ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସାହିତ୍ୟ ଅଗଣା

ଡ଼.ଭବାନୀ ଶଙ୍କର ନିଆଲ  ଙ୍କ କବିତା = ବାହାନଗା କରମଣ୍ଡଳ

 l l ବାହାନଗା କରମଣ୍ଡଳ l l

 

  ଡ଼.ଭବାନୀ ଶଙ୍କର ନିଆଲ 

ବେଳେବେଳେ
କିଛି ଖାସ ଦିନବାର ତିଥିରେ
କିଛି ଖାସ ଶବ୍ଦମାନେ
ବାହାରି ପଡନ୍ତି
କିଏ ନିଜ ଶଦ୍ଧାକୋଷର ବାଡ଼ ଭାଙ୍ଗି
ଆଉ କିଏ ଓହ୍ଲେଇ ଯାଆନ୍ତି
ଭୂତ ଭବିଷ୍ୟତ ବର୍ତ୍ତମାନର
ପଟରି ତଳକୁ
ଆଉ କୁହା କୁହି ହୁଅନ୍ତି
ମର୍ମନ୍ତୁତ ଦୁର୍ଘଟଣା, ଭୟାବହ,ଦୁଇଶହ ଅଶି, ଏକହଜାର,
ତ୍ରୁଟି, ଦୁର୍ଘଟଣା ଥିଓରୀ
ମାନବୀୟ ବିଫଳତା, ସିଗ୍ନାଲ ଟେମ୍ପରିଙ୍ଗ
କବଚ ଥିଓରୀ
ଟ୍ରେନ କୋଲିଜନ, ଏଡ଼ଭାନ୍ସ ସିଷ୍ଟମ
କବଚ ର ହିତ ରେଳପଥ
ବନ୍ଦେ ଭାରତ, ବୁଲେଟ ଟ୍ରେନ
ଉଚ୍ଚଭିଳାଷୀ ପ୍ରକଳ୍ପ, ଦୁର୍ବଳ ଭିତ୍ତିଭୂମି ।
ବେଳେବେଳେ
କିଛି ଖାସ ଲଗ୍ନରେ
କିଛି ଶବ୍ଦ ବାହାରନ୍ତି
ଆଉ ଦୋହଲାଇ ଦିଅନ୍ତି ବୁକୁ
ଆଉ କହି ବୁଲନ୍ତି
ପୂର୍ବତଟ, ଦକ୍ଷିଣ ପୂର୍ବ 
କର୍ମଚାରୀ ଅଭାବ,କାର୍ଯ୍ୟକ୍ଲାନ୍ତି
ଖାଲିପଦବି, ଓଭର ଡ୍ୟୁଟି
ନିରାପଦ ରେଳଯାତ୍ରା, ରେଲୱେ ଇଣ୍ଟିଲିଜେନସି
ଲୋକୋ ପାଇଲଟ, ମେକାନିକାଲ ଓ ଇଲୋକ୍ଟ୍ରୋନିକଙ୍କ ଇଣ୍ଟରଲକିଙ୍ଗ
ସର୍ଟ ସର୍କିଟ, ସର୍ବାଧିକ ଅନୁମୋଦିତ ବେଗ, 
ଲୋକୋ ପାଇଲଟ ବେହେଭିୟର ମୋନି୍ଟେରିଙ୍ଗ
ପ୍ରାରମ୍ଭିକ ରିପୋର୍ଟ
ଭୟଙ୍କର, ଟ୍ରେନଧକ୍କା, ବିଶ୍ୱସ୍ତରୀୟ ।
ସତରେ
ସେ ଶବ୍ଦମାନେ କୁଆଡେ ଥାଆନ୍ତି
ଜଣା ପଡନ୍ତି ନାହିଁ, ଏକଦା କିନ୍ତୁ
ଆସି ଯାଆନ୍ତି ଆମ ଅତିଥି ହୋଇ
ଆଉ ପରଷି ଦିଅନ୍ତି କିଛି ଖଟା, କିଛି ପିତା
କିଛି ଆଶା କରାଯାଇନଥିବା
ଯାତନାର ଶବ୍ଦରୂପ ନେଇ ଆଉ ଇତିହାସ ପାଲଟିଯାନ୍ତି
ରକ୍ତାକ୍ତ ଛିଟା,ଅଚିହ୍ନା ଶବ ମାନଙ୍କ
ବଜାରରେ, ଗହଳିରେ । 
ଆଉ ମୃତ୍ୟୁର ଇଲାକା ର ଗୋଧୂଳି ସନ୍ଧ୍ୟାରେ ଚିତ୍କାର ଶୁଭେ ।
ଲୁପ ଲାଇନ, ଲୋକ ପାଇଲଟ
ମୁଖ୍ୟ ଲାଇନ ରୁ ଲୁପ ଲାଇନ
ଯାନ୍ତ୍ରିକ ବିଭ୍ରାଟ, ସିଏଜି ରିପୋର୍ଟ
ସବୁଜ ରୁ ନାଲି
ଦୁଇଶହ ଅଠାଅଶି ଇସ୍ତଫା
ଷ୍ଟେଣ୍ଡିଂ କମିଟି ଓ
୯ ଫେବୃଆରୀ ରିପୋର୍ଟ
ଲାଇନ ଚ୍ୟୁତ, ଏକଶହ ଅଞ୍ଚାଲିଶ
ପ୍ରେସ କନଫରେନ୍ସ, ଭିଆଇପି ଭିଜିଟିଙ୍ଗ
ରେଳବାଇ ସୁରକ୍ଷା କମିଶନ, ସିବିଆଇ ତଦନ୍ତ
ଘଣ୍ଟା ପ୍ରତି ଏକଶହ ଛବିଶ, ଏକ ଶହ ଅଠେଇଶ
