ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମା ମାଣିକେଶ୍ଵରୀ ବିଶ୍ୱବିଦ୍ୟାଳୟ (କଳାହାଣ୍ଡି ବିଶ୍ୱବିଦ୍ୟାଳୟ) ସ୍ନାତକ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଫଳ ପ୍ରକାଶିତ

ମା ମାଣିକେଶ୍ଵରୀ ବିଶ୍ୱବିଦ୍ୟାଳୟ (କଳାହାଣ୍ଡି ବିଶ୍ୱବିଦ୍ୟାଳୟ) ସ୍ନାତକ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଫଳ ପ୍ରକାଶିତ

         ମା ମାଣିକେଶ୍ଵରୀ ବିଶ୍ୱବିଦ୍ୟାଳୟ କଳାହାଣ୍ଡି ବିଶ୍ୱବିଦ୍ୟାଳୟ)ର ସ୍ନାତକ ଶେଷ ସେମିଷ୍ଟାର ପରୀକ୍ଷା ଫଳ ପ୍ରକାଶିତ ହୋଇଯାଇଛି । ମୋଟ ୬୧୮୬ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବାବେଳେ ୩୬୨୩ ଜଣ ଛାତ୍ରଛାତ୍ରୀ ପାସ୍ କରିଛନ୍ତି । ସଫଳତାରସହ ଶତକଡା ୫୮.୫୭% ପ୍ରତିଶତ ପାସ କରି ବିଶ୍ୱବିଦ୍ୟାଳୟର ମାନ ବୃଦ୍ଧି କରିଛନ୍ତି । ୨୧୪୯ ଜଣ ଛାତ୍ରଛାତ୍ରୀ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିବାବେଳେ ୧୪୭୪ ଜଣ ଛାତ୍ରଛାତ୍ରୀ ଦ୍ୱିତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି । ଅମନ କୁମାର ନାଏକ ୦୯.୭୪ ଗ୍ରେଡ ରଖି ବିଶ୍ୱବିଦ୍ୟାଳୟ ଟପର ହୋଇଛନ୍ତି । କଳା ବିଭାଗରୁ ଛଳେନ୍ଦ୍ରୀ ସାହୁ ୦୮.୮୬ ଗ୍ରେଡ (ଶିକ୍ଷା ବିଭାଗ), ବାଣିଜ୍ଯ ବିଭାଗରୁ ସ୍ନେହା ଶର୍ମା ୦୮.୬୯ ଗ୍ରେଡ ଓ ବିଜ୍ଞାନ ବିଭାଗରୁ ଅମନ କୁମାର ନାଏକ ୯.୭୪ ଗ୍ରେଡ (ପଦାର୍ଥ ବିଜ୍ଞାନ) ରଖି ଟପର ହୋଇଛନ୍ତି । ସେହିପରି କଳା ବିଭାଗର ଗୁପ୍ତେଶ୍ୱରୀ ଦୁରିଆ (ନୃତତ୍ତ୍ବ ବିଜ୍ଞାନ), ବିନିତା ଭୋଇ (ଅର୍ଥନୀତି), ଛଳେନ୍ଦ୍ରୀ ସାହୁ (ଶିକ୍ଷା), ଋତୁପର୍ଣ୍ଣା ସେଠ୍ (ଇଂରାଜୀ), ଅନନ୍ୟା ଦାସ (ଭୂଗୋଳ), ଭୂପେନ ପଟେଲ (ହିନ୍ଦୀ), ଦୀପାରାଣୀ ନାଗ (ଇତିହାସ), ଶିବାନୀ ରଣା (ଗୃହ ବିଜ୍ଞାନ), ଅର୍ମିଲ ପୂଝାରୀ (ଓଡ଼ିଆ), ମୁସ୍କାନ ଦେଶମୁଖ (ଦର୍ଶନଶାସ୍ତ୍ର), ଶାଶ୍ଵତ ରଞ୍ଜନ ସାହୁ (ରାଜନୀତି ବିଜ୍ଞାନ), ସବିତା ଭତରା (ସଂସ୍କୃତ), ପ୍ରତୀକ ପୂଝାରୀ (ସମାଜ ବିଜ୍ଞାନ), ବାଣିଜ୍ଯ ବିଭାଗର ସ୍ନେହା ଶର୍ମା ଓ ବିଜ୍ଞାନ ବିଭାଗର ସୋନାଲୀ ଯୋଷୀ (ଉଦ୍ଭିଦବିଜ୍ଞାନ), ଶ୍ରୁତି ମେହେର (ରସାୟନ ବିଜ୍ଞାନ), ସମୀକ୍ଷା ପଣ୍ଡା (କମ୍ପ୍ୟୁଟର ବିଜ୍ଞାନ), ସୌରଭ କୁମାର (ଗଣିତ), ଅମନ କୁମାର ନାଏକ (ପଦାର୍ଥ ବିଜ୍ଞାନ), ଉତ୍କଳିକା ପ୍ରିୟଦର୍ଶିନୀ ଜେନା (ପ୍ରାଣୀ ବିଜ୍ଞାନ) ବିଭାଗର ଟପର ହୋଇ ବିଶ୍ୱବିଦ୍ୟାଳୟ ପାଇଁ ଗୌରବ ଆଣିଛନ୍ତି । ପରୀକ୍ଷା ଫଳ ପ୍ରକାଶିତ ହେବାପରେ କୁଳପତି ଛାତ୍ରଛାତ୍ରୀଙ୍କ ସଫଳତାର ଶ୍ରେୟ ବିଭାଗର ଅଧ୍ୟାପକ ଓ ଅଧ୍ୟାପିକାମାନଙ୍କୁ ଦେଇଛନ୍ତି । କୁଳପତି ତଥା ସମସ୍ତ କର୍ମଚାରୀ ଖୁସି ବ୍ୟକ୍ତ କରି ଛାତ୍ରଛାତ୍ରୀମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । 

( ମ ନି ସ ) 

Related posts

ରାଇରଙ୍ଗପୁର ଆଇଟିଡିଏ ସମ୍ମିଳନୀ ଗୃହରେ ୧୧୦ ଜଣ ଜନଜାତି ଉତ୍ସାହୀ ଯୁବ ଉଦ୍ୟୋଗୀମାନଙ୍କୁ ବିଧାୟକଙ୍କ ଦ୍ବାରା ମୁଖ୍ୟମନ୍ତ୍ରୀ ଜନଜାତି ଜିବୀକା ମିଶନ୍ ଯୋଜନାରେ ୧ ଲକ୍ଷ ଟଙ୍କା ଆର୍ଥିକ ସହାୟତା ପ୍ରଦାନ 

masiha

ଜନ୍ମମାଟିରେ ମହାମହିମ: ଦୁଇ ଦିନିଆ ଓଡ଼ିଶା ଗସ୍ତରେ ରାଇରଙ୍ଗପୁରରେ ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

Sunil Chandra Nayak

ଧରପଗଡ ରେ ଅଗଷ୍ଟ ୯ ବିଶ୍ବ ଆଦିବାସୀ ଦିବସ ରେ ଆଦିବାସୀ ମେଳି

Sunil Chandra Nayak

Leave a Comment

error: Content is protected !!