ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଭବାନୀପାଟଣା ଷ୍ଟେସନରୁ ରେଣ୍ଡୋମାଝୀ ମେଡ଼ିକାଲ କଲେଜ ରାସ୍ତା ନିର୍ମାଣ ଆଶା ଉଜ୍ୱଳ

ଭବାନୀପାଟଣା ଷ୍ଟେସନରୁ ରେଣ୍ଡୋମାଝୀ ମେଡ଼ିକାଲ କଲେଜ ରାସ୍ତା ନିର୍ମାଣ ଆଶା ଉଜ୍ୱଳ

ଭବାନୀପାଟଣା, ୮/୫ //  କଳାହାଣ୍ଡି ରେଳଯାତ୍ରୀ ସଂଘର ଲଗାତାର ଉଦ୍ୟମ ଯୋଗୁଁ ଜିଲ୍ଲାରେ ରେଳ ପଥର ବିକାଶ ସମ୍ବନ୍ଧିୟ ବହୁ ଉନ୍ନୟନ କାର୍ଯ୍ୟକୁ ତ୍ୱରାନ୍ୱିତ କରିବାରେ ସଫଳତା ମିଳିଛି। ସେଥିମଧ୍ୟରୁ ଭବାନୀପାଟଣାଠାରୁ ରେଣ୍ଡୋମାଝୀ ମେଡ଼ିକାଲ କଲେଜ ପର୍ଯ୍ୟନ୍ତ ରାସ୍ତା ନିର୍ମାଣ ପ୍ରସଙ୍ଗ ଅନ୍ୟତମ। ସ୍ଥାନୀୟ ଭାଗିରଥି ହୋଟେଲର ସମ୍ମିଳନୀ କକ୍ଷରେ କଳାହାଣ୍ଡି ରେଳ ଯାତ୍ରୀ ସଂଘର ଅଧ୍ୟକ୍ଷ ଡ଼ଃ ଭବାନୀ ଶଙ୍କର ନିଆଲଙ୍କ ଆବାହକତ୍ଵରେ ଏକ ବୈଠକ ଆୟୋଜିତ ହୋଇଥିଲା। ବୈଠକରେ ଅଧ୍ୟକ୍ଷ ଶ୍ରୀ ନିଆଲ ରାସ୍ତା ନିର୍ମାଣ ପ୍ରସ୍ଥାବର ଅଗ୍ରଗତି ସମ୍ପର୍କରେ ସୂଚନା ଦେଇଥିଲେ। ମାତ୍ର ୧କିମି ରାସ୍ତା ନିର୍ମାଣ ହେଲେ ଦୈନିକ ହଜାର ହଜାର ଲୋକ ଉପକୃତ ହେବେ ବୋଲି ମତ ପ୍ରକାଶ ପାଇଥିଲା। ସୂଚାନ ଯୋଗ୍ୟ ଯେ, ରେଲ ଯାତ୍ରୀ ସଂଘ କଳାହାଣ୍ଡି ଜିଲ୍ଲାପାଳଙ୍କୁ ସ୍ମାରକ ପତ୍ର ଦେବାପରେ ଜିଲ୍ଲାପଳ ଡିଆର୍‌ଏମ୍‌କୁ ରାସ୍ତା ପାଇଁ ଜରୁରି ଅନୁମୋଦନ ପାଇଁ ପତ୍ର ଲେଖିଥିଲେ। ଡ଼ଃ ନିଆଲଙ୍କ ନେତୃତ୍ୱରେ ରେଳ ଯାତ୍ରୀ ସଂଘ ବିଭାଗୀୟ ଜି.ଏମ. ଏବଂ ଡ଼ିଆରଏମଙ୍କ ସହ ସାକ୍ଷାତ କରି ଯେପରି ଯଥାଶୀଘ୍ର ରାସ୍ତା ହୋଇପାରିବ ସେ ନେଇ ଚେଷ୍ଟା କରାଯାଇଛି। ଅନ୍ୟପକ୍ଷରେ ଏହି ରାସ୍ତା ପାଇଁ ଏକ ପ୍ରକାର ଗ୍ରୀନ ସିଗିନାଲ ମିଳିବା ସହିତ ଚୂଡାନ୍ତ ସ୍ଥିତିରେ ପହଞ୍ଚିଥିବା ଜଣାପଡିଛି। ଏହି ବୈଠକ ପୂର୍ଵରୁ କଳାହାଣ୍ଡିର ବରିଷ୍ଠ ତଥା ପ୍ରବୀଣ ଆଇନଜୀବୀ ଯାହାଙ୍କୁ କଳାହାଣ୍ଡିର ସ୍ୱର ବୋଲି ଅନେକ ସ୍ଵୀକାର କରିଥାନ୍ତି ସ୍ବର୍ଗତ ଜଗନ୍ନାଥ ମୁଣ୍ଡ ଏବଂ ଦକ୍ଷ ସଂଗଠକ ଭାଗିରଥି ପାଟ୍ଟଯୋଶୀଙ୍କ ବିୟୋଗରେ ଶୋକ ପ୍ରକାଶ କରାଯାଇ ଅମର ଆତ୍ମାର ସଦଗତି କାମନା କରାଯାଇଥିଲା। ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ସାଧାରଣ ସମ୍ପାଦକ ପ୍ରଦୀପ୍ତ ଦାସ, ମହା ସଚିବ ନିରୋଜ ପଟ୍ଟନାୟକ ଏବଂ ଦେବୀ ପ୍ରସାଦ ସିନ୍ଦୁର, ଉପ ସଭାପତି ପରମାନନ୍ଦ ମାଝୀ, ରାକେଶ ସାହୁ, ଧ୍ୟାନନନ୍ଦ ପଣ୍ଡା, ଉପଦେଷ୍ଟା ସ୍ୱାଧୀନ ପାତ୍ର, ସଚିନ ଜୈନ, ପ୍ରମୋଦ ଜୈନ, ଧବଳେଶ୍ୱର ମାଝୀ, ସୁମିତ ଅଗ୍ରୱାଲ, ସତ୍ୟନାରାୟଣ ପଣ୍ଡା, ସିତାରାମ ନାୟକ, ଶ୍ରୀପତି ଯୋଶୀ, ଶାନ୍ତି ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।

( ମ ନି ସ ) 

Related posts

ଗ୍ରାମ୍ୟ ଉନ୍ନୟନ ବିଭାଗ ର ରାସ୍ତା କାର୍ଯ୍ୟ ନିମ୍ନମାନ ର ହେଉଥିବା ସାଧାରଣରେ ଅଭିଯୋଗ 

ଜିଲ୍ଲା ପ୍ରଶାସନଙ୍କ ଅଧ୍ୟକ୍ଷତାରେ ଶିଶୁ ସୁରକ୍ଷା ଆଇନ ସମ୍ପର୍କିତ ସମନ୍ୱୟ ସଭା

Sunil Chandra Nayak

ଆୟାପ୍ପା ଭକ୍ତଙ୍କ ଇରୁମୁଡ଼ି ପୂଜା 

masiha

Leave a Comment

error: Content is protected !!