ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପୂର୍ତ୍ତ ନିର୍ବାହୀ ଯନ୍ତ୍ରୀଙ୍କୁ ଠିକାଦାରଙ୍କ ଧମକ ମାମଲା ଏସପିଙ୍କୁ ଭେଟିଲେ ଦଳିତ ଆଦିବାସୀ ମହାସଂଘ କର୍ମକର୍ତ୍ତା

ପୂର୍ତ୍ତ ନିର୍ବାହୀ ଯନ୍ତ୍ରୀଙ୍କୁ ଠିକାଦାରଙ୍କ ଧମକ ମାମଲା

ଏସପିଙ୍କୁ ଭେଟିଲେ ଦଳିତ ଆଦିବାସୀ ମହାସଂଘ କର୍ମକର୍ତ୍ତା

ଭବାନୀପାଟଣା, ୧୩/୦୯-ବଲାଙ୍ଗୀର ଜିଲ୍ଲାର ଠିକାଦାର ଆକାଶ ଅଗ୍ରୱାଲ ଓ ତାଙ୍କ ଭାଇ ନୀଲେଶ ଅଗ୍ରୱାଲ ଏକ ରାସ୍ତା କାମର ମିଥ୍ୟା ବିଲ କରିବାକୁ ମ. ରାମପୁରସ୍ଥିତ ପୂର୍ତ୍ତ ବିଭାଗର ନିର୍ବାହୀ ଯନ୍ତ୍ରୀଙ୍କ ଉପରେ ଚାପ ପ୍ରୟୋଗ କରୁଥିଲେ। ତେବେ ସେ କରିଥିବା ରାସ୍ତା କାମ ନିମ୍ନମାନର ଅଭିଯୋଗ ହେବା ପରେ କଟକରୁ କ୍ୱାଲିଟି କଣ୍ଟ୍ରୋଲ ବିଭାଗର ଅଧିକାରୀମାନେ ତଦନ୍ତ କରିବା ସହିତ ବିଲ ବନ୍ଦ କରିବାକୁ ସୁପାରିଶ କରିଥିଲେ। ସେଇ ଆଧାରରେ ବିଲ ବନ୍ଦ ହୋଇଥିଲା ଆଉ ଠିକାଦାର ଆକାଶ ଅଗ୍ରୱାଲକୁ ରାସ୍ତା ନିର୍ମାଣ ପାଇଁ ତାଗିଦ କରାଯାଇଥିଲା। କିନ୍ତୁ ବିଭାଗୀୟ ନିର୍ଦ୍ଦେଶକୁ ବେଖାତିର କରି ଜୋର ଜବରଦସ୍ତ ବିଲ ପାସ କରାଇନେବାକୁ ତାଙ୍କ ଭାଇ ନୀଲେଶ ଅଗ୍ରୱାଲ ଗତ ତା. ୦୮. ୧୦. ୨୦୨୫ ରିଖ ଦିନ କିଛି ଲୋକଙ୍କୁ ସାଙ୍ଗରେ ନେଇ ଶ୍ରୀ ପ୍ରଧାନଙ୍କ ସରକାରୀ ବାସଭବନକୁ ଯାଇ ଧମକ ଚମକ ଦେବା ସହିତ ବନ୍ଧୁକ ଦେଖାଇ ଭୟଭୀତ କରିଥିବା ସମ୍ପର୍କରେ ସେ ମ. ରାମପୁର ପୁଲିସ ନିକଟରେ ଅଭିଯୋଗ କରିଛନ୍ତି। କିନ୍ତୁ ଏଇ ମାମଲାରେ ଆଜି ପର୍ଯ୍ୟନ୍ତ ପୁଲିସ କୌଣସି କାର୍ଯ୍ୟାନୁଷ୍ଠାନ ନେଇନାହିଁ। ସୂଚନାଯୋଗ୍ୟ, ଠିକାଦାର ନୀଲେଶ ଓ ଆକାଶ ପୂର୍ବରୁ ମଧ୍ୟ ଜିଲ୍ଲାର ଅନେକ ଲୋକଙ୍କୁ ଧମକ ଚମକ ଦେଉଥିବା ନେଇ ଅଭିଯୋଗ ରହିଛି। ଏଇ ମାମଲାରେ ତୁରନ୍ତ ହସ୍ତକ୍ଷେପ କରିବା ସହିତ ଅଭିଯୁକ୍ତ ନୀଲେଶ ଅଗ୍ରୱାଲ ଓ ଆକାଶ ଅଗ୍ରୱାଲଙ୍କୁ ଗିରଫ କରିବାକୁ ଦାବି କରିଛି ଓଡ଼ିଶାର ଅଗ୍ରଣୀ ସାମାଜିକ ସଂଗଠନ ଦଳିତ ଆଦିବାସୀ ମହାସଂଘ। ନିର୍ବାହୀ ଯନ୍ତ୍ରୀ ଶ୍ରୀ ପ୍ରଧାନ ଜଣେ ଆଦିବାସୀ ଶ୍ରେଣୀର ବ୍ୟକ୍ତି ହୋଇଥିବାବେଳେ ସେ ଓ ତାଙ୍କ ପରିବାର ଏବେ ଭୟଭୀତ ଅବସ୍ଥାରେ ଅଛନ୍ତି। ତୁରନ୍ତ ପଦକ୍ଷେପ ସହିତ କାର୍ଯ୍ୟାନୁଷ୍ଠାନ ନିଆନଗଲେ ଦଳିତ ଆଦିବାସୀ ମହାସଂଘ ରାଜରାସ୍ତାକୁ ଓହ୍ଲାଇବାକୁ ବାଧ୍ୟ ହେବ ବୋଲି ଚେତାବନୀ ଦିଆଯାଇଛି। ମହାସଂଘର ସଭାପତି ପରମାନନ୍ଦ ମାଝୀ, ମହାସଚିବ ଦେବୀ ପ୍ରସାଦ ସିନ୍ଦୁର, ସାଧାରଣ ସଂପାଦକ ସୁଶୀଲ କୁମାର ବାଗ, ନଗର କମିଟି କାର୍ଯ୍ୟକାରୀ ସଭାପତି ଅଭୟ ନାଏକ, ନାଦରାଜ ନାଏକ ପ୍ରମୁଖ ଆଜି ସନ୍ଧ୍ୟାରେ କଳାହାଣ୍ଡି ଏସପି ନାଗରାଜ ଦେବରକୋଣ୍ଡାଙ୍କୁ ସାକ୍ଷାତ କରି ଏ ସମ୍ପର୍କିତ ଦାବିପତ୍ର ପ୍ରଦାନ କରିଛନ୍ତି। ଦାବିପତ୍ର ଗ୍ରହଣ କରିବା ସହିତ ଏ ଦିଗରେ ସମୁଚିତ ପଦକ୍ଷେପ ନେବେ ବୋଲି ଏସପି ଦେବରକୋଣ୍ଡା ପ୍ରତିଶୃତି ଦେଇଥିବା ଜଣାପଡ଼ିଛି। 

ସୁଶୀଲ କୁମାର ବାଗ ଙ୍କ ରିପୋର୍ଟ୍ 

Related posts

କଳିଙ୍ଗ କଳା ପରିଷଦର ପଞ୍ଚମ ସନ୍ଧ୍ୟାରେ ତିନୋଟି ନାଟକ ମଞ୍ଚସ୍ଥ 

masiha

ନୂଆପଡ଼ାରେ ବିଶ୍ୱ ସିକିଲ ସେଲ ଦିବସ ପାଳିତ : ସଚେତନତା, ସ୍କ୍ରିନିଂ ଓ ଚିକିତ୍ସା ସେବା ଉପରେ ଗୁରୁତ୍ୱ

Sunil Chandra Nayak

ଏକାଦଶାହ କ୍ରିୟା ଉପଲକ୍ଷେ ଶୋକସଭା ଅନୁଷ୍ଠିତ

masiha

Leave a Comment

error: Content is protected !!