ଷ୍ଟେସନ ମାଷ୍ଟର ଉଣେଇଶ ଶହ ଅଣତିରିଶି ।
ଏପରି ଶବ୍ଦ
ଅସମୟରେ
ଆମ୍ଭମାନଙ୍କ ଦୁଆର ମୁହଁରେ
ଅପରିଚିତ ଶବ୍ଦ ମାନଙ୍କ ଭିଡରେ
ମୁଣ୍ଡ ବୁଲେ, ବୁକୁ ଫାଟେ,
କପାଳ ଫାଟେ
ଠିକ ଆମ ଦୈନିକ କ୍ୟାଲେଣ୍ଡର ରେ ବସା ବାନ୍ଧିଥିବା 
ତକଦିର ଫାଟିଲା ଭଳି
ଆଉ ଧୀରେ ଧୀରେ ଶୁଣିବାକୁ ମିଳେ
ତଦନ୍ତ ଭେଳିକି , ଇସ୍ତଫା ରାଜନୀତି
ଧ୍ୱସ୍ତ ବି ଧ୍ୱସ୍ତ, ସ୍ଥିତି ଅନୁଧ୍ୟାନ
ପୁନଃରୁଦ୍ଧାର କାର୍ଯ୍ୟ, ସ୍ୱଭାବିକ ରେଳ ଚଳାଚଳ ।
ଠିକ ଖାସ
ଶବ୍ଦକୋଷରୁ ନିର୍ଗତ ଶବ୍ଦ
ଅନେକ ଅର୍ଥ ବହନ କରି
କ୍ଷେତ ଭିତରେ ପଶି ଆସି କହିଚାଲେ ଅନର୍ଗଲ ଇନ୍ସୁରେନ୍ସ, ରେଡ ବଟନ
ହ୍ୱାଇଟ ବଟନ, ପଟରି,
ଦାବୀ, ସ୍ମାରକପତ୍ର, କ୍ଷତିପୂରଣ
ଅଶ୍ରୁଳ ଶ୍ରଦ୍ଧାଞ୍ଜଳି
ରେଳ ଦୁର୍ଘଟଣାର ଇତିହାସ ଗାଥା
ମୃତ୍ୟୁ ସଂଖ୍ୟା, ମୃତକ ଚିହ୍ନଟ ପ୍ରକ୍ରିୟା
ଗ୍ରୀନ ସିଗ୍ନାଲ, ଡେଟା ଲଗର
ଶବ ସରଂକ୍ଷଣ, ଇଣ୍ଟରଲକିଙ୍ଗ ସିଷ୍ଟମ ଟେମ୍ପରି
ସିବିଆଇ, ଗ୍ରାଉଣ୍ଡ ଜିରୋ, ଟୁଇଷ୍ଟ ବୟାନ,
ବିଶ୍ୱ ସ୍ତରୀୟ ରେଳ ଦୁର୍ଘଟଣା
ବନ୍ଦ ହେଇପାରି ନ ଥିବା
ଅଶ୍ରୁଳ ଶ୍ରଦ୍ଧାଞ୍ଜଳି, ମାଷ୍ଟର ମାଇଣ୍ଡ ।
ସତରେ
ଆମ ପାଖଲୋକ ପରି
ଆମ ସାମ୍ନାକୁ ଆସୁଥିବା ଶବ୍ଦ
ଏବେ ଚିର ପରିଚିତ
ଏହାର ଅର୍ଥ ଏତେ କଷ୍ଟକର, ବୁଝିବା ଏବଂ ବୁଝାଇବା
କେବଳ ଘଟଣା, ଦୁର୍ଘଟଣା, ଶବ ସରଂକ୍ଷଣ
ଶବ ଚି଼ହ୍ନଟ ପ୍ରକ୍ରିୟା, ହସ୍ପିଟାଲ, ରକ୍ତଭଣ୍ଡାର
ଶବ ପିଛା ସହାୟକ ରାଶି ସୁନିଶ୍ଚିତ
ଚର୍ଚ୍ଚା ଭିତରେ
ଦିନ ବି ସରିଯାଏ
ରାତି ବି ସରିଯାଏ
କିନ୍ତୁ ସରି ପାରେନି
ଅଚିହ୍ନା ଲୋକଙ୍କ
ଅଚିହ୍ନା ଶବ
ପାଖରେ ବସି
ବିକରାଲ ଚିତ୍କାର କରୁଥିବା ତାଙ୍କ
ବୁକୁ ଫଟା ଶବ୍ଦ ମାନଙ୍କର ଉଚ୍ଚାରଣ
କେବେ କରମଣ୍ଡଳ ରୁ
କେବେ ବାହାନଗା ରୁ ।
ଦେଶର କୌଣସି ଏକ ଶୁଭ ବେଳା ପରେ 
ଏବଂ କୌଣସି ଏକ ପବିତ୍ର ବେଳା ପୂର୍ବରୁ

       ଭବାନୀ ପାଟଣା     

Related posts

ଚନ୍ଦ୍ର ଶେଖର ଶବର ଙ୍କ କବିତା = ବସନ୍ତ ନିବସରେ ବସନ୍ତ ପ୍ରବେଶ

Sunil Chandra Nayak

ଉପେନ୍ଦ୍ର କୁମାର ବସ୍ତିଆ ଙ୍କ କବିତା// ଇଏ କି କଥା

Sunil Chandra Nayak

ଜାନକୀ ମହାନ୍ତ ଙ୍କ କବିତା l l ମିତଣୀ ଲୋ ମିତଣୀ

Sunil Chandra Nayak

Leave a Comment

error: Content is protected !!