ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଉତ୍ତେଜନା ପ୍ରବଣ ମତଦାନ କେନ୍ଦ୍ରକୁ ନେଇ ପୋଲିସର ବୈଠକ

ଉତ୍ତେଜନା ପ୍ରବଣ ମତଦାନ କେନ୍ଦ୍ରକୁ ନେଇ ପୋଲିସର ବୈଠକ

ବସ୍ତା,୨/୪ ବସ୍ତା ଅଞ୍ଚଳର ଦଶଟି ଉତ୍ତେଜନା ପ୍ରବଣ ମତଦାନ କେନ୍ଦ୍ରକୁ ନେଇ ମଙ୍ଗଳବାର ରାତି ସମୟରେ ପୋଲିସ ପକ୍ଷରୁ ଶାନ୍ତି କମିଟି ବୈଠକ ଅନୁଷ୍ଠିତ ହୋଇଥିଲା। ବସ୍ତା ଥାନା ଅଧିକାରୀ ଗୋବିନ୍ଦ ଚନ୍ଦ୍ର ବେହେରା ଙ୍କ ଅଧ୍ୟକ୍ଷତା ରେ ଆୟୋଜିତ ଏହି ବୈଠକ ରେ ପଞ୍ଚୁପଡା,ଗୋବିନ୍ଦା, ସିଙ୍ଗାର ପୁର,ବଡ଼ ଚାରିଗାନ,ଧିତପୁରା,ସନ୍ତୋଷପୁର, ଛାନୂଆ ଆଦି ମତଦାନ କେନ୍ଦ୍ରରେ ପୂର୍ବରୁ ମତଦାନ ସମୟରେ ଗୋଣ୍ଡଗଳ ହୋଇଥିଲା। ଏହି ଚଳିତ ନିର୍ବାଚନ ସମୟରେ ଏହି ସବୁ ମତଦାନ କେନ୍ଦ୍ରରେ ଯେଭଳି ପୂର୍ବ ଭଳି ଉତ୍ତେଜନା ନହେବ ସେନେଇ ଏହି ସବୁ ମତଦାନ କେନ୍ଦ୍ରର ସବୁ ଦଳର ନେତା ମାନଙ୍କୁ ଡ଼କାଇ ବୈଠକ ଅନୁଷ୍ଠିତ ହୋଇଥିଲା। ଅନ୍ୟମାନଙ୍କ ମଧ୍ୟରେ ଏସ ଆଇ ବିଜୟ କୁମାର ବାରିକ,ପ୍ରଶାନ୍ତ ରାଉତ ଙ୍କ ସମେତ ସରପଞ୍ଚ ରଚିତା ମହାନ୍ତି,ଅକ୍ଷୟ ସ୍ବାଇଁ, ବୀରଞ୍ଜନ ଦାସ ମହାପାତ୍ର,ଗଦାଧର ପ୍ରଧାନ,ଶମ୍ଭୁନାଥ ସେଠୀ,ବିଜୟ ବେହେରା,ଅମିତ୍ କୁମାର ବିଶାଲ ପ୍ରମୁଖ ଏହି ବୈଠକରେ ଉପସ୍ଥିତ ଥିଲେ।

ବସ୍ତା ରୁ ଜଗତ କୁମାର ଗିରି ଙ୍କ ରିପୋର୍ଟ୍ 

Related posts

ନନ୍ଦିନୀ ଶତପଥୀ ଶିଶୁଉଦ୍ୟାନରେ ବେଆଇନ ରାସ୍ତା ନିର୍ମାଣ ଉଦ୍ୟମକୁ ସ୍ଥାନୀୟ ଅଞ୍ଚଳବାସୀଙ୍କ ତୀବ୍ର ବିରୋଧ

Sunil Chandra Nayak

ପିଡବ୍ଲ୍ୟୁଡି ରାସ୍ତାରୁ ଗୋବର୍ଦ୍ଧନପୁର ଭାୟା ଭାଲୁଚଞ୍ଚରା ରାସ୍ତା ପୁରିଲା ଅବଧି ସରୁନି କାମ, ନିମ୍ନମାନର କାମକୁ ବିରୋଧ କଲେ ଲୋକେ

ମହାବୀରରୋଡ଼ ଫାଣ୍ଡି କୁ ନୂତନ ଥାନା ଭାବେ ଭର୍ଚୁଆଲ ମାଧ୍ୟମରେ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

Sunil Chandra Nayak

Leave a Comment

error: Content is protected !!