ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସାହିତ୍ୟ ଅଗଣା

ଶ୍ଯାମା ପ୍ରସାଦ୍ ବୋଷ୍ ଙ୍କ କବିତା – ନନ୍ଦିଘୋଷରେ ନନ୍ଦ ନନ୍ଦନ

 ନନ୍ଦିଘୋଷରେ ନନ୍ଦ ନନ୍ଦନ

                 ଶ୍ଯାମା ପ୍ରସାଦ୍ ବୋଷ୍ 

ନନ୍ଦ ପୁଅ ଆସେ ନନ୍ଦି ଘୋଷ ପରେ 
ବଡଦାଣ୍ଡ ଦୁଲୁକାଇ 
ଭକତ ମେଳ ରେ ଘୋଷଯାତ୍ରା କରେ 
ପତିତ ଉଦ୍ଧାର ପାଇଁ । 
ରତ୍ନ ସିଂହାସନ କରି ଦେଇ ଶୂନ୍ୟ 
ବଡଦାଣ୍ଡେ ଆସିଥାଇ 
ନନ୍ଦିଘୋଷ ପରେ ବାମନ ରୂପରେ 
ଭକତେ ଦର୍ଶନ ପାଇ । 
କରି ଲୀଳା ଖେଳା ପ୍ରଭୁ ଚକାଡୋଳା 
ଭାଇ ଭଗ୍ନୀ ସାଥେ ନେଇ 
ଗୁଣ୍ଡିଚା ମନ୍ଦିରେ ଜନମ ବେଦୀରେ  
ଭକ୍ତ ମେଳେ ଆସେ ସେଇ । 
ନବ ଦିନ ବିତେ ମାଆ ପାଖେ ସତେ
ଆଡପ ଅଭଡା ଖାଇ 
ବରଷକେ ଥରେ ରଥ ଯାତରାରେ 
ଜନ୍ମସ୍ଥାନେ ଆସିଯାଇ । 
ଜାତି ଭେଦ ଭୁଲି ଆସିଥାଏ ଚାଲି 
ଭକ୍ତ ଭାବେ ବାନ୍ଧି ହେଇ 
ଭକତ ବାନ୍ଧବ ସେ କଳା ମାଧବ 
ଏକାକାର କରି ଦେଇ । 
ନନ୍ଦ ପୁଅ ସେହି ନାଟ କରୁଥାଇ 
ମାନବୀୟ ଲୀଳା ଏଇ 
ନନ୍ଦିଘୋଷ ଚଢି ଆସୁଥାଏ ମାଡି 
ଜଗନ୍ନାଥ ରୂପେ ସେଇ । 
ଦ୍ବାପର ଯୁଗରେ କୃଷ୍ଣ ଅବତାରେ 
ନନ୍ଦ ପୁଅ ପରା ହେଇ 
ଗୋପ ର ଦାଣ୍ଡରେ ମାନବ ଲୀଳାରେ 
ନଟ ଖଟିଆ ଟି ସେଇ । 
ସର୍ବ ମନ ହରେ ସେ ବ୍ରଜ ଧାମରେ 
ଗୋପ ଗୋପାଳୁଣୀ ନେଇ 
ଆଜି ଶ୍ରୀକ୍ଷେତ୍ର ରେ ବଡଦାଣ୍ଡ ପରେ 
ନନ୍ଦିଘୋଷେ ବିଜେ ହେଇ । 
ନନ୍ଦ ପୁଅ ଆସେ ବଡଦାଣ୍ଡ ହସେ 
ନନ୍ଦିଘୋଷ ପରେ ଥାଇ 
ବଡଦାଣ୍ଡ ଭରେ ଗୋପଦାଣ୍ଡ ସ୍ମରେ 
ଭକ୍ତ ଭାବେ ହଜିଯାଇ ।
ଜୟ ଜଗନ୍ନାଥ ଜୟ ଜଗନ୍ନାଥ 
ଭକତ ଉଠଇ ଗାଇ 
ଭାବରେ ଭାବରେ ନନ୍ଦ ପୁଅ ଠାରେ 
ଭକତେ ହୁଅନ୍ତି ବାଇ । 
ସେ କଳା ନାଗର ନନ୍ଦ ପୁଅ ଟିର 
ଦ୍ବାପର ର ସ୍ମୃତି ନେଇ 
ରଥ ଯାତରାରେ ଭାବ ବନ୍ଧନରେ 
ଭକତ କୁ ବାନ୍ଧେ ସେଇ । 
ନନ୍ଦ ପୁଅ ଆସେ ନନ୍ଦି ଘୋଷ ହସେ 
ତା ପ୍ରେମରେ ହଜିଯାଇ
ଆଜି ଶୀର୍ଷକ ରେ କବି କବିତା ରେ 
ଶବଦ ପରଶ ପାଇ । 
ନନ୍ଦିଘୋଷ ପରେ ନନ୍ଦ ନନ୍ଦନରେ  
ଜଗନ୍ନାଥ ରୂପେ ଥାଇ 
ବଡ଼ଦାଣ୍ଡ ପରେ ଲୀଳା ଖେଳା କରେ
ଭକତ ହୁଅନ୍ତି ଵାଇ। 

ଶ୍ଯାମା ପ୍ରସାଦ୍ ବୋଷ୍ 

ଗ୍ରାମ :- ବେଗୁନିଁଆ , ମଲ୍ଲୀକ୍ ସାହି 
ପୋଷ୍ଟ :- ଗୋପ୍ , ଜିଲ୍ଲା :- ପୁରୀ 

Related posts

ସିତନ୍ସୁ ଜେନା ଙ୍କ କବିତା = ଚନ୍ଦନ ଚନ୍ଦନ

ଶ୍ଯାମା ପ୍ରସାଦ୍ ବୋଷ୍  ଙ୍କ କବିତା //ଶୀତୁଆ ସକାଳ

Sunil Chandra Nayak

ରତିନାରାୟଣ ରାଉତ ଙ୍କ କବିତା = ହିନ୍ଦୁ ନବ ବର୍ଷ 

Sunil Chandra Nayak

Leave a Comment

error: Content is protected !!