ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବଡଓଲମା ବାଲିଯାତ୍ରା ଉଦଯାପିତ

ଡାବୁଗାଁ, ୨/୫ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ଅଧୀନ ବଡଓଲମା ଗ୍ରାମରେ ବାଲିଯାତ୍ରା ମଙ୍ଗଳବାର ଉଦଯାପିତ ହୋଇଯାଇଛି | ଉକ୍ତ ବାଲିଯାତ୍ରା ୧୨ ବର୍ଷ କୁ ଥରେ ପଡୁଥିବା ବେଳେ ୨୦୨୩ ବର୍ଷ ତା ୨୪.୧.୨୦୨୩ ଦିନ ଠାରୁ ଆରମ୍ଭ ହୋଇ ଦୀର୍ଘ ୩ ମାସ ୫ ଦିନ ରେ ଆଜି ଉଦଯାପିତ ହୋଇଛି | ଏହି ବାଲିଯାତ୍ରାରେ ଗ୍ରାମର ସମସ୍ତ ଦେବାଦେବୀଙ୍କ ପ୍ରତୀକ ଲାଠିକୁର୍ଚି ଉକଟ ମଣ୍ଡପରେ ଆସି ପୂଜାର୍ଚ୍ଚନା ହୋଇଥାଏ | ଏଥିରେ ମାଁ ସୁନଦେଇ ଠାକୁରାଣୀଙ୍କ ପୂଜାରୀ- ଧନ ପୂଜାରୀ, ମାଟି ପୂଜାରୀ- ଚନ୍ଦ୍ର ପୂଜାରୀ, କାମିନୀ ପୂଜାରୀ- ରନୁ ପୂଜାରୀ ପ୍ରମୁଖ ଙ୍କ ଦ୍ଵାରା ଗ୍ରାମର ମହୁରିଆ ଓ ବାଦ୍ୟକାର ଙ୍କ ଦ୍ଵାରା ବାଦ୍ୟ ବଜାଇ ସକାଳ ସନ୍ଧ୍ୟାରେ ପୂଜାର୍ଚ୍ଚନା କରାଯାଇଥାଏ | ୧୬.୪.୨୩ ଦିନ ଗ୍ରାମପାଖ ନଦୀରୁ ବାଲି ଆଣି ବାଲିଯାତ୍ରା ମଣ୍ଡପରେ ରଖାଯାଇ ୯ ଦିନ ପରେ ଅକ୍ଷୟ ତୃତୀୟା ଦିନ ବିଭିନ୍ନ ପ୍ରକାର ର ଶସ୍ୟ ଆଣିଥିବା ବାଲି ଉପରେ ବୁଣାଯାଇ ଦେବାଦେବୀ ଙ୍କ ପାଖରେ ପୂଜାର୍ଚ୍ଚନା କରାଯାଇ ଆଗାମୀ ବର୍ଷରେ ଗ୍ରାମରେ ଭଲ ଫସଲ ହେବା ପାଇଁ ଦେବାଦେବୀ ଙ୍କ ନିକଟରେ ଗୁହାରି କରାଯାଇଥାଏ | ଉଦଯାପନୀ ଦିବସରେ ମୁଖ୍ୟ ଅତିଥି ଭାବ ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ, ଡାବୁଗାଁ ବ୍ଲକ ଜିଲା ପରିଷଦ ସଭ୍ୟ ଜୋନ-୧ ଧନସିଂ ଭତ୍ରା, ଜୋନ -୨ ଗୁପ୍ତ ବିଶୋୟୀ, ବିଧାୟକ ପ୍ରତିନିଧି ଏମ୍. ବୁଲୁ ରାଓ, ବ୍ଲକ ବିଜେଡି ସଭାପତି ସୁରେନ୍ଦ୍ର କୁମାର ମିଶ୍ର, ପୂର୍ବତନ ସାଂସଦ ପର୍ଷୁରାମ ମାଝି, ଡାବୁଗାଁ ପୂର୍ବତନ ବିଧାୟକ ଭୁଜବଳ ମାଝି, ପାପଡାହାଣ୍ଡି ଜିଲା ପରିଷଦ ସଭ୍ୟା ଲିପିକା ମାଝି, ବ୍ଲକ କଂଗ୍ରେସ ସଭାପତି ଜି. ସାଇ ରାଜୁ, ପ୍ରକାଶ ଚନ୍ଦ୍ର ପଣ୍ଡା, ମୋହନ ମାଝି ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ | ବାଲିଯାତ୍ରା ପଡିଆରେ ବିଧାୟକ ପାଣ୍ଠିରୁ ନିର୍ମିତ ହୋଇଥିବା ବାଲିଯାତ୍ରା ମଣ୍ଡପକୁ ବିଧାୟକ ମନୋହର ରନ୍ଧାରୀ ଉଦଘାଟନ କରିଥିଲେ | ଗ୍ରାମରେ ଥିବା ବାଲିଯାତ୍ରା ମଣ୍ଡପରୁ ଗ୍ରାମ ର ଦେବାଦେବୀଙ୍କୁ ପଟୁଆର ସହିତ ବାଲିଯାତ୍ରା ପଡିଆକୁ ପ୍ରତ୍ୟାବର୍ତ୍ତନ କରିବା ପରେ ସେଠାରେ ଭୀମା ଓ କନ୍ଦନୀ ପ୍ରତିମୂର୍ତ୍ତି ସ୍ତମ୍ଭ ସ୍ଥାପନ, ରାତ୍ର ରେ ଭୀମା ଦେବତା ଓ କନ୍ଦନୀ ଦେବୀଙ୍କର ବିବାହ ଉତ୍ସବ ହୋଇଥିଲା | ଭକ୍ତ ମାନଙ୍କ ମନୋରଞ୍ଜନ ପାଇଁ ସଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା | ଏହି ବାଲିଯାତ୍ରା ଦେଖିବାକୁ ଆଖପାଖ ଅଞ୍ଚଳରୁ ବହୁ ଜନ ସମାଗମ ହୋଇଥିବା ବେଳେ ଉଠାଦୋକାନୀ ମାନଙ୍କର ଗହଳି ଦେଖିବାକୁ ମିଳିଥିଲା | ଏହି ବାଲିଯାତ୍ରା ପୂଜା କମିଟିର ସୁବାସ ଚନ୍ଦ୍ର ବିଶୋୟୀ, ରାଜେନ୍ଦ୍ର ବିଶୋୟୀ, ଉପେନ୍ଦ୍ର ବିଶୋୟୀ, ଘାଷିରାମ ବିଶୋୟୀ, ଜଗଦୀଶ ଭତ୍ରା, ନିଳେନ୍ଦ୍ର ଭତ୍ରା, ପୀତାମ୍ବର ପୂଜାରୀ ଦଇନୁ ପୂଜାରୀ, ପଦମ ପୂଜାରୀ ପ୍ରମୁଖ ଗ୍ରାମର ବହୁ ଯୁବକ ମାନେ ସହଯୋଗ କରିଥିଲେ |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ପିତା ମାତା ପାଇଁ ସେବା ଅନୁଷ୍ଠାନ ଜୁନାଗଡ଼ ତରଫରୁ ସ୍ମଶାନ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ 

Sunil Chandra Nayak

ଡାବୁଗାଁରେ ପୋଲିଂ ଅଧିକାରୀ ମାନଙ୍କୁ ୨ୟ ପର୍ଯ୍ୟାୟ ତାଲିମ କାର୍ଯ୍ୟକ୍ରମ ଉଦଯାପିତ 

masiha

ଗୋବର୍ଦ୍ଧନପୁର ପଞ୍ଚାୟତ… କାଟ ଖାଇଲା ଅନାସ୍ଥା ପ୍ରସ୍ତାବ, ପଦବୀ ବଜାୟ ରଖିଲେ ସରପଞ୍ଚ

masiha

Leave a Comment

error: Content is protected !!