ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଛତିଶଗଡ ପୋଲିସ ଗୁଳିରେ ଜଣେ ମାଓବାଦୀ ନିହତ

ରାଇଘର ୨/୫ ଓଡ଼ିଶା ସୀମାନ୍ତ ଛତିଶଗଡ଼ ର ଗରିଆବନ୍ଧ ଅଂଚଳ ରେ ମଙ୍ଗଳବାର ସକାଳେ ପୋଲିସ ଓ ମାଓବାଦୀ ଗୁଳିକାଣ୍ଡରେ ଜଣେ କେଡର ମାଓବାଦୀ ନିହତ ହୋଇଥିବା ସୁଚନା ମିଳିଛି l ଛତିଶଗଡ ପୋଲିସ ପ୍ରଶାସନର ପକ୍ଷରୁ ଏକ ବଡ଼ ସଫଳତା ମିଳିଥିବା ସାମ୍ନାକୁ ଆସିଛି l ଦାନ୍ତେୱାଡାରେ ଘଟିଥିବା ବିସ୍ପୋରଣର କଡ଼ା ଜବାବ ଦେଇଛି ଗାରିଆବନ୍ଧ ପୋଲିସ l ସୀଆରପୀଏଫ କୋବ୍ରା ବାଟାଲିୟନ ୨୦୭ ଏବଂ ଗାରିଆବନ୍ଧ ପୋଲିସ ଫୋର୍ସର ମିଳିତ ଅପରେସନ୍ ରେ ହୋଇଥିଲା ଏନକାଉଣ୍ଟର l ଜୁଗାଡ଼ ଥାନା ଅଂଚଳର କର୍ଲାଜହର ଅଂଚଳରେ ଜଣେ କ୍ୟାଡର୍ ନକ୍ସଲ ନନ୍ଦଲlଲ ଆଜି ସକାଳ ୯ ଟା ସମୟରେ ଏନକାଉଣ୍ଟର ହୋଇଥିବା ପୁଲିସ ପକ୍ଷରୁ ସୂଚନା ମିଳିଛି l ନିହତ ନକ୍ସଲଙ୍କ ନିକଟରୁ ୩ ନଟ୍‌ ୩ ବନ୍ଧୁକ ମଧ୍ୟ ଜବତ କରାଯାଇଛି |ଏଥିସହିତ ଅନେକ ଉପଯୋଗୀ ଜିନିଷ ମଧ୍ୟ ଜବତ କରାଯାଇଥିବା ଜଣାପଡିଛି l

ରାଇଘର ରୁ କିରଣ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ସଇତାନ ସାଜିଲା ସ୍ବାମୀ….. ଟଙ୍କା ପାଇଁ ସ୍ତ୍ରୀଙ୍କୁ ହତ୍ୟା କରି ଜମିରେ ପୋତିଦେଲା

Sunil Chandra Nayak

ଗୁଣିଗାରେଡି ସନ୍ଦେହରେ ବୃଦ୍ଧାଙ୍କୁ ମୁଣ୍ଡ କାଟି ହତ୍ୟା ଘଟଣା…. କଟାମୁଣ୍ଡ ଉଦ୍ଧାର

masiha

ଜୁନାଗଡ଼ ଠାରେ ଅବକାରୀ ବିଭାଗ ତରଫରୁ ଏକଲକ୍ଷ ଟଙ୍କା ର ଗଞ୍ଜେଇ ଜବତ ୨ ଗିରଫ ଓ କୋର୍ଟ ଚାଲାଣ

Sunil Chandra Nayak

Leave a Comment

error: Content is protected !!