ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଅଜଣା ବ୍ୟକ୍ତିର ଗଳିତ ଶବ ଜଙ୍ଗଲରୁ ଉଦ୍ଧାର : ଶବ ଜବତ କଲା ମ.ରାମପୁର ପୁଲିସ

ମ.ରାମପୁର,୮/୬(ମସୀହା) : ମ.ରାମପୁର ଥାନା ଅନ୍ତର୍ଗତ ବାରବନ୍ଧା ଗ୍ରାମ ପଂଚାୟତର ଗୁମୁ (ଚୋଚୋବାହାଲି) ଗାଁ ନିକଟରେ ଥିବା ଅଏଁଲା ଡ଼ୁଙ୍ଗୁରୀ ନାମକ ଜଙ୍ଗଲରୁ ଏକ ଅଜଣା ବ୍ୟକ୍ତିଙ୍କ ଗଳିତ ଶବ ଉଦ୍ଧାର ହେଇଛି । ତେବେ ଶବଟି ପ୍ରାୟ ଦୁଇ ତିନି ଦିନ ତଳର ହେଇଥିବା ଅନୁମାନ କରାଯାଉଛି l ହେଲେ ମୃତ ବ୍ୟକ୍ତି ଙ୍କ ପରିଚୟ ଏଯାଏଁ ମିଳିପାରିନାହିଁ । ଜଙ୍ଗଲରେ ଏକ ଗଛ ତଳେ ଶୋଇଥବା ଅବସ୍ଥାରେ ଶବଟି ପଡ଼ି ରହିଥିଲା l ତାର ଆନୁମାନିକ ବୟସ ପ୍ରାୟ ପଚାଶ ପାଖା ପାଖି ହେବ l ମ.ରାମପୁର ପୁଲିସ ଘଟଣାସ୍ଥଳରେ ପହଂଚି ଶବ ଜବତ କରି ଶବଟିକୁ ବ୍ୟବଚ୍ଛେଦ୍ଦ ପାଇଁ ମ.ରାମପୁର ଡ଼ାକ୍ତରଖାନାକୁ ଆଣିଥିବା ଜଣାଯାଇଚି । ଏକ ମାମଲା ରୁଜୁ କରି ପୁଲିସ ତଦନ୍ତ ଜାରୀ ରଖିଥିବା ସୂଚନା ମିଳିଛି ।

ମ.ରାମପୁର ରୁ ପରମାନନ୍ଦ ବିଶି ଙ୍କ ରିପୋର୍ଟ 

Related posts

ଅର୍ଚ୍ଚନା ନାଗଙ୍କ ଘରେ ପହଞ୍ଚିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)

Sunil Chandra Nayak

ରାଇରଙ୍ଗପୁର କୋର୍ଟ! ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ହତ୍ୟା ମାମଲାରେ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ 

masiha

ପଡୋଶୀ ବୃଦ୍ଧଙ୍କ ଟାଙ୍ଗିଆ ଚୋଟରେ ବୃଦ୍ଧା ମୃତ, ଅଭିଯୁକ୍ତ ଗିରଫ

masiha

Leave a Comment

error: Content is protected !!