ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆମପାଣି ବୁଢ଼ାରଜା ଦଶରା ପ୍ରସ୍ତୁତି ନେଇ କର୍ମକର୍ତ୍ତା ଙ୍କ ସହ ଆଲୋଚନା କଲେ ଧର୍ମଗଡ ବିଧାୟକ

ଆମପାଣି ବୁଢ଼ାରଜା ଦଶରା ପ୍ରସ୍ତୁତି ନେଇ କର୍ମକର୍ତ୍ତା ଙ୍କ ସହ ଆଲୋଚନା କଲେ ଧର୍ମଗଡ ବିଧାୟକ

ଅକ୍ଟୋବର ମାସ ୧୧ ତାରିଖରେ କଳାହାଣ୍ଡି ଜିଲ୍ଲାର ଶେଷ ଦଶରା ପ୍ରଭୁ ଶ୍ରୀ ବୁଢ଼ାରଜା ଙ୍କ ଦଶରା ମହା ସମାରୋହରେ ଅନୁଷ୍ଠିତ ହେବାକୁ ରହିଥିବା ବେଳେ ଧର୍ମଗଡ ବିଧାୟକ ସୁଧୀର ରଞ୍ଜନ ପାଟ୍ଟଯୋଶୀ ବୁଢ଼ାରଜା ଦଶରା ପରିଚାଳନା କମିଟିର କର୍ମକର୍ତ୍ତା ଙ୍କ ମନ୍ଦିର ପରିସରରେ ପ୍ରସ୍ତୁତି କୁ ନେଇ ଆଲୋଚନା କରିଛନ୍ତି। ପ୍ରଭୁ ବୁଢ଼ାରଜା ଙ୍କ ନିକଟରେ ଜନ ମାନସ ର ଅଗାଢ଼ ବିଶ୍ୱାସ ଓ ଶ୍ରଦ୍ଧା ରହିଥିବା ବେଳେ ବୁଢ଼ାରଜା ଦଶରା ଜିଲ୍ଲା ର ଏକ ପ୍ରମୁଖ ମହୋତ୍ସବ ହୋଇଥିବା କାରଣରୁ ଲକ୍ଷାଧିକ ଶ୍ରଦ୍ଧାଳୁ ଙ୍କ ଭିଡ଼ ପରିଲକ୍ଷିତ ହୁଏ। ଦିନ ତମାମ ମନ୍ଦିର ରେ ଭକ୍ତ ଙ୍କ ପ୍ରବଳ ଗହଳି ଲାଗି ରହିଥାଏ। ବିଧାୟକ ଏନେଇ ଜିଲ୍ଲା ପ୍ରଶାସନ ଅଧିକାରୀ ଙ୍କ ସହ ଆଲୋଚନା କରି କେମିତି ଶାନ୍ତି ଶୃଙ୍ଖଳା ସହ ଯାତ୍ରା ପରିଚାଳନା ହେବ ସେ ନେଇ କମିଟିର ସଦସ୍ୟ ଙ୍କ ସହ ଆଲୋଚନା କରିଥିଲେ। ଏହି ସମୟରେ ଦଶରା ପୂଜା କମିଟିର ସଭାପତି ଋତୁରାଜ ମାଝୀ, ଉପ ସଭାପତି ଗଙ୍ଗାଧର ନାଏକ, ସମ୍ପାଦକ ସନ୍ତୋଷ କୁମାର ମାଝୀ, ସହ ସମ୍ପାଦକ ସୀତାକାନ୍ତ ନାଏକ,କୋଷାଧ୍ୟକ୍ଷ ଵିଘ୍ନେଶ୍ବର ନାଏକ, ମୁଖ୍ୟ ପୂଜକ ଫକୀର ମୋହନ ପୁଝାରି, ମନୋରଞ୍ଜନ ବାଣୁଆ,ଜିତେନ୍ଦ୍ର ପଣ୍ଡା, ଟିକିଚନ୍ଦ୍ର ଧଙ୍ଗଡା ମାଝୀ, କୁମୁଦ ଚନ୍ଦ୍ର ପୁଝାରି,ନକୁଲ ବାଣୁଆ , ପ୍ରଶାନ୍ତ ମୁନି,ବିଜୟ ପଣ୍ଡା,ଭାସ୍କର ରାଓ,ତ୍ରିନାଥ ପ୍ରସନ୍ନ ରାୟ, ଯୁଗଳ କିଶୋର ମାଝୀ, ବିନୋଦ ସିଂ,ବିଜୟ ପଣ୍ଡା, ତିଲୋତ୍ତମା ନାଏକ, ବିଜେପି ଆମପାଣି ମଣ୍ଡଳ ସଭାପତି ମଧୁବନ ପାତ୍ର ସମେତ ଆମପାଣି ଅଞ୍ଚଳ ର ଗ୍ରାମବାସୀ ଓ ବିଜେପି କାର୍ଯ୍ୟକର୍ତ୍ତା ମାନେ ଉପସ୍ଥିତ ଥିଲେ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ଶ୍ରୀ ରାଜ ଉଚ୍ଚ ବିଦ୍ୟାଳୟ 1977 ମାଟ୍ରିକ ବ୍ୟାଚ ବିଦ୍ୟାର୍ଥୀ ଙ୍କ ବନ୍ଧୁ ମିଳନ 

masiha

ରାଜ୍ୟସ୍ତରୀୟ ରାଜୀବ ଗାନ୍ଧୀ ସେବା ପୁରସ୍କାର 2025 ରେ ସମ୍ମାନିତ ହେଲେ ଡା ରାଧାରାଣୀ ନାୟକ 

Sunil Chandra Nayak

ଶିକ୍ଷା ବିଭାଗର ବିଚିତ୍ର ନୀତି ୫ ଟି ସ୍କୁଲ ରୂପାନ୍ତରିତ ପରେ ବି ଶ୍ରେଣୀ ଗୃହ ଅଭାବ ,ବାରଣ୍ଡାରେ ପଢୁଛନ୍ତି ୧ ରୁ ୫ ଶ୍ରେଣୀର ଛାତ୍ରଛାତ୍ରୀ ,ବର୍ଷା ହେଲେ ସ୍କୁଲ ଛୁଟି

Sunil Chandra Nayak

Leave a Comment

error: Content is protected !!