ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଇରଙ୍ଗପୁର ସିଭିଲ କୋର୍ଟରେ ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ! ପଂଜିକୃତ ୨୧୨ ଟି ମାମଲାରୁ ୧୩୯ ଟି ତତ୍କାଳ ଫଇସଲା

ରାଇରଙ୍ଗପୁର ସିଭିଲ କୋର୍ଟରେ ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ! ପଂଜିକୃତ ୨୧୨ ଟି ମାମଲାରୁ ୧୩୯ ଟି ତତ୍କାଳ ଫଇସଲା

ମୟୂରଭଂଜ – ୧୩/୦୯ — ରାଇରଙ୍ଗପୁର ସିଭିଲ କୋର୍ଟରେ ଆଜି ଶନିବାର ଦିନ ଏଡିଜେ ଡଃ ଭି ସୁଜାତାଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି ।ଏହି କାର୍ଯ୍ୟକ୍ରମରେ ୨୧୨ ଟି ମାମଲାର ଶୁଣାଣୀ ମଧ୍ୟରୁ ୧୩୯ ଟି ମାମଲା ପିଲା ହୋଇଯାଇଛି ।ସୂଚନାଯୋଗ୍ୟ ଏଡିଯେ କୋର୍ଟରେ ମୋଟର ଦୁର୍ଘଟଣା ଜନିତ ଘଟଣା ୨୧ଟି ଏବଂ ଫୌଜଦାରୀ ମାମଲା ୫ ଟି ପଂଜିକୃତ ହୋଇଥିବାବେଳେ ୩ ଟି ଫୌଜଦାରୀ ମାମଲାର ଫଇସଲା ହୋଇଛି ।

  ସେହିଭଳି ସଵଜଜ୍ କୋର୍ଟରେ ଟଙ୍କା ଫେରସ୍ତ ମାମଲା ୧୨ ଟି,ବୈବାହିକ ମାମଲା ୭ ଟି,ଜମିଜମା କେଶ ୨୨ଟି ପଂଜିକୃତ ହୋଇଥିଲା ।ସଵ ଜଜ୍ ଆଲୋକ ପଣ୍ଡା ଶୁଣାଣି କରି ଟଙ୍କା ଫେରସ୍ତ ମାମଲା ୧ ଟି ଏବଂ ଜମିଜମା ମାମଲା ୮ ଟି ପିଲା ରାୟ ଶୁଣାଣି କରିଛନ୍ତି ।  ସେହିଭଳି ଏସଡିଜିଏମ କୋର୍ଟରେ ଏନ୍ ଆଇ ଏକ୍ଟ ରେ ୪ ଟି,ବୈବାହିକ ମାମଲା ୬ ଟି,ଏବଂ ଫୌଜଦାରୀ ମାମଲା ୧୩୦ ଟି ପଂଜିକୃତ ହୋଇଥିଲା ।ଏସଡିଜିଏମ କୋର୍ଟରେ ଏସଡିଜିଏମ୍ ମନୀନ୍ଦ୍ର‌ ଭୂଷଣ ସାହୁ ଶୁଣାଣି କରି ଏନଆଇ ଆକ୍ଟ ୧ ଟି,ଵିଵାହ ମାମଲା ୨ ଟି ଏବଂ ଫୋୖଜଦାରୀ ମାମଲା୧୨୪ ଟି ପଫଇସଲା କରିଛନ୍ତି ।

  ସେହିଭଳି ଯେଏମଏଫସି କୋର୍ଟରେ ଏନଆଇ ଆକ୍କ ୨ ଟି ଏବଂ ବିବାହ ମାମଲା ୩ ଟି ପଂଜିକୃତ ହୋଇଥିଲା । ରାଇରଙ୍ଗପୁର ସିଭିଲ କୋର୍ଟରେ ଆଜି ସମୁଦାୟ ୨୧୨ ଟି ମାମଲାରୁ ୧୩୯ ଟି ମାମଲା ଫଇସଲା ହୋଇଛି ।କାର୍ଯ୍ୟକ୍ରମ ପରିଚାଳନାରେ କୋର୍ଟର ବିଭାଗୀୟ କର୍ମଚାରୀ ଲକ୍ଷ୍ମଣ ମାର୍ଣ୍ଡୀ,ସନ୍ତୋଷ ମହାନ୍ତ,ଭୋଳାନାଥ ସିଂ,ତୃପ୍ତି ଲତା ମହାନ୍ତ,ଦୀନେଶ ସର୍ଦାର,ଜମାଦାର ସର୍ଦାର,କମଳେଶ ବଳ ପ୍ରମୁଖ ସହଯୋଗ କରିଥିଲେ ।

ମୟୂରଭଂଜ ରୁ ଅକ୍ଷୟ ବିଶ୍ବାଳ ମସିହା ନିଉଜ

Related posts

ପୋଟେସ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ

masiha

ବିଜ୍ଞାନ ଆବିଷ୍କାରର ବାଟ ଫିଟାଏ’ ବଡାମତଳିଆରେ ବିଜାତଳା ବ୍ଲକସ୍ତରୀୟ ବାଲ ବୈଜ୍ଞାନିକ ୮୮ ଟି ପ୍ରକଳ୍ପ ପ୍ରଦର୍ଶିତ, ବିଭିନ୍ନ ବିଭାଗର ୭ ଟି ପ୍ରକଳ୍ପ ଜିଲ୍ଲା ସ୍ତରକୁ ମନୋନୀତ

Sunil Chandra Nayak

ପେଟ କାମ ଚଳା ଶାଳ ଦାନ୍ତ କାଠି

Sunil Chandra Nayak

Leave a Comment

error: Content is protected !!