ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

କୋଇଲା ଟ୍ରକ ଜବତ, ଡ୍ରାଇଭର ଫେରାର 

କୋଇଲା ଟ୍ରକ ଜବତ, ଡ୍ରାଇଭର ଫେରାର 

 ଢେଙ୍କାନାଳ- ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ଅଧୀନରେ ପଞ୍ଜିକୃତ କୋଇଲା ଡିପୋ ଟୋଲଙ୍କ ବେରେଣୀ ଅଂଚଳରେ ଥିବା ସତ୍ୱେ ବେଆଇନି କୋଇଲା ଚାଲାଣ ହେଉଥିବାର ଖବର ପାଇ ଖଣି ବିଭାଗର ସ୍ୱତନ୍ତ୍ର ସ୍ୱାଡ଼ ଏକ ଟ୍ରକ ନମ୍ବର OD 04M 0118 କୁ ଦିପ୍ରହର ସମୟରେ ଜାତୀୟ ରାଜପଥ ୫୩ ଅନ୍ତର୍ଗତ ଶାମଳ ଛକରୁ ମାଇନିଂ ଅଫିସର ଫଲୋ କରିଥିଲେ । ଡ୍ରାଇଭର ଜଣକ ଜାଣି ପାରି ନୂଆ ଭୁବନ ଛକରୁ ବନ୍ଦାଳ ଦେଇ ବୁଦ୍ଧେଶ୍ବର ପୀଠ ରାସ୍ତା ଦେଇ ଯାଉଥିଲା । ତେବେ ବୁଦ୍ଧେଶ୍ବର ଯିବା ରାସ୍ତାରେ ଅଫିସର ଗାଡିକୁ ଜବତ କରି ଭୁବନ ପୋଲିସକୁ ଖବର କରିଥିଲେ । ଘଟଣାସ୍ଥଳରେ ଭୁବନ ପୋଲିସ ପହଞ୍ଚି ଗାଡିକୁ ଜବତ କରିବା ଥିବା ବେଳେ ଡ୍ରାଇଭର ଫେରାର ହୋଇଯାଇଛି। ଖଣି ବିଭାଗ ଅଧିକାରୀ ଙ୍କ ଏତଲା କ୍ରମେ ମାମଲା ରୁଜୁ ହୋଇଛି। ତେବେ ଭୁବନ ରେ ଖଣି ବିଭାଗ ଲାଇସେନ୍ସ ପ୍ରାପ୍ତ ଡିପୋ ଥିବା ସତ୍ୱେ କିଭଳି ବେଆଇନି କୋଇଲା ଚାଲାଣ ହେଉଛି। ଆଉ ଏହି ଚାଲାଣ ପଛରେ କାହାର ହାତ ରହୁଛି। ଏହି କୋଇଲା ଯାଉଛି କୁଆଡେ। ତେବେ ଏହି ଟ୍ରକ ଟି ଯାଜପୁର ଜିଲ୍ଲା କଳିଙ୍ଗନଗର ଥାନା ବାରଗଡ଼ିଆ ଗ୍ରାମର ଚିତ୍ତରଞ୍ଜନ ରାଜ ଙ୍କର ବୋଲି ଜଣାପପଡ଼ିଛି।

ପ୍ରହ୍ଲାଦ ମୁଦୁଲି ଙ୍କ ରିପୋର୍ଟ୍ 

Related posts

ମାଟି ବୋଝେଇ ଟ୍ରାକ୍ଟରକୁ ଜବତ କଲା ପୋଲିସ 

masiha

ଅଜଣା ଗାଡି ଧକ୍କାରେ ନାବାଳକ ମୃତ 

masiha

ବାଲିଘାଟ ରେ ଚଢାଉ ୩ ଟ୍ରକ ଜବତ 

masiha

Leave a Comment

error: Content is protected !!