ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଦୁର୍ଘଟଣାରେ ଗୁରୁତର ଆହତ ଅଙ୍ଗନବାଡ଼ି କର୍ମୀଙ୍କ ଚିକିତ୍ସା ପାଇଁ ଜିଲ୍ଲା ପ୍ରଶାସନର ତ୍ୱରିତ ସହାୟତା 

ଦୁର୍ଘଟଣାରେ ଗୁରୁତର ଆହତ ଅଙ୍ଗନବାଡ଼ି କର୍ମୀଙ୍କ ଚିକିତ୍ସା ପାଇଁ ଜିଲ୍ଲା ପ୍ରଶାସନର ତ୍ୱରିତ ସହାୟତା 

ନବରଙ୍ଗପୁର:( ତାରିଖ: ୩୦.୧୦.୨୦୨୬)(ରବି ନାରାୟଣ ମହାନ୍ତି) ଉମରକୋଟ ବ୍ଲକରେ ତାରିଖ ୨୬.୧୦.୨୦୨୬ ରିଖରେ ଆୟୋଜିତ ‘ବିକଶିତ ଓଡ଼ିଶା ୨.୦’ କାର୍ଯ୍ୟକ୍ରମରେ ଯୋଗଦେବା ନିମନ୍ତେ ବେନୋର ଅଞ୍ଚଳରୁ ଆସୁଥିବା ଅଙ୍ଗନବାଡ଼ି କର୍ମୀମାନେ ଏକ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ। ଏହି ଦୁର୍ଘଟଣାରେ ମୋଟ ୭ ଜଣ ଅଙ୍ଗନବାଡ଼ି କର୍ମୀ ଆହତ ହୋଇଥିବାବେଳେ, ଶ୍ରୀମତୀ ଶ୍ୟାମଳୀ ଗାଇନ ଧଳଙ୍କ ଗୋଡ଼ ଓ ଆଣ୍ଠୁରେ ଗୁରୁତର ଆଘାତ ଲାଗିଥିଲା। ଦୁର୍ଘଟଣା ପରେ ତାଙ୍କୁ ତୁରନ୍ତ ଆମ୍ବୁଲାନ୍ସ ଯୋଗେ ଉମରକୋଟ ଡାକ୍ତରଖାନାକୁ ନିଆଯାଇ ପ୍ରାଥମିକ ଚିକିତ୍ସା କରାଯାଇଥିଲା। ପରେ ଉନ୍ନତ ଚିକିତ୍ସା ନିମନ୍ତେ ତାଙ୍କୁ କୋରାପୁଟସ୍ଥିତ ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲକୁ ରେଫର କରାଯାଇଥିଲା। ସେଠାରେ ତାଙ୍କର ଅସ୍ତ୍ରୋପଚାର କରାଯାଇଛି ଏବଂ ବର୍ତ୍ତମାନ ସେ ଆଇସିୟୁରେ ଚିକିତ୍ସାଧୀନ ଅଛନ୍ତି। ଆହତ ଅଙ୍ଗନବାଡ଼ି କର୍ମୀଙ୍କ ଚିକିତ୍ସା ଓ ଆବଶ୍ୟକ ସହାୟତା ନିମନ୍ତେ ଜିଲ୍ଲା ପ୍ରଶାସନ ପକ୍ଷରୁ ତ୍ୱରିତ ପଦକ୍ଷେପ ଗ୍ରହଣ କରାଯାଇଛି। ଉମରକୋଟ କାର୍ଯ୍ୟାଳୟ ପକ୍ଷରୁ ଚିକିତ୍ସା ସହାୟତା ବାବଦରେ ତାଙ୍କୁ ୧୫,୦୦୦ ଟଙ୍କା ପ୍ରଦାନ କରାଯାଇଛି।ଏହାବ୍ୟତୀତ, ତାରିଖ ୨୮.୧୦.