ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀର ସର୍ବାଙ୍ଗୀନ ବିକାଶ ପାଇଁ ସ୍ୱାଧୀନ ପ୍ରାର୍ଥୀ ନାରାୟଣ ମୁର୍ମୁଙ୍କ ସାମ୍ବାଦିକ ସମ୍ମିଳନୀ

ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀର ସର୍ବାଙ୍ଗୀନ ବିକାଶ ପାଇଁ ସ୍ୱାଧୀନ ପ୍ରାର୍ଥୀ ନାରାୟଣ ମୁର୍ମୁଙ୍କ ସାମ୍ବାଦିକ ସମ୍ମିଳନୀ

ରାଜ୍ୟ ଓ କେନ୍ଦ୍ର ସରକାର ଆଦିବାସି ବହୁଳ ବିଶିଷ୍ଟ ଅଂଚକୁ ଅଣଦେଖା କରୁଛନ୍ତି

 ମୟୂରଭଞ୍ଜ,-୨୧/୦୫ ( ମସିହା)ରାଇରଙ୍ଗପୁର ବିଧାନସଭା ନିର୍ବାଚନ ମଣ୍ଡଳୀର ସ୍ୱାଧୀନ ବିଧାୟକ ପ୍ରାର୍ଥୀ ନାରାୟଣ ମୁର୍ମୁଙ୍କ ରାଇରଙ୍ଗପୁରର ନିକଟସ୍ଥ ଦବୁଲାବେଡାଠାରେ ଥିବା ନିଜ ବାସଭବନ ପରିସରରେ ସୋମବାର ଦିନ ଅପରାହ୍ନରେ ଏକ ସାମ୍ବାଦିକ ସମ୍ମୀଳନୀ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସାମ୍ବାଦିକ ସମ୍ମିଳନୀରେ ସେ ସମସ୍ତ ସାମ୍ବାଦିକ ଏବଂ ନିଜର କର୍ମୀ ମାନଙ୍କୁ ସ୍ୱାଗତ ଜଣାଇବା ପରେ ସେ କାହିିଁକି ବିଧାୟକ ପ୍ରାର୍ଥୀ ହୋଇଛନ୍ତି ସେ ସମ୍ବନ୍ଧରେ ଅବଗତ କରିଥିଲେ ।ସେ ନିଜର ପରିଚୟ ଦେଇ କହିଥିଲେ ସେ ଜଣେ ଉଚ୍ଚ ଶିକ୍ଷିତ ଆଦିବାସୀ ବର୍ଗର ଲୋକ । ସରକାରଙ୍କ ପ୍ରଶାସନିକ କ୍ଷେତ୍ରରେ ଭିଡିଓ, ତହସିଲଦାର,ପରିବହନ ବିଭାଗ ଅଧିକାରୀ, ଏଡିଏମ୍,ପିଡି ଡିଆରଡିଏ ରେ କାର୍ଯ୍ୟ କରିଛନ୍ତି ।ବହୁ ଅଭିଜ୍ଞତା ରହିଛି । ରାଇରଙ୍ଗପୁର ବିଧାନସଭା ନିର୍ବାଚନ ମଣ୍ଡଳୀର ବିଭିନ୍ନ ସମସ୍ୟା ସମ୍ବନ୍ଧରେ ଆଲୋକପାତ କରିଥିଲେ । ସମସ୍ୟା ଗୁଡିକ ହେଲା ;- ଗୋରୁମହିଷାଣୀ ଲୌହଖଣିରେ ମଣିଷ ବଦଳରେ ମେସିନ କାମ କରୁଛି ।ଖଣି ଶ୍ରମିକ ପରିବାର ହାତରେ କାମ ନାଁହିଁ । ଯୁବଗୋଷ୍ଠୀଙ୍କ ହାତରେ କାମ ନାହିଁ କି ନିଯୁକ୍ତି ନାହିଁ ଦାଦନ ମୁହାଁ ।ରାଇରଙ୍ଗପୁର ଉପଖଣ୍ଡ ହସ୍ପିଟାଲରେ ଅଭିଜ୍ଞ ଡାକ୍ତର,ଆବଶ୍ୟକୀୟ କର୍ମଚାରୀ ଓ ନର୍ସ ଅଭାବ ଯୋଗୁଁ ଅଂଚଳବାସୀ ଉତ୍ତମ ହେବାରୁ ବଂଚିତ ହୋଇଛନ୍ତି । ରାଇରଙ୍ଗପୁର ହସ୍ପିଟାଲ ହୋଇଛି ରେଫର ହସ୍ପିଟାଲ୍ ।ବାମନଘାଟୀ ଉପଖଣ୍ଡରେ ଦୁର୍ଗମ ଅଂଚଳକୁ ଗମନାଗମନ,ପିଇବା ପାଣି, ସ୍ଵାସ୍ଥ୍ୟ ସେବା ଅପହଞ୍ଚ । ଗୋରୁମହିଷାଣୀ-ବାଙ୍ଗିରୀପୋଷି ଓ ବାଦାମପାହାଡ-କେନ୍ଦୁଝର କୁ ରେଳ ସଂଯୋଗୀକରଣ କରାଯାଉ ନାହିଁ ଯାହାଫଳରେ ଲୋକେ ରେଳସେଵାରୁ ବଂଚିତ ହେଉଛନ୍ତି । ଆଦିବାସୀଙ୍କ ଦଖଲରେ ଥିବା ଜଙ୍ଗଲର ଚାଷ ଜମିକୁ ସେମାନଙ୍କୁ ଦିଆ ଯାଉନାହିଁ । ରାଇରଙ୍ଗପୁର କଲେଜକୁ ଅଟୋନୋମସ କରା ଯାଉନାହିଁ ,କଲେଜରେ ପିଜି ଖୋଲାଯାଉନାହିଁ, ଯାହାଫଳରେ ବାମନଘାଟୀ ଉପଖଣ୍ଡର ବହୁ ଆଦିବାସୀ ମେଧାବୀ ଛାତ୍ରଛାତ୍ରୀ ଉଚ୍ଚ ଶିକ୍ଷାରୁ ବଂଚିତ ହେଉଛନ୍ତି । ଏଠାରେ ଡିପ୍ଲୋମା, ନର୍ସିଂ କଲେଜ, ସରକାରୀ ଆଇଟିଆଇ ଖୋଲାଯାଇ ନାହିଁ ।ଯାହାଫଳରେ ଆଦିବାସୀ ଯୁବ ବର୍ଗ ବୈଷୟିକ ଓ ଦକ୍ଷତା ବିକାଶରୁ ବଂଚିତ ହେଉଛନ୍ତି । ଏହାବ୍ୟତିତ ଦିଶମ ଗୁରୁ ଶିବ ସୋରେନଙ୍କ ଦଳ ଜେଏମଏମ୍ ଦଳ ଓଡ଼ିଶାରେ ଅପାରଗ ଓ ଅଣ ଓଡ଼ିଶା ଲୋକଙ୍କ କବଜାରେ । ସେମାନଙ୍କ ଅପାରଗ ନେତୃତ୍ୱ,ତୋଷାମଦିଆର ଗୁଣ ଯୋଗୁଁ ଝାଡ଼ଖଣ୍ଡ ମୁକ୍ତି ମୋର୍ଚା ଦଳ ଆଡ଼କୁ ମୁହଁ ମୋଡ଼ି ଦେଉଛନ୍ତି । ଝାଡ଼ଖଣ୍ଡ ମୁକ୍ତି ମୋର୍ଚା ଦଳରେ ଉଚ୍ଚ ଶିକ୍ଷିତ,ସୁସଂସଗଠକ ଙ୍କ ସ୍ଥାନ ନାହିଁ ଝାଡ଼ଖଣ୍ଡ ମୁକ୍ତି ମୋର୍ଚା ତାଙ୍କୁ ପାର୍ଥି କଲା ନାହିଁ । କିନ୍ତୁ ସେ ସ୍ବାଧୀନ ଭାବେ ପ୍ରାର୍ଥୀ ହୋଇଛନ୍ତି । ରାଇରଙ୍ଗପୁର ମାଟିର ବିକାଶ, ଆଦିବାସୀଙ୍କ ସ୍ବାର୍ଥ,ଜନତାଙ୍କ ସ୍ବାର୍ଥ, ସଂସ୍କୃତି , ଗମନାଗମନ, ଶିକ୍ଷା, ସ୍ବାସ୍ଥ୍ୟ ପାଇଁ ସେ ଆଜୀଵନ ସଂଗ୍ରାମ ଜାରି ରଖିବେ ବୋଲି କହିଥିଲେ । ଏଥିପାଇଁ ସେ ଅଂଚଳ ବାସୀଙ୍କ ସହଯୋଗ ଲୋଡୁଛନ୍ତି ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ୍ 

Related posts

ଢେଙ୍କାନାଳ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ସତ୍ୟାଗ୍ରହ

Sunil Chandra Nayak

ଲାଞ୍ଜିଗଡରୁ ପ୍ରଦୀପ, ଧର୍ମଗଡ଼ରୁ ପୁଷ୍ପେନ୍ଦ୍ର, ଜୁନାଗଡ଼ରୁ ଦିବ୍ୟଶଙ୍କର,ଭବାନୀପାଟଣାରୁ ଲଳିତା ବିଜେଡି ପ୍ରାର୍ଥୀ

masiha

ଲକ୍ଷ୍ମୀପୁର ବିଜେଡ଼ି ଦଳ ବିଜେପି ଉପରେ ଆକ୍ଷେପ ଆଣି ସାମ୍ବାଦିକ ସମ୍ମିଳନୀ

masiha

Leave a Comment

error: Content is protected !!