ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସାହିତ୍ୟ ଅଗଣା

ଯୁବ କବି ସମୀର କୁମାର ପ୍ରଧାନ ଙ୍କ କବିତା = ମହୁ ମାଛି ପ୍ରକୁତିର ଅମୁଲ୍ୟ ବରଦାନ 

ମହୁ ମାଛି ପ୍ରକୁତିର

            ଅମୁଲ୍ୟ ବରଦାନ 

ବିଶ୍ବ ମହୁମାଛି ଦିବସକୁ ଆଖି ଆଗରେ ରଖି 
ଲେଖେ କେଇ ପଦ ଭାଳି 
ଛୋଟ କୀଟ ଟିଏ ସେ ପୃଥିବୀ ରେ ଗୁଣ ବୁଝେ ଯିଏ
ଅସଲ ପ୍ରକୃତି ମାଳି।।
ଫୁଲ ରୁ ଫୁଲକୁ ଡେଇଁ ଡେଇଁ ଖେଳେ 
ପରାଗ ସଙ୍ଗମ କରେ 
ଫୁଲ ଗର୍ଭ ଧରେ ଆସି ସଂସ୍ପର୍ଶରେ 
ବୃକ୍ଷ ରାଜି ଫଳ ଭରେ।।
ପୁଷ୍ପାମୃତ ଭିଡ଼ି ଆଣେ ସେ ଶୋଷାଡ଼ି
ମଧୁ ପାକସ୍ଥଳୀ ଭରି 
ନଥାଇ ଆସକ୍ତି ଧାଏଁ ସେ ବସତି 
ଭବିଷ୍ୟ ସଞ୍ଚୟ ସ୍ମରି।।
ମାଛି ରୁ ମାଛିକୁ ସ୍ଥାନାନ୍ତର କରି 
ବାଣ୍ଟି ଦ୍ୟନ୍ତି ପୁଷ୍ପାମୃତ
ମଧୁମକ୍ଷି ଗଣ କରନ୍ତି ଚର୍ବଣ 
ମଧୁ ରେ ରୂପାନ୍ତରିତ ।।
ରସ ହେଲେ ଘନ କରନ୍ତି ବମନ 
ଫେଣା କୋଠରୀରେ ସଞ୍ଚେ 
ଡେଣାକୁ ଘୁରାଇ ରଖନ୍ତି ଶୁଖାଇ 
ଅଭାବେ ଖାଇକି ବଞ୍ଚେ।।
ଏଡି କି ଟିକେ ଜୀବ ସେ ବୁଝ ତାର ଭାବ 
ମଧୁର ପରସି ଥାଏ 
ସ୍ୱାର୍ଥେ ହୋଇ ବଶ ନିଷ୍ଠୁର ମଣିଷ 
ବଂଶକୁ ବୁଡାଇ ଦିଏ।।
ନାନା ପ୍ରଜାତିର ମଧୁ ମକ୍ଷି ଙ୍କର 
ଅନେକ ହେଲେଣି ଲୋପ
ବିକାଶ ସ୍ରୋତର ପ୍ରତିକୂଳ ଧାର
ଗିଲୁଛି ବିନାଶ ଥୋପ।।
ପ୍ରକୃତି ର କୋଳୁ ଏ ମହୀ ମଣ୍ଡଳୁ 
ଯେଉଁ ଦିନ ଯିବେ ସରି 
ଖାଦ୍ୟର ଅଭାବ ସଂକଟ ଗ୍ରାସିବ 
ଦୁର୍ଦ୍ଦିନରେ ଯିବା ମରି।।
ମହୁ ଯେ ଅମୁଲ୍ୟ ସମ୍ପଦ, ପଞ୍ଚାମୃତ ରେ ସେ ଗଣା!
ପୁଷ୍ପାମୃତ ରସ ପ୍ରକୃତି ଆଶିଷ 
ମଧୁ ମକ୍ଷି ଆମ ମିତ 
ଦିବସ ର ପଣ ଜଗତ କଲ୍ୟାଣ 
ମନାସେ ପ୍ରକୃତି ହିତ।।

ସମୀର କୁମାର ପ୍ରଧାନ

ଯୁବ କବି ଓ ସାମ୍ବାଦିକ,

ଜଗନ୍ନାଥ ପୁର, ରାଜନଗର, କେନ୍ଦ୍ରାପଡ଼ା,

ମୋବଇଲ ନମ୍ବର -8658253831

Related posts

ପୁରୁଷୋତ୍ତମ ପରିଡ଼ା ଙ୍କ କବିତା ନବ ଯୌବନ 

Sunil Chandra Nayak

ଆଦରମଣି ପ୍ରଧାନ ଙ୍କ କବିତା // ତୁମେ ଆସୁଛ

Sunil Chandra Nayak

ନର୍ମଦା ନାୟକ ଙ୍କ କବିତା // ଭୋଳେଶ୍ଵର

Sunil Chandra Nayak

Leave a Comment

error: Content is protected !!