୨୦୨୬ ରିଖରେ ନବରଙ୍ଗପୁର ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ, ଜିଲ୍ଲା କାର୍ଯ୍ୟକ୍ରମ ଅଧିକାରୀ ଏବଂ ଉପଖଣ୍ଡ ଅଧିକାରୀ ହସ୍ପିଟାଲକୁ ଯାଇ ଆହତ ଶ୍ୟାମଳୀ ଗାଇନ ଧଳ ଓ ତାଙ୍କ ପରିବାର ସଦସ୍ୟଙ୍କୁ ଭେଟିଥିଲେ। ସେମାନେ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଓ ଚିକିତ୍ସାର ଅଗ୍ରଗତି ସମ୍ପର୍କରେ ପଚାରି ବୁଝିବା ସହ ଆବଶ୍ୟକ ସହଯୋଗ ଯୋଗାଇଦେବା ନେଇ ଆଶ୍ୱାସନା ଦେଇଥିଲେ।ଚିକିତ୍ସା ସମୟରେ ତାଙ୍କ ପାଇଁ ବି-ନେଗେଟିଭ୍ (B-) ରକ୍ତର ଆବଶ୍ୟକତା ଥିବା ଜଣାପଡ଼ିବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ତୁରନ୍ତ ବିଭିନ୍ନ ବ୍ୟକ୍ତିବିଶେଷଙ୍କ ସହ ଯୋଗାଯୋଗ କରାଯାଇଥିଲା। ଫଳସ୍ୱରୂପ, ଆବଶ୍ୟକତା ଅନୁଯାୟୀ ୩ ୟୁନିଟ୍ ବି-ନେଗେଟିଭ୍ ରକ୍ତ ଯୋଗାଇ ଦିଆଯାଇଥିଲା।ଏଥିସହ ନବରଙ୍ଗପୁର ଉପଜିଲ୍ଲାପାଳ ନବରଙ୍ଗପୁର ପ୍ରକାଶ କୁମାର ମିଶ୍ର ରେଡକ୍ରସ୍ ପାଣ୍ଠିରୁ ଚିକିତ୍ସା ଖର୍ଚ୍ଚ ବାବଦରେ ୨୦,୦୦୦ ଟଙ୍କା ତାଙ୍କ ପୁଅଙ୍କୁ ପ୍ରଦାନ କରିଥିଲେ l.ଜିଲ୍ଲା ପ୍ରଶାସନ ପକ୍ଷରୁ ଆହତ ଅଙ୍ଗନବାଡ଼ି କର୍ମୀଙ୍କ ଉତ୍ତମ ଚିକିତ୍ସା ଓ ଶୀଘ୍ର ଆରୋଗ୍ୟ କାମନା କରିବା ସହ ତାଙ୍କୁ ଆବଶ୍ୟକ ସମସ୍ତ ସହଯୋଗ ଯୋଗାଇ ଦେବା ନିମନ୍ତେ ପଦକ୍ଷେପ ଜାରି ରହିଛି।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ଭୁବନେଶ୍ଵର ରେ ଆୟୋଜିତ ହେବ ୧୭ତମ ଆନନ୍ଦ ଉତ୍ସବ ଓ ଆନନ୍ଦ ଶ୍ରୀ ସମ୍ମାନ ସମାରୋହ

masiha

କେସିଙ୍ଗା ବ୍ଲକ ସ୍ତରିୟ ଯାଦବ ସାଙ୍ଗଠନିକ ବୈଠକ ଅନୁଷ୍ଠିତ

Sunil Chandra Nayak

ଡକ୍ଟର ପବନ କୁମାର ଅଗ୍ରୱାଲ ମାଆ ମାଣିକେଶ୍ବରୀ ବିଶ୍ୱବିଦ୍ୟାଳୟର ନୂଆ କୁଳପତି

Sunil Chandra Nayak

Leave a Comment

error: Content is protected !!