ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବସ୍ତା ଅଞ୍ଚଳ ର ସମାଚାର

ଘରୁ ୫ ଫୁଟ ଲମ୍ବର ନାଗ ସାପ ଉଦ୍ଧାର

ବସ୍ତା,୨୦/୦୫ :ରୂପସା ଥାନା ଅଧୀନସ୍ଥ ଗଡ଼ପଦା ପଞ୍ଚାୟତ ଅନ୍ତର୍ଗତ ବାଖରାବାଦ ନିମାଇଁ ମିର୍ଧାଙ୍କ ଘରୁ ଏକ ୫ଫୁଟ ଲମ୍ବର ନାଗ ସାପ ଉଦ୍ଧାର ହୋଇଛି।ସୂଚନାରୁ ପ୍ରକାଶ ସୋମବାର ଅପରାହ୍ଣରେ ଉକ୍ତ ସାପଟି ପ୍ରଥମେ ନିମାଇଁଙ୍କ ଘରେ ଥିବା ଦେଖି ପରିବାର ଲୋକେ ଭୟବିତ୍ତ ହୋଇଯାଇଥିଲେ l ପରେ କୁକୁଡ଼ା ଭାଡ଼ିରେ ପଶି ୨ଟି କୁକୁଡ଼ା ଓ ଅଣ୍ଡା ଖାଇବା ପରେ ବାଡ଼ି ପଛ ପଟେ ଥିବା ଏକ ଗାତ ଭିତରକୁ ପଶିଯାଇଥିଲା।ଏହା ଦେଖି ଗ୍ରାମବାସୀ ସ୍ନେକ ହେଲ୍ପ ଲାଇନକୁ ଖବର ଦେଇଥିଲେ। ଖବର ପାଇ ସ୍ନେକ ହେଲ୍ପ ଲାଇନର ସଦସ୍ୟ ସୁବ୍ରତ କୁମାର ପ୍ରଧାନ ପହଞ୍ଚି ଗାତ ଭିତରୁ ନାଗଟିକୁ ଉଦ୍ଧାର କରି ସ୍ଥାନୀୟ କେଶୁରା ପ୍ରାକୃତିକ ଆବାସସ୍ଥଳୀରେ ନେଇ ଛାଡ଼ି ଦେଇଥିବାର ଜଣାଯାଇଛି।ଏହି ନାଗ ସାପଟି ୫ଫୁଟ୍ ଲମ୍ବ ବିଶିଷ୍ଟ ବୋଲି ଶ୍ରୀ ପ୍ରଧାନ ସୂଚନା ଦେଇଛନ୍ତି।

====================.=====.===

ଜବତ ୧୨୦୦ ଲିଟର କିରୋସିନି କୁ ବସ୍ତା ଖାଦ୍ୟ ଯୋଗାଣ ଅଧିକାରୀ ଙ୍କୁ ହସ୍ତାନ୍ତର କଲେ ପୋଲିସ

ବସ୍ତା,୨୦/୦୫ : ବାଲେଶ୍ଵର ଜିଲ୍ଲା ବସ୍ତା ଥାନା ଦ୍ବାରା ୬୦ ନମ୍ବର ଜାତୀୟ ରାଜପଥ ର ଦଣ୍ଡିକା ନିକଟରୁ ଜବତ ୧୨୦୦ ଲିଟର କିରୋସିନି କୁ ସୋମବାର ଅପରାହ୍ନ ସମୟରେ ବସ୍ତା ଖାଦ୍ୟ ଯୋଗାଣ ଅଧିକାରୀ ଙ୍କୁ ହସ୍ତାନ୍ତର କଲେ ପୋଲିସ । ସୂଚନା ଅନୁସାରେ ଗତ ୬ ତାରିଖ ଦିନ ରେ ବସ୍ତା ପୋଲିସ ପେଟ୍ରୋଲିଙ୍ଗ କରୁଥିବା ବେଳେ,ଦଣ୍ଡିକା ନିକଟରୁ ଏକ ପିକ ଅପ ଭେନ ସହ ୧୨୦୦ ଲିଟର କିରୋସିନି ଜବତ କରିବା ସହିତ ଦୁଇ ଜଣଙ୍କୁ ଗିରଫ କରି କୋର୍ଟ ପଠାଇଥିଲା ପୋଲିସ । ତେବେ ପ୍ରାଥମିକ ତଦନ୍ତରୁ ପୋଲିସ ଏହା ପିଡିଏସ କିରୋସିନି ଜାଣିପାରି, ଏତେଗୁଡିଏ କିରୋସିନି ଜଳେଶ୍ଵର କିମ୍ବା ପଶ୍ଚିମବଙ୍ଗ ରୁ ଆସିଥାଇପାରେ ବୋଲି ଅନୁମାନ କରି ତଦନ୍ତ ଜାରି ରଖିଥିବା ବେଳେ,ଗିରଫ ଡ୍ରାଇଭର କିମ୍ବା ହେଲ୍ପର ଠାରୁ ମିଳିଥିବା ସୂଚନା କୁ ଗୋପନ ରଖିଛି ପୋଲିସ ।ଜବତ କିରୋସିନି ଆନୁମାନିକ ମୂଲ୍ୟ ୭୨୦୦୦ ଟଙ୍କା ହେବ। ତେବେ ନିର୍ବାଚନୀୟ ବ୍ୟସ୍ତତା ଯୋଗୁଁ ଜବତ କିରୋସିନି କୁ ୧୪ ଦିନ ର ବ୍ୟବଧାନ ପରେ ଯୋଗାଣ ଅଧିକାରୀ ଙ୍କୁ ସମସ୍ତ କିରୋସିନି ଆଜି ହସ୍ତାନ୍ତର କରିଛି ପୋଲିସ। ହେଲେ ଘଟଣା କୁ ନେଇ ପ୍ରକୃତ ଅପରାଧୀ ଙ୍କୁ ଧରିବା ପର୍ଯ୍ୟନ୍ତ ଯୋଗାଣ ଅଧିକାରୀ ପୋଲିସ କୁ ସମସ୍ତ ପ୍ରକାର ସହଯୋଗ କରିବେ ବୋଲି ପ୍ରକାଶ କରିଛନ୍ତି।

ବସ୍ତା ରୁ ଜଗତ କୁମାର ଗିରି ଙ୍କ ରିପୋର୍ଟ୍ 

Related posts

ରାଜକୋଟ୍ ର ଅହମଦାବାଦ ଠାରେ ଓଡ଼ିଆ ଦାଦନ ଶ୍ରମିକଙ୍କ ମୃତ୍ୟୁ

Sunil Chandra Nayak

କଳାରୁଦ୍ର ଯୁବକ ସଂଘ ପକ୍ଷରୁ ଜଳଛତ୍ର ର ଶୁଭାରମ୍ଭ

masiha

୬୮ ତମ ବ୍ୟାଙ୍କ ପ୍ରତିଷ୍ଠା ଦିବସ ଅବସରରେ ଆର୍ଥୀକ ସଚେତନତା ଶିବିର ଅନୁଷ୍ଠିତ

Leave a Comment

error: Content is protected !!