ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଛତିଶଗଡ ପୋଲିସ ଗୁଳିରେ ଜଣେ ମାଓବାଦୀ ନିହତ

ରାଇଘର ୨/୫ ଓଡ଼ିଶା ସୀମାନ୍ତ ଛତିଶଗଡ଼ ର ଗରିଆବନ୍ଧ ଅଂଚଳ ରେ ମଙ୍ଗଳବାର ସକାଳେ ପୋଲିସ ଓ ମାଓବାଦୀ ଗୁଳିକାଣ୍ଡରେ ଜଣେ କେଡର ମାଓବାଦୀ ନିହତ ହୋଇଥିବା ସୁଚନା ମିଳିଛି l ଛତିଶଗଡ ପୋଲିସ ପ୍ରଶାସନର ପକ୍ଷରୁ ଏକ ବଡ଼ ସଫଳତା ମିଳିଥିବା ସାମ୍ନାକୁ ଆସିଛି l ଦାନ୍ତେୱାଡାରେ ଘଟିଥିବା ବିସ୍ପୋରଣର କଡ଼ା ଜବାବ ଦେଇଛି ଗାରିଆବନ୍ଧ ପୋଲିସ l ସୀଆରପୀଏଫ କୋବ୍ରା ବାଟାଲିୟନ ୨୦୭ ଏବଂ ଗାରିଆବନ୍ଧ ପୋଲିସ ଫୋର୍ସର ମିଳିତ ଅପରେସନ୍ ରେ ହୋଇଥିଲା ଏନକାଉଣ୍ଟର l ଜୁଗାଡ଼ ଥାନା ଅଂଚଳର କର୍ଲାଜହର ଅଂଚଳରେ ଜଣେ କ୍ୟାଡର୍ ନକ୍ସଲ ନନ୍ଦଲlଲ ଆଜି ସକାଳ ୯ ଟା ସମୟରେ ଏନକାଉଣ୍ଟର ହୋଇଥିବା ପୁଲିସ ପକ୍ଷରୁ ସୂଚନା ମିଳିଛି l ନିହତ ନକ୍ସଲଙ୍କ ନିକଟରୁ ୩ ନଟ୍‌ ୩ ବନ୍ଧୁକ ମଧ୍ୟ ଜବତ କରାଯାଇଛି |ଏଥିସହିତ ଅନେକ ଉପଯୋଗୀ ଜିନିଷ ମଧ୍ୟ ଜବତ କରାଯାଇଥିବା ଜଣାପଡିଛି l

ରାଇଘର ରୁ କିରଣ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ସଜନା ଚାରା ଓ ନଳକୂପ ଖୋଦେଇ ପାଇଁ ସହାୟତା ନାମରେ ଠକେଇ ର ଶିକାର

Sunil Chandra Nayak

ଜଣେ ବ୍ଯକ୍ତି ବେକରେ ଗାମୁଛା ଦେଇ ଆତ୍ମହତ୍ୟା 

masiha

ସୁଡ୍ରା ଅଞ୍ଚଳରେ ମାଓବାଦୀ ପୋଷ୍ଟର: ପୋଲିସର ଦମନ ଓ ମିଥ୍ୟା ଏନକାଉଣ୍ଟର ବିରୋଧରେ ରବିବାର ୪ ଜିଲାକୁ ୧୨ଘଣ୍ଟିଆ ବନ୍ଦ ଡାକରା

Sunil Chandra Nayak

Leave a Comment

error: Content is protected !!