ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଲାଞ୍ଜିଗଡ଼ ମୁଣ୍ଡାଗାଁରେ ପଞ୍ଚାୟତ ସ୍ତରୀୟ ଆମ୍ବେଦକର ଜୟନ୍ତୀ ପାଳିତ

ଲାଞ୍ଜିଗଡ଼ ମୁଣ୍ଡାଗାଁରେ ପଞ୍ଚାୟତ ସ୍ତରୀୟ ଆମ୍ବେଦକର ଜୟନ୍ତୀ ପାଳିତ

ଜୁନାଗଡ଼,୧୩/୫(ମନୀ ସ)କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଳକ ମୁଣ୍ଡା ଗାଁ ଠାରେ ଗତ ରବିବାର ଦିନ ଅଲ୍ ଓଡ଼ିଶା ସିଡୁଲ୍ଡ କାଷ୍ଟ ଫେଡରେସନ କଳାହାଣ୍ଡି ଶାଖା ତରଫରୁ ପଞ୍ଚାୟତ ସ୍ତରୀୟ ବାବାସାହେବ ଆମ୍ବେଦକରଙ୍କ ୧୩୫ ତମ ଜନ୍ମ ଜୟନ୍ତୀ ମହାସମାରୋହରେ ପାଳନ କରାଯାଇଛି।ପ୍ରଥମେ ବାଜା ଗାଜା ସହ ଶୋଭାଯାତ୍ରା ବାହାରି ଗାଁ ପରିକ୍ରମା କରାଯାଇ ସଭା ସ୍ଥଳରେ ପହଞ୍ଚିଥିଲେ । ଅତିଥି ମାନଙ୍କୁ ସ୍ଵାଗତ କରାଗଲା ତାପରେ ଭଗବାନ ବୁଦ୍ଧଓ ବାବାସାହେବ ଆମ୍ବେଦକରଙ୍କ ଫଟୋ ଚିତ୍ରରେ ପୁଷ୍ପ ଦୀପ୍ ଅର୍ପଣ କଲାପରେ ତ୍ରିଶରଣ ପଞ୍ଚଶିଳ ଗାନ କରାଯାଇ ସଭା କାର୍ଯ୍ୟ ଆରମ୍ଭ କରଯାଇଥିଲା ,ଏହି କାର୍ଯ୍ୟକ୍ରମ ରେ ରାଜ୍ଯ ସଭାପତି ଧନଞ୍ଜୟ ଦୀପ୍ ଜିଲ୍ଲା ସଭାପତି ବୃନ୍ଦାବନ ନାଗ କାର୍ଯ୍ୟକାରୀ ସଭାପତି ତେଜରାଜ ବେହେରା ସାଧାରଣ ସମ୍ପାଦକ ଶତ୍ରୁଘ୍ନ ନାଏକ କମରଦା ପଞ୍ଚାୟତର ପୂର୍ବତନ ସରପଞ୍ଚ ଓ ସମିତିସଭ୍ଯ ହରିଶ୍ଚନ୍ଦ୍ର ବୁଦ୍ଧିଆ, ନର୍ଲା ସଭାପତି ରଘୁନାଥ ଦୀପ୍ ଧର୍ମୁ ତାଣ୍ଡି ଲୋକନାଥ ହରିଜନ ଏମ୍ ରାମପୁର ଉପସଭାପତି ବେଣୁଧର ସୁନା ସାଧାରଣ ସମ୍ପାଦକ ପ୍ରେମ ସାଗର ନାଏକ କ୍ଷମାନିଧି ସୁନା, ନକୁଳ ବେନୁଆ,, ଅର୍ଜୁନ ବେନୁଆ ସଭାପତିତ୍ବ କରିଥିବାବେଳେ ମଞ୍ଚ ପରିଚାଳନା କରିଥିଲେ, ବିଭୁତିଭୁଷଣ ତାଣ୍ଡି ,,, ପଞ୍ଚାୟତର ଶତାଧିକ ଯୁବକ ଯୁବତୀ ବୁଦ୍ଧିଜିବୀ ମହିଳା ଉପସ୍ଥିତ ଥିଲେ,,ସମସ୍ତ ବକ୍ତା କହିଥିଲେ ସମାଜକୁ କୁସଂସ୍କାର ରୁ ଦୁରେଇ ରଖି ଶିକ୍ଷାକୁ ଅଗ୍ରାଧିକାର ଦେଇ ସମାଜକୁ ସଙ୍ଗଠିତ କରିବା ପାଇଁ ସଂଘର୍ଷ କରିବା ତାହେଲେ ଆମ୍ବେଦକରଙ୍କ ସ୍ଵପ୍ନ ସାକର ହେବ,।

ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍ 

Related posts

ଜୀବନ ସଂଘର୍ଷରେ ଗଜରାଜର ମୃତ୍ୟୁ

masiha

ଓଡ଼ିଶାର ସର୍ବପ୍ରଥମ ନିଆରା ବାର୍ଷିକ ଉତ୍ସବ  ଛାତ୍ରୀ ମନ୍ତ୍ରୀମଣ୍ଡଳ ତୁଲାଇଲା ପ୍ରମୁଖ ଦାୟିତ୍ୱ ନିଆରା ଢଙ୍ଗରେ ଛାତ୍ରୀ ପାଳିଲେ ବାର୍ଷିକ ଉତ୍ସବ ମଧୁପୁର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ

masiha

ଉଦଘାଟିତ ହେଲା କୁରୁଣ୍ଟା ଦୋଳ ମହୋତ୍ସବ

masiha

Leave a Comment

error: Content is protected !!