ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସାହିତ୍ୟ ଅଗଣା

ଉପେନ୍ଦ୍ର କୁମାର ବସ୍ତିଆ ଙ୍କ କବିତା – ” ଆସ ହୋ ଭକତ ଦେଖିବ ଆସ   କାଳିଆ କରୁଛି ଗୁଣ୍ଡିଚା ଯାତ “

 ” ଆସ ହୋ ଭକତ ଦେଖିବ ଆସ

  କାଳିଆ କରୁଛି ଗୁଣ୍ଡିଚା ଯାତ “

  ଉପେନ୍ଦ୍ର କୁମାର ବସ୍ତିଆ 

ଆସ ହୋ ଭକତ ଦେଖିବ ଆସ
     ଜଗା ବଳିଆଙ୍କ ବେଶ
ଟାହିଆ ହଲେଇ ପହଣ୍ଡି କରନ୍ତି
   ଚକାଡୋଳା ଜଗଦୀଶ 
ଦିବ୍ୟସିଂହ ରାଜା ସୁନା ଖଡିକାରେ
    ପଂହରନ୍ତି ନନ୍ଦୀ ଘୋଷ 
ଆସ ହୋ ଭକତ ଦେଖିବ ଆସ 
   ଜଗା ବଳିଆଙ୍କ ବେଶ ।୧
ମହମହ ହୋଇ ମହକି ଉଠୁଛି
    ଚନ୍ଦନ ଅଗୁର ବାସ
କୋଟି କଇବଲ୍ୟ ନାଥଙ୍କ ଅଧରେ
    ନାଲି ଟୁକୁ ଟୁକୁ ହସ
ଭକତଙ୍କ ଭିଡ କହିଲେ ନ ସରେ
   ସର୍ବେ ଆନନ୍ଦ ଉଲ୍ଲାସ
ଆସ ହୋ ଭକତ ଦେଖିବ ଆସ
    ଜଗା ବଳିଆଙ୍କ ବେଶ ।୨
ପାଦ ନାହିଁ ପ୍ରଭୁ ତ୍ରିଭଙ୍ଗୀ ଠାଣିରେ
    ବାଇଶି ପାହାଚେ ନାଚ
ପହଣ୍ଡି ବିଜୟେ କରନ୍ତି ସେବକେ
   ଦେଖିଦେଲେ ମନ ତୋଷ 
ଭକତ ଭାବରେ ବନ୍ଧା ଭଗବାନ
    ଶରଧା ବାଲିରେ ରାସ
ଆସ ହୋ ଭକତ ଦେଖିବ ଆସ
    ଜଗା ବଳିଆଙ୍କ ବେଶ । ୩
ଭାଇ ଭଉଣୀଙ୍କୁ ନେଇ ରଥ ଯାତ 
    ଆଷାଢ଼ ଦ୍ୱିତୀୟା ଦିନ
ମାଉସୀ ମାଆର ପୋଡ଼ପିଠା ଖାଇ
    ଆଡପରେ ମହାପୁଣ୍ୟ
ଟାହିଆ ହଲେଇ ବାହୁକୁ ମେଲେଇ
    ଡାକନ୍ତି ଭକତେ ଆସ
ଆସ ହୋ ଭକତ ଦେଖିବ ଆସ
    ଜଗାବଳିଆ ଙ୍କ ବେଶ ।୪
ଭାବର ରସରେ ଭାଷେ ବଡ଼ଦାଣ୍ଡ
    ରଥ ପଥ ଏକାକାର
ଗୁଣ୍ଡିଚା ଯାତ୍ରାରେ ଯିବେ ମହାପ୍ରଭୁ
    ରତ୍ନବେଦୀ କରି ପର
ଚାହିଁ ଅଛି ରଥ ଚାହିଁ ଅଛି ପଥ 
    ମାଉସୀ ଅପେକ୍ଷା ରତ
ଆସ ହୋ ଭକତ ଦେଖିବ ଆସ
      ଜଗାବଳିଆଙ୍କ ବେଶ ।୫
ଆଗେ ବଳଭଦ୍ର ତାଳଧ୍ୱଜ ରଥ
    ମଝିରେ ଦେବଦଳନ
ଜଗନ୍ନାଥଙ୍କର ନନ୍ଦିଘୋଷ ରଥ
    ଅପୂର୍ବ ମହାମିଳନ 
ସ୍ୱର୍ଗରୁ ମର୍ତ୍ତ୍ୟକୁ ପୁଷ୍ପ ବୃଷ୍ଟି ହୁଏ
    ଜଗାର ମୁରୁକି ହସ 
ଆସ ହୋ ଭକତ ଦେଖିବ ଆସ
    ଜଗାବଳିଆଙ୍କ ବେଶ ।୬

ଜଗତସିଂହପୁର 

Related posts

ଉପେନ୍ଦ୍ର କୁମାର ବସ୍ତିଆ ଙ୍କ କବିତା l l ମୁକତି ପଥ

Sunil Chandra Nayak

ଚିତ୍ରା ରାଣୀ ପାତ୍ର ଙ୍କ କବିତା = ଜୀବନଟା ଏକ ଖସଡ଼ା ପଥ

Sunil Chandra Nayak

ମହିୟସୀ ନାରୀ ଗଣ  ରଖିଲେ ଦେଶର ନାମ 

masiha

Leave a Comment

error: Content is protected !!