ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଭାରତୀୟ ମଜଦୁର ସଂଘ କଳାହାଣ୍ଡି ଶାଖାର ଏକ ବୈଠକ ଅନୁଷ୍ଠିତ 

ଭାରତୀୟ ମଜଦୁର ସଂଘ କଳାହାଣ୍ଡି ଶାଖାର ଏକ ବୈଠକ ଅନୁଷ୍ଠିତ 

   ଭବାନୀପାଟଣା: ତା ୦୭/୦୫/୨୦୨୫ ରିଖ ବୁଧବାର ଦିନ ଭାରତୀୟ ମଜଦୁର ସଂଘ କଳାହାଣ୍ଡି ଶାଖର ଏକ ବୈଠକ ସଭାନେତ୍ରୀ ଶ୍ରୀମତୀ ମଞ୍ଜୁଳା ନାଏକଙ୍କ ସଭାପତିତ୍ବରେ ବୈଠକ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ଭାରତୀୟ ମଜଦୁର ସଂଘର ରାଜ୍ଯ ସମ୍ପାଦକ ଶ୍ରୀ ବିଶ୍ବରଞ୍ଜନ ସା ଓ ଭାରତୀୟ ମଜଦୁର ସଂଘର ରାଜ୍ୟ ପ୍ରଭାରୀ ବିରଞ୍ଚି ନାରାୟଣ ପଣ୍ତା ଭାରତୀୟ ମଜଦୁର ସଂଘ ରାଜ୍ୟ ମହିଳା ବିଭାଗ ଝୁନୁପମା ସତପଥି ଏବଂ ଅଖିଳ ଭାରତୀୟ ମଧ୍ଯାହ୍ନ ଭୋଜନ ସହାୟିକା ମଜଦୁର ସଂଘର ରାଷ୍ଟ୍ରୀୟ ସମ୍ପାଦିକା ତପସ୍ବୀନୀ ମହାରଣା ପ୍ରମୁଖ ଉପସ୍ଥିତ ରହି ମାର୍ଗଦର୍ଶନ କରିଥିଲେ। ଉକ୍ତ ବୈଠକରେ ଭାରତୀୟ ମଜଦୁର ସଂଘର ଆଗାମୀ କାର୍ଯ୍ଯକ୍ରମ ବିଷୟରେ ଆଲୋଚନା କରିଥିଲେ। ଭାରତୀୟ ମଜଦୁର ସଂଘକୁ କିପରି ସୁଦ୍ରୃଢ କରାଯିବ ଏବଂ ସଂଗଠିତ କରାଯିବ ସେ ବିଷୟ ନେଇ ଆଲୋଚନା କରିଥିଲେ। ଉକ୍ତ ବୈଠକର ଗୁଜୁରାଟ ସ୍ଥିତ ପ୍ରେରଣା ତର୍କ ଠାରେ ପୀଠରେ ହୋଇଥିବା ଅଖିଳ ଭାରତୀୟ ମଧ୍ଯାହ୍ନ ଭୋଜନ କର୍ମଚାରୀ ସଂଘର ଅଧିବେଶନରେ କଳାହାଣ୍ଡି ଜିଲ୍ଲାର ତପସ୍ବୀନୀ ମହାରଣାଙ୍କୁ ରାଷ୍ଟ୍ରୀୟ ସମ୍ପାଦିକା ଭାବରେ ଚୟନ କରିଥିବାରୁ ତାଙ୍କୁ ଉତ୍ତରୀୟ ଦେଇ ସମ୍ମାନିତ କରାଯାଇଥିଲା। ଏବଂ ରାଷ୍ଟ୍ରୀୟ ନିଷ୍ପତ୍ତି କ୍ରମେ ଆସନ୍ତା ତା ୧୩/୦୫/୨୦୨୫ ରିଖରେ ପାଚୀକା ସହାୟିକା ମଜଦୁର ସଂଘ ତରଫରୁ ଜିଲ୍ଲାପାଳଙ୍କ ଜରିଆରେ ମାନ୍ଯବର ପ୍ରଧାନମନ୍ତ୍ରୀ ଙ୍କୁ ଦାବିପତ୍ର ଦେବା କାର୍ଯ୍ୟକ୍ରମ ବିଷୟରେ ଆଲୋଚନା କରାଗଲା। ଅନ୍ୟ ମାନଙ୍କ ମଧ୍ୟରେ ସିଆରପି ଇସି ସଂଘ, ହେମାଳ ସଂଘ, ଆଶା ସଂଘ, ଅଙ୍ଗନବାଡି ସଂଘ, ଏବଂ ଗ୍ରାମୀଣ ମଜଦୁର ସଂଘ, ଓଡିଶା କୋଠାବାଡି ଏବଂ ଅନ୍ଯାନ୍ଯ ନିର୍ମାଣ ମଜଦୁର ସଂଘ, ବିଶ୍ବକର୍ମା ଶ୍ରମିକ ସଂଘ, ଜିଲ୍ଲା ଏବଂ ବ୍ଳକର ପ୍ରତିନିଧି ସମସ୍ତ ଉପସ୍ଥିତ ହୋଇଥିଲେ। ତେବେ ଉକ୍ତ କାର୍ଯ୍ୟକ୍ରମକୁ ରାଧାକାନ୍ତ ବେହେରା ପରିଚାଳନା କରିଥିଲେ। 

( ମ ନି ସ ) 

Related posts

ସ୍ଵେଚ୍ଛାକୃତ ରକ୍ତ ଦାନ ଶିବିର ଅନୁଷ୍ଠିତ

masiha

ଖଇରା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ସଭାଗୃହରେ ଜାତୀୟ ଡାକ୍ତର ଦିବସ ପାଳିତ

masiha

୪୨ ମୌଜାରେ ପ୍ରସ୍ତାବିତ ଦମକଳ କେନ୍ଦ୍ର ଖୋଲାଯିବା ନେଇ ବିଳମ୍ବ 

masiha

Leave a Comment

error: Content is protected !!