ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସାହିତ୍ୟ ଅଗଣା

ଲତା ବେହେରା ଙ୍କ କବିତା – ଆଜିକାଲି ବସନ୍ତ ବସନ୍ତ ବାସୁଛି 

  ଆଜିକାଲି ବସନ୍ତ

           ବସନ୍ତ ବାସୁଛି 

             ଲତା ବେହେରା 

              ^^^^^^^^^^^^^^^^^
ବସନ୍ତ ଆସିଛି ଫଗୁଣ ହସୁଛି
       ଧରାଟି ସୁନ୍ଦର ଦିଶୁଛି
ପ୍ରକୃତି ସୌନ୍ଦର୍ଯ୍ଯ କରୁଛି ଆକୃଷ୍ଟ 
        ଶୀତଳ ସମୀର ବହୁଛି ।
ପଳାଶ ଫୁଟିଛି ଶିମିଳି ଚାହିଁଛି
     କୃଷ୍ଣଚୂଡା ଠାର ମାରୁଛି
ଗଭାରେ ସଜେଇ ହେଉଛି ଫୁଲେଇ
     ବସନ୍ତଟି ଚାହିଁ ହସୁଛି ।
ରଙ୍ଗ ରୋଶଣୀରେ ବସନ୍ତ ଆସିଛି
      ମହ ମହ ବାସି ଯାଉଛି 
ନବ ପଲ୍ଲବିତ ଲାଗୁଛି ଅଦ୍ଭୁତ 
     ଫଗୁଣ ଫୁଲେଇ ହେଉଛି ।
ଆଣିଛି ବସନ୍ତ ରଙ୍ଗର ଅବିର
      ଫଗୁଣ ଖେଳିବ କହୁଛି
ଆମ୍ବ ବଉଳର ବାସ ତା ଛୁଟୁଛି
    ବସନ୍ତଟି ବାସି ଯାଉଛି ।
ଯୁଇ ଜାଇ ହେନା ମଲ୍ଲୀ ଚମ୍ପା ବାସ୍ନା 
      ବସନ୍ତର ଦେହେ ଭରିଛି
ଆଜିକାଲି କାହିଁ କହରେ ବସନ୍ତ 
      ତୋ ବାସ୍ନା ଏମିତି ହେଉଛି ?
ନିର୍ମଳ ଆକାଶ କଅଁଳ ବୟସ
     ଧରିତ୍ରୀକୁ ଚାହିଁ ରହିଛି
ରଙ୍ଗ ଛିଟା ଶାଢୀ ପିନ୍ଧିଛି ପ୍ରକୃତି
   ମନକୁ ସେ ମୋହି ନେଉଛି ।
ବସନ୍ତ ଆସିଛି କୋଇଲି ଗାଉଛି
         ଫଗୁଣଟି ଆଖି ମାରୁଛି
ମୃଦ୍ୟୁ ମଳୟଟି ବାସ ଚହଟାଇ
      ମନକୁ ତା ଆଡେ ଟାଣୁଛି ।
ଋତୁରାଜ ଏଇ ବସନ୍ତଟି ଆଜି
       ଧରିତ୍ରୀକୁ ଛୁଇଁ ହସୁଛି
ରଙ୍ଗ ଅବିରରେ ଖେଳିବ ଫଗୁଣ
      ସାଥେ ଯୋଡି ତାର ଜମିଛି ।
କୋଇଲି ମୂର୍ଚ୍ଛନା କରେ ଆନମନା
        ମନଟି ବିଭୋର କରୁଛି
ଆଜିକାଲି କାହିଁ ରଙ୍ଗର ଫଗୁଣେ
      ବସନ୍ତଟି ଏତେ ବାସୁଛି ?
“””””””””””””””””””””””””””””””””””””””

            ଲତା ବେହେରା 

                ଜକା, ଢେଙ୍କାନାଳ 

Related posts

ପ୍ରଫୁଲ୍ଲ ଚନ୍ଦ୍ର ପାଢ଼ୀ ଙ୍କ ହିନ୍ଦୀ କବିତା

ସ୍ୱାଗତିକା ସାହୁ ଙ୍କ କବିତା l l ନୂଆ ବରଷ l l

Sunil Chandra Nayak

ଜଗଜ୍ୱିବନ ସା ଙ୍କ କବିତା = ଧ୍ବଂସ ମୁଖୀ ମାନବ

Sunil Chandra Nayak

Leave a Comment

error: Content is protected !!