧିକାରୀ ଶ୍ରୀଯୁକ୍ତ ଧିରୋଜ କୁମାର ଦାଶ ଓ ଶ୍ରୀଯୁକ୍ତ ଇନ୍ଦ୍ରମଣି ମାଝୀ ତାଙ୍କୁ ସହଯୋଗ କରିଥିଲେ। ଶ୍ରୀଯୁକ୍ତ ସୁଦାମ ସାହୁ କାର୍ଯ୍ୟକ୍ରମରେ ଧନ୍ୟବାଦ୍ ଅର୍ପଣ କରିଥିଲେ । ବନ ବିଭାଗ ର ଏହି ମହତ କାର୍ଯ୍ୟକ୍ରମକୁ ଅଞ୍ଚଳର ଲୋକେ ପ୍ରଶଂସା କରିବା ସହିତ ଚଳିତ ବର୍ଷ ବନ ବିଭାଗକୁ ସହଯୋଗ କରିବା ପାଇଁ ସଂକଳ୍ପ ନେଇଥିଲେ ।

ଉତ୍କେଲା ରୁ ଅର୍ଜୁନ ପୋଡ଼ ଙ୍କ ରିପୋର୍ଟ 

Related posts

ଗୋତୋମୁଣ୍ଡା ଠାରେ ଖୋଲିଲା ନୂତନ ପ୍ରାଥମିକ କୃଷି ସମବାୟ ସମିତି

ଧର୍ମଗଡ ଠାରେ ୭୫ ତମ ସାଧାରଣତନ୍ତ୍ର ଦିବସ

masiha

ବହୁଜନ ସଂଗ୍ରାମ ସମିତି ତରଫରୁ ସ୍ଵାଧୀନତା ଦିବସ ପାଳିତ

masiha

Leave a Comment

error: Content is protected !!