ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଭୁବନେଶ୍ଵର ରେ ଆୟୋଜିତ ହେବ ୧୭ତମ ଆନନ୍ଦ ଉତ୍ସବ ଓ ଆନନ୍ଦ ଶ୍ରୀ ସମ୍ମାନ ସମାରୋହ

ଭୁବନେଶ୍ଵର ରେ ଆୟୋଜିତ ହେବ ୧୭ତମ ଆନନ୍ଦ ଉତ୍ସବ ଓ ଆନନ୍ଦ ଶ୍ରୀ ସମ୍ମାନ ସମାରୋହ

ଭୁବନେଶ୍ଵର:- ଓଡ଼ିଶା ରାଜ୍ୟ ରାଜଧାନୀ ଭୁବନେଶ୍ଵର ରେ ଆସନ୍ତା ୧୩ ତାରିଖ ଦିନ ଆୟୋଜିତ ହେବାକୁ ଯାଉଛି ୧୭ତମ ଆନନ୍ଦ ଉତ୍ସବ ଓ ଆନନ୍ଦ ଶ୍ରୀ ସମ୍ମାନ ସମାରୋହ। ଓଡ଼ିଶା ରାଜଧାନୀ ରେ ଅବସ୍ଥିତ ପୁରାତନ ଓଡ଼ିଶୀ ନୃତ୍ୟ ଅନୁଷ୍ଠାନ “କଳିଙ୍ଗାୟନ ତୌର୍ୟତ୍ରିକମ” ଏହି କାର୍ଯ୍ୟକ୍ରମ କୁ ଭୁବନେଶ୍ଵର ସ୍ଥିତ ରବୀନ୍ଦ୍ର ମଣ୍ଡପ ଠାରେ ଆୟୋଜିତ କରୁ ଅଛି। “କଳିଙ୍ଗାୟନ ତୌର୍ୟତ୍ରିକମ” ର ପ୍ରତିଷ୍ଠାତା ଓ ବରିଷ୍ଠ ଓଡ଼ିଶୀ ନୃତ୍ୟ ଗୁରୁ ଶ୍ରୀମତୀ ପୁଷ୍ପିତା ମିଶ୍ର ଓ ଅନୁଷ୍ଠାନ ର ନିର୍ଦ୍ଦେଶକ ଅଂଶୁମାନ ମିଶ୍ର ଏହି କାର୍ଯ୍ୟକ୍ରମ କୁ ଅନୁଷ୍ଠାନ ର ବାର୍ଷିକ ଉତ୍ସବ ଅବସରରେ ଏହାକୁ ୧୭ ବର୍ଷ ହେବ ଆୟୋଜିତ କରି ଆସୁଛନ୍ତି।

୧୭ତମ ଆନନ୍ଦ ଶ୍ରୀ ସମ୍ମାନ ରେ ସମ୍ମାନୀତ ହେବେ ପ୍ରତିଷ୍ଠିତ ଓଡ଼ିଶୀ ନୃତ୍ୟ ଶିଳ୍ପୀ ସୁଶ୍ରୀ ମୀନାକ୍ଷୀ ବେହେରା ଓ ପ୍ରତିଷ୍ଠିତ ଓଡ଼ିଶୀ ନୃତ୍ୟ ଶିଳ୍ପୀ ଆଦି ଗୁରୁ ପଙ୍କଜ ଚରଣ ଦାସଙ୍କ ସୁପୁତ୍ର ଗୁରୁ ଶ୍ରୀ ଶରତ କୁମାର ଦାସ। ଏହି ଆୟୋଜିତ ସନ୍ଧ୍ୟା ରେ ଅତିଥି କଳାକାର ରୂପରେ ନୃତ୍ୟ ପରିବେଷଣ କରିବେ ଓଡିଶୀ ନୃତ୍ୟ ଶିଳ୍ପୀ ଆରୀୟା ନନ୍ଦୀ। 

ଏହି ବର୍ଷ ନୂତନ ଭାବେ “କଳିଙ୍ଗାୟନ ତୌର୍ୟତ୍ରିକମ” ଅନୁଷ୍ଠାନ ତରଫରୁ ପ୍ରଫେସର ରାଜ କିଶୋର ମିଶ୍ର ଙ୍କ ସ୍ମୃତି କୁ ମାନେ ରଖିବା ପାଇଁ ଅଧ୍ୟୟନ କ୍ଷେତ୍ର ରେ “ପ୍ରଫେସର ରାଜ କିଶୋର ମିଶ୍ର ମେମୋରିଆଲ ପୁରସ୍କାର” ପ୍ରଦାନ କରିବ। ଏହି ପୁରସ୍କାର ପାଇଁ ଭୁବନେଶ୍ଵର ସ୍ଥିତ ବିଜୁ ପଟ୍ଟନାୟକ କଲେଜ ର ମେଧାବୀ ଛାତ୍ରୀ ବିଦୁସ୍ମିତା ଓଝା ଙ୍କୁ ମୋନୋନିତ କରାଯାଇଛି। 

ସତୀଶ କୁମାର ଦାସ ଙ୍କ ରିପୋର୍ଟ୍ 

Related posts

ରାଇରଙ୍ଗପୁର ସମନ୍ଵିତ ଆଦିବାସୀ ଉନ୍ନୟନ ପକ୍ଷରୁ ୬୪ ଜଣ ଜନଜାତି ଚାଷୀଙ୍କ ଯଶିପୁର କୃଷି ବିଜ୍ଞାନ କେନ୍ଦ୍ରର କ୍ଷେତ୍ର ପରିଦର୍ଶନ 

masiha

ଗଞ୍ଜାମ ଜିଲ୍ଲା ବରିଷ୍ଠ କଳାକାର ସଂଘ ସୋରଡା ଶାଖା ବୈଠକ

masiha

ନବରଙ୍ଗପୁର ଠାରେ ଜିଲ୍ଲା ସ୍ତରୀୟ ଆନ୍ତର୍ଜାତିକ ଶ୍ରମିକ ଦିବସ ପାଳନ 

masiha

Leave a Comment

error: Content is protected